ETV Bharat / state

ପାଟିରେ ଘାଆ ଯୋଗୁଁ ଅନୁଗୋଳରେ ହାତୀଛୁଆର ମୃତ୍ୟୁ - ଅନୁଗୋଳ ଖବର

ହାତୀର ପାଟିରେ ଘାଆ ହୋଇ ଯାଇଥିବାରୁ ସେ କିଛି ଖାଇ ନପାରି ଗୋଟିଏ ଜାଗାରେ ପଡି ରହିଥିଲା । ଆଉ ଶେଷରେ ମଙ୍ଗଳବାର ତାର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ପାଟିରେ ଘାଆ ଯୋଗୁଁ ଅନୁଗୋଳରେ ଛୁଆ ହାତୀର ମୃତ୍ୟୁ

author img

By

Published : Jun 9, 2020, 6:30 PM IST

ଅନୁଗୋଳ: ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହାରିଲା ଛୁଆ ହାତୀ । ଦେବଗଡ ଜିଲ୍ଲାରୁ ଅନୁଗୋଳକୁ ପସି ଆସିଥିଲା ଏହି ହାତୀ । ଜିଲ୍ଲାର କଣିହାଁ ରେଞ୍ଜ ବାଳିପସି ଜଙ୍ଗଲରେ ଏହି ପୁରୁଷ ହାତୀର ମୃତ୍ୟୁ ହୋଇଛି ।

ପାଟିରେ ଘାଆ ଯୋଗୁଁ ଅନୁଗୋଳରେ ଛୁଆ ହାତୀର ମୃତ୍ୟୁ

ତେବେ ହାତୀଟିର ବୟସ ପ୍ରାୟ ୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଗତ ଦୁଇ ଦିନ ପୂର୍ବେ ଦେବଗଡ ପଟୁ ଏହି ହାତୀଟି ବାଲିପସି ଚାଲି ଆସିଥିଲା । ସେଠାରେ ସେ ଅସୁସ୍ଥ ଥିବା ଜଣା ପଡିବା ପରେ ଅନୁଗୋଳ ଡ଼ିଏଫଓ ଘଟଣାସ୍ଥଳରେ ପହଞ୍ଚି ହାତୀର ଚିକିତ୍ସା କରାଇଥିଲେ । ମାତ୍ର ହାତୀର ପାଟିରେ ଘାଆ ହୋଇ ଯାଇଥିବାରୁ ସେ କିଛି ଖାଇ ନପାରି ଗୋଟିଏ ଜାଗାରେ ପଡି ରହିଥିଲା । ଆଉ ଶେଷରେ ମଙ୍ଗଳବାର ତାର ମୃତ୍ୟୁ ହୋଇଛି ।

ବ୍ୟବଚ୍ଛେଦ ପରେ ହାତୀକୁ ପୋତି ଦିଆଯାଇଛି । ତବେ କେମିତି ହାତୀ ପାଟିରେ ଘାଆ ହେଲା ତାର କାରଣ ଜଣାପଡିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.