ETV Bharat / state

କାଶ୍ମୀର ସ୍କୁଲରେ ଆତଙ୍କୀ ଆକ୍ରମଣ: ପାକିସ୍ତାନ ବିରୋଧରେ ଗର୍ଜିଲା ବଜରଙ୍ଗ ଦଳ - Anugul Bajrang Dal protest

ଅନୁଗୋଳରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ଆତଙ୍କବାଦୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ । ଅଧିକ ପଢନ୍ତୁ...

ପାକିସ୍ତାନ ବିରୋଧରେ ଅନୁଗୋଳରେ ବଜରଙ୍ଗ ଦଳର ପ୍ରତିବାଦ

author img

By

Published : Oct 9, 2021, 5:25 PM IST

ଅନୁଗୋଳ: ବଜରଙ୍ଗ ଦଳ ଆଜି (ଶନିବାର) ଅନୁଗୋଳ ଥାନା ଛକ ଠାରେ ପାକିସ୍ତାନ ବିରୋଧରେ ବିଭିନ୍ନ ନାରା ଦେବାସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଅନେକ ଆତଙ୍କବାଦୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । କାଶ୍ମୀରରେ ଏକ ସ୍କୁଲରେ ଆତଙ୍କବାଦୀ ମାନେ ବାଛିବାଛି କେବଳ ହିନ୍ଦୁ ମାନଙ୍କୁ ହତ୍ୟା କରିଥିବା ସେମାନେ ଅଭଯୋଗ କରିଛନ୍ତି ।

ପାକିସ୍ତାନ ବିରୋଧରେ ଅନୁଗୋଳରେ ବଜରଙ୍ଗ ଦଳର ପ୍ରତିବାଦ

କାଶ୍ମୀରରେ ଅରାଜକତା ସୃଷ୍ଟି କରିବାକୁ ପାକିସ୍ତାନ ଏଭଳି ବର୍ବରଚିତ କାଣ୍ଡ କରୁଛି । ତେଣୁ, ଏହାକୁ ବିଶ୍ଵବ୍ୟାପୀ ହିନ୍ଦୁ କେବେହେଲେ ବରଦାସ୍ତ କରିବେ ନାହିଁ ବୋଲି ବଜରଙ୍ଗ ଦଳ କହିଛି । ଦଳ ଓ ସଂଗଠନ ପକ୍ଷରୁ ଘଟଣାକୁ ନେଇ ଆଗକୁ ଆହୁରି ପ୍ରତିବାଦ ଓ ବିକ୍ଷୋଭ ଜାରି ରହିବ ବୋଲି କୁହାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.