ETV Bharat / state

ବିପଦରେ ବାଉଁଶ କାରିଗରୀ, ରୋଜଗାର ଚିନ୍ତାରେ କାରିଗର

author img

By

Published : Dec 20, 2019, 6:04 PM IST

ସମୟ ଥିଲା ଦୈନନ୍ଦିନ ବ୍ୟବହାରରେ ଏକ ଜରୁରୀ ଅଂଶ ଥିଲା ବାଉଁଶ ସାମଗ୍ରୀ । କେବଳ ଗାଁ ନୁହେଁ ସହରରେ ଖୋଜା ପଡୁଥିଲା ବାଉଁଶ କୁଲା, ପାଛିଆ, ବିଞ୍ଚଣା ଓ ଡାଲା । ହେଲେ ସମୟ ବଦଳିବା ସହ ବଦଳିବାରେ ଲାଗିଛି ବାଉଁଶ ତିଆରି ସାମଗ୍ରୀ ବ୍ୟବହାରର ପରିଭାଷା । ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ସତେ ଯେମିତି ବାଉଁଶ କାରିଗରଙ୍କ ରୋଜଗାରର ବାଟ ଓଗାଳୁଛି । ଫଳରେ ଏବେ ନିଜ କୌଳିକ ବୃତ୍ତି ବଞ୍ଚାଇବାକୁ ଯାଇ ଚିନ୍ତାରେ ବାଉଁଶ କାରିଗର । ଦେଖନ୍ତୁ ଏହି ରିପୋର୍ଟ-

angul bamboo craft, angul latest news, angul bamboo craft artists, ଅନୁଗୋଳର ବାଉଁଶ କାରିଗରୀ, ଅନୁଗୋଳର ବାଉଁଶ କାରିଗର, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌
ବିପଦରେ ବାଉଁଶ କାରିଗରୀ, ରୋଜଗାର ଚିନ୍ତାରେ କାରିଗର

ଅନୁଗୋଳ: ଦୁର୍ଦ୍ଦିନରେ ବାଉଁଶ କାରିଗର । କୌଳିକ ବୃତ୍ତିକୁ ବଞ୍ଚାଇବାର ପ୍ରୟାସ କରି ଦିନେ ଖାଇଲେ ଦି ଦିନ ଓପାସ ରହିବାକୁ ପଡ଼ୁଛି ଏମାନଙ୍କୁ । ମୁଖ୍ୟତଃ ବାଉଁଶର ଅଭାବ ଏବଂ ପ୍ଳାଷ୍ଟିକ ଜିନିଷର ବହୁଳ ବ୍ୟବହାର ବାଉଁଶ ତିଆରି ଉପକରଣର ଚାହିଦା କମାଇଛି । ଯେତିକି ବି ରୋଜଗାର କରୁଛନ୍ତି ସେଥିରେ ଆଉ ପରିବାର ଚଳାଇ ପାରୁନାହାଁନ୍ତି ଏମାନେ । ଆମେ କହୁଛୁ ଅନୁଗୋଳ ଜିଲ୍ଲାର ବାଉଁଶ କାରିଗରଙ୍କ କଥା ।

ଦିନ ଥିଲା ଅନୁଗୋଳ ଜିଲ୍ଲା ବାଉଁଶ କାରିଗରୀ ପାଇଁ ସାରା ରାଜ୍ୟରେ ପରିଚିତ ଥିଲା । ଏପରିକି ଏଠାରୁ କାଗଜ କଳକୁ ପ୍ରଚୁର ବାଉଁଶ ଯୋଗାଣ ହେଉଥିଲା । ପ୍ରଚୁର ପରିମାଣରେ ବିଭିନ୍ନ ପ୍ରଜାତିର ବାଉଁଶ ମିଳୁଥିବାରୁ ଜଙ୍ଗଲ ପାଖ ଗାଁଗୁଡିକରେ ରହୁଥିବା ଅନୁସୂଚିତ ଜାତି ଓ ଜନଜାତିର ଲୋକେ ବାଉଁଶରୁ ବିଭିନ୍ନ ଉପକରଣ ତିଆରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ବାଉଁଶରୁ ଗାଣ୍ଡୁଆ, ଡାଲା, ବିଞ୍ଚଣା, ଆସନ, ଖଇଁଚି ଆଦି ଅନେକ ଘରୋଇ ଉପକରଣ ତିଆରି କରି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ ଏମାନେ । ହେଲେ କିଛି ବର୍ଷ ହେଲା ବିପଦରେ ପଡିଛି ସେମାନଙ୍କ କୌଳିକ ବୃତ୍ତି ।

ମିଳିପାରୁନି ପର୍ଯ୍ୟାପ୍ତ ପରିମାଣର ବାଉଁଶ । କଟକଣା ଯୋଗୁଁ ଜଙ୍ଗଲରୁ ବାଉଁଶ କାଟି ଆଣିବା ସମ୍ଭବ ହେଉ ନାହିଁ । ବାହାରେ ବାଉଁଶ ଗୋଟିକୁ ଚଢା ଦାମ ଦେଇ କିଣିବାକୁ ପଡ଼ୁଛି । ହେଲେ ସେଥିରୁ ତିଆରି ଜିନିଷ ଯେଉଁ ଦରରେ ବିକ୍ରି ହେଉଛି ତାହା ବାଉଁଶ ଦରଠାରୁ ଯଥେଷ୍ଟ କମ୍ । ଏଥିପାଇଁ ବେଶି ଲାଭ ହେଉନି । ଏହାଛଡା ଏବେ ଚାଷ ବାସ ଆଗ ଭଳି ହେଉ ନଥିବାରୁ ଚାଷୀ ପାଇଁ ଆବଶ୍ୟକ ବାଉଁଶ ଉପକରଣର ବଜାରରେ ଚାହିଦା କମିବାରେ ଲାଗିଛି । ପ୍ଳାଷ୍ଟିକ ତିଆରି ଜିନିଷ ମଧ୍ୟ ଆଉ ଏକ ମୁଖ୍ୟ ବାଧକ ସାଜିଛି । ତେଣୁ ଏବେ ଏହି କାରିଗରମାନଙ୍କ ପାଇଁ ପରିବାର ଚଳାଇବା ଏକପ୍ରକାର କଷ୍ଟକର ହୋଇପଡିଛି ।

ଜିଲ୍ଲାର ବ୍ରହ୍ମପୁର, ନନ୍ଦପୁର, ଗଡତରାଶ, ପୋକତୁଙ୍ଗା, ପୁରୁଣାଗଡ, ପାପସରା ଓ ଆଠମଲ୍ଲିକ ସମେତ ବହୁ ଜଙ୍ଗଲ ପାଖ ଗାଁଗୁଡିକରେ ଏବେ ବି ପ୍ରାୟ 5 ହଜାରରୁ ଅଧିକ କାରିଗର ବାଉଁଶରୁ ବିଭିନ୍ନ ଉପକରଣ ତିଆରି କରି ବିକ୍ରି କରୁଛନ୍ତି । ହେଲେ ଏବେ ସେମାନଙ୍କ ଜିନିଷର ଚାହିଦା ନଥିବାରୁ ବେପାରୀମାନେ ଆସି ଖୁବ କମ୍ ଦାମରେ ଜିନିଷ କିଣି ନେଉଛନ୍ତି । ଫଳରେ ଶୋଷଣର ଶିକାର ହେଉଛନ୍ତି କାରିଗର ।

ଏନେଇ ସେମାନଙ୍କ ଦାବି ଯଦି ସେମାନଙ୍କୁ ପାରମ୍ପରିକ ଜିନିଷ ବଦଳରେ ଆଜି କାଲିର ଚାହିଦା ଥିବା ଘର ସାଜସଜ୍ଜା ଜିନିଷ ତିଆାରି ପାଇଁ ତାଲିମ ଦିଆଯାଏ କିମ୍ବା ସେମାନଙ୍କ ତିଆରି ଜିନିଷର ବିକ୍ରି ପାଇଁ ବଜାର ସୁବିଧା କରାଯାଇପାରନ୍ତା ତେବେ ସେମାନେ ବଞ୍ଚାଇପାରନ୍ତେ ନିଜ କୌଳିକ ବୃତ୍ତି ।

କାରିଗରମାନଙ୍କ ଏପରି ଦାବି ନେଇ ଆମେ ଜିଲ୍ଲା ଶିଳ୍ପକେନ୍ଦ୍ର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ କହିବା କଥା କି କାରିଗରମାନଙ୍କୁ କିଭଳି ସ୍ବାବଲମ୍ବୀ କରାଯାଇପାରିବ ସେନେଇ ଅନେକ ପଦକ୍ଷେପ ନିଆଯାଉଛି । କାରିଗରୀ ଯୋଜନାରେ ସେମାନଙ୍କୁ ଘର, ବ୍ୟାଙ୍କ ଋଣ ଓ ଉପକରଣ ଆଦି ଯୋଗାଇ ଦିଆଯିବାର ଯୋଜନା ମଧ୍ୟ ରହିଛି ।

ସେ ଯାହା ହେଉ ନା କାହିଁକି ନିଜର କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ଏହି ବାଉଁଶ କାରିଗରମାନଙ୍କ ପାଖରେ ସରକାରୀ ବ୍ୟବସ୍ଥା ପହଞ୍ଚେ ତାହେଲେ ହୁଏତ ବଞ୍ଚିଯାଇପାରନ୍ତା ଏହି ପୂରାତନ ବୃତ୍ତି । ଏହାସହ ବେଶ ଦୁଇ ପଇସା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରନ୍ତେ ଜିଲ୍ଲାର ବାଉଁଶ କାରିଗର ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଦୁର୍ଦିନ ରେ ବାଉଁଶ କାରିଗର । କୈାଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୟାସ କରି ଦିନେ ଖାଇଲେ ଦିନେ ଓପାସ ରହିବାକୁ ପଡ଼ୁଛି ସେମାନଙ୍କୁ । ମୁଖ୍ୟତଃ ବାଉଁଶର ଅଭାବ ଏବଂ ପ୍ଳାଷ୍ଟିକ ଜିନିଷର ବ୍ୟବହାର ବାଉଁଶ ତିଆରି ଉପକରଣର ଚାହିଦା କମାଇଛି । ଯେତିକି ବି ରୋଜଗାର କରୁଛନ୍ତି ସେଥିରେ ଆଉ ପରିବାର ଚଳାଇ ପାରିନାହାଁନ୍ତି ଏହି କାରିଗର । ଆମେ କହୁଛୁ ଅନୁଗୋଳ ରେ ଜିଲ୍ଲାର ବାଉଁଶ କାରିଗରଙ୍କ ଦୁଖ ର କଥା । Body:Vo – 1
ଦିନ ଥିଲା ଅନୁଗୋଳ ଜିଲ୍ଲା ବାଉଁଶ ପାଇଁ ସାରା ରାଜ୍ୟରେ ପରିଚିତ ଥିଲା । ଏଠାରୁ କାଗଜ କଳକୁ ପ୍ରଚୁର ବାଉଁଶ ଯୋଗାଣ ହେଉଥିଲା । ବିଭିନ୍ନ ପ୍ରଜାତିର ବାଉଁଶ ବୋହୁ ପରିମାଣରେ ମିଳୁଥିବାରୁ ଜଙ୍ଗଲ ପାଖ ଗାଁ ଗୁଡ଼ିକରେ ରୋହୁଥିବା ଅନୁସୁଚିତ ଜାତୀ ଓ ଜନଜାତୀର ଲୋକେ ବାଉଁଶରୁ ବିଭିନ୍ନ ଉପକରଣ ତିଆରିକୁ ନିଜର ପେଷା ଭାବେ ଆପଣେଇଥିଲେ । ସେମାନେ ବାଉଁଶରୁ ଗାଣ୍ଡୁଆ, ଡାଲା, ବିଞ୍ଚଣା , ଆସନ , ଖଇଁଚି ଆଦି ଅନେକ ଘର ଉପକରଣ ତିଆରି କରି ବିକ୍ରି କରୁଛନ୍ତି । ହେଲେ କିଛି ବର୍ଷ ହେଲା ସେମାନଙ୍କ ବୃତ୍ତି ବିପଦରେ ପଡ଼ିଛି । ପର୍ଯ୍ୟାପ୍ତ ବାଉଁଶ ମିଳୁନି । କଟକଣା ଯୋଗୁ ଜଙ୍ଗଲରୁ ବାଉଁଶ କାଟି ଆଣିବା ସମ୍ଭବ ହେଉ ନାହିଁ । ବାହାରେ ବାଉଁଶ ଗୋଟିକୁ ୧୦୦ ଟଙ୍କା ଦେଇ କିଣିବାକୁ ପଡ଼ୁଛି । ହେଲେ ସେଥିରୁ ତିଆରି ଜିନିଷ ଯେଉଁ ଦରରେ ବିକ୍ରି ହେଉଛି ତାହା ବାଉଁଶ ଦରଠାରୁ ଯଥେଷ୍ଟ କମ୍ ହେଉଥିବାରୁ କିଛି ଲାଭ ହେଉନି । ଏହାଛଡ଼ା ଏବେ ଚାଷବାସ ଆଗ ଭଳି ହେଉ ନଥିବାରୁ ଚାଷି ପାଇଁ ଆବଶ୍ୟକ ବାଉଁଶ ଉପକରଣ ଆଉ ବିକ୍ରି ହେଉ ନାହିଁ । ପ୍ଳାଷ୍ଟିକ ତିଆରି ଜିନିଷ ମଧ୍ୟ ଆଉ ଏକ ବାଧକ ସାଜିଛି । ତେଣୁ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି ଏବେ ଏମାନଙ୍କର ।
Byte – 1 ମୁନା ବେହେରା, ବାଉଁଶ କାରୀଗର
Byte – 2 ରୁଷି ବେହେରା, ବାଉଁଶ କାରୀଗର
Byte – 3 ନୀର ବେହେରା, ବାଉଁଶ କାରୀଗର
Vo – 2
ଜିଲ୍ଲାର ବ୍ରହ୍ମପୁର, ନନ୍ଦପୁର, ଗଡ଼ତରାଶ, ପୋକତୁଙ୍ଗା, ପୁରୁଣାଗଡ଼, ପାପସରା ଓ ଆଠମଲ୍ଲିକ ସମେତ ବହୁ ଜଙ୍ଗଲ ପାଖ ଗାଁ ଗୁଡ଼ିକରେ ଏବେବି ପ୍ରାୟ 5ହଜାରରୁ ଅଧିକ କାରୀଗର ବାଉଁଶରୁ ବିଭିନ୍ନ ଉପକରଣ ତିଆରି କରି ବିକ୍ରି କରୁଛନ୍ତି । ସେମାନଙ୍କ ଜିନିଷର ଚାହିଦା ନଥିବାରୁ ଏବେ ବେପାରୀ ମାନେ ଆସି ଖୁବ କମ୍ ଦାମରେ ଜିନିଷ କିଣି ନେଉଚନ୍ତି । ଫଳରେ ଏବେ ଶୋଷଣର ଶିକାର ହେଉଛନ୍ତି ଏମାନେ । ସେମାନଙ୍କ ଦାବି ଯଦି ସେମାନଙ୍କୁ ପାରମ୍ପରିକ ଜିନିଷ ବଦଳରେ ଆଜିକାଲି ଚାହିଦା ଥିବା ଘର ସାଜସଜ୍ବା ଜିନିଷ ତିଆାରି ପାଇଁ ତାଲିମ ଦିଆଜୀବ ସହ ସେମାନଙ୍କ ତିଆରି ଜିନିଷର ବଜାର ସୁବିଧା କରାଯାଇ ପାରନ୍ତା ତେବେ ସେମାନେ ଏହି ବୃତିକୁ ବଞ୍ଚାଇ ପାରନ୍ତେ । ଏନେଇ ଆମେ ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ କହିବା କଥା ଏହି କରିଗରଙ୍କୁ କିଭଳି ଶୋଭାବଲମ୍ବୀ କରାଯିବ ସେନେଇ ଅନେକ ପଦକ୍ଷେପ ନିଆଯାଉଛି । କାରିଗରୀ ଯୋଜନା ରେ ସେମାନକୁ ଘର , ବ୍ୟାଙ୍କ ରୁଣ ଓ ଉପକରଣ ଆଦି ଯୋଗାଇ ଦିଆଯିବାର ଯୋଜନା ରହିଛି ।
Byte – 4 ଦାଶରଥି ବେହେରା, ବାଉଁଶ କାରୀଗର
Byte – 5 ଗଗନ ବିହାରୀ ନାୟକ, ସଖା ପରିଚାଳକ ଜିଲ୍ଲା ଶିଳ୍ପକେନ୍ଦ୍ର
Conclusion:ନିଜର କୌଳିକ ବୃତି କୁ ବଞ୍ଚାଇବା ପାଇଁ ଏହି ଲୋକମାନଙ୍କ ସଂଘର୍ଷ ସହ ଯଦି ସରକାରୀ ବ୍ୟବସ୍ଥା ପହଞ୍ଚିଯାଏ ତେବେ ବୃତ୍ତି ବଞ୍ଚିବା ସହ ଲୋକେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.