ETV Bharat / state

ନିଆଁର ଆଁରୁ ଜଙ୍ଗଲକୁ ସୁରକ୍ଷା ଦେବାକୁ ପ୍ରୟାସ, ପାଲା ମାଧ୍ୟମରେ କରାଯାଉଛି ସଚେତନ

ଜଙ୍ଗଲକୁ ସୁରକ୍ଷା ଦେବାକୁ ସଚେତନ ହେଉଛନ୍ତି ଲୋକେ । ପାଲା ମାଧ୍ୟମରେ ଗାଁ ଗାଁରେ ସଚେତନତା ସୃଷ୍ଟି କରୁଛନ୍ତି ଅନୁଗୋଳ ଜିଲ୍ଲାର ୩୦ଖଣ୍ଡ ଗାଁର ଲୋକେ।। ଅଧିକ ପଢନ୍ତୁ

ପାଲା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା

author img

By

Published : Feb 21, 2023, 12:23 PM IST

Updated : Feb 21, 2023, 12:39 PM IST

ପାଲା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା

ଅନୁଗୋଳ: ଆଗକୁ ଆସୁଛି ଖରାଦିନ । ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ରହିଛି । ତେଣୁ ଏହାକୁ ନେଇ ସଚେତନ ହୋଇଛନ୍ତି ଅନୁଗୋଳର ସାତକୋଶିଆ ଅଭୟାରଣ୍ୟ ଏବଂ ଆଠମଲ୍ଲିକ ବନଖଣ୍ଡର ଜଙ୍ଗଲ ଅଧ୍ୟୁଷିତ ପ୍ରାୟ ୩୦ଖଣ୍ଡ ଗାଁର ଲୋକେ । ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ସହାୟତାରେ ଲୋକେ ପାଲା ମାଧ୍ୟମରେ ଗାଁ ଗାଁରେ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି । ପ୍ରତ୍ୟେକ ଗାଁର ମହିଳା ପୁରୁଷ ଏକାଠି ହୋଇ ଜଙ୍ଗଲରୁ ଶୁଖିଲା ପତ୍ର ସଫା କରୁଛନ୍ତି ।

ପ୍ରତି ବର୍ଷ ଖରାଦିନେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୁଏ । ଫଳରେ ବହୁ ସଂଖ୍ୟାରେ ବନ୍ୟଜନ୍ତୁ ପୋଡି ହୋଇ ମୃତ୍ୟୁ ମୁଖରେ ପଡନ୍ତି । ବେଳେବେଳେ ଜଙ୍ଗଲ ନିଆଁ ଗାଁକୁ ମାଡି ଆସି ଘର ପୋଡି ମଧ୍ୟ ହୋଇଥାଏ । ତେଣୁ ଜଙ୍ଗଲରେ କିଭଳି ନିଆଁ ନଲାଗିବ ସେଥିପାଇଁ ଅଣ୍ଟା ଭିଡିଛନ୍ତି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକେ । ସାତକୋଶିଆର ଟିକରପଡା ଓ ମଝିପଡା ଏବଂ ଆଠମଲ୍ଲିକ ବନଖଣ୍ଡର ପଞ୍ଚଧାରା ପର୍ବତ ପାଦଦେଶରେ ରହିଛି ୩୦ରୁ ଅଧିକ ଗାଁ । ଯେଉଁଠି ନିଆଁ ଲାଗିଲେ ଲୋକଙ୍କର ବ୍ୟାପକ କ୍ଷତି ହୁଏ । ସେହି ସବୁ ଗାଁର ଲୋକେ ଜଙ୍ଗଲ ନିଆଁ ରୋକିବାକୁ ବ୍ୟାପକ ପଦକ୍ଷେପ ନେଉଛନ୍ତି । ବିଭିନ୍ନ ଗାଁରେ ପାଲା ମାଧ୍ୟମରେ ଲୋକଙ୍କୁ ଜଙ୍ଗଲରେ ନିଆଁ ନଲଗାଇବା ଏବଂ ନିଆଁ ଲାଗିଲେ ତୁରନ୍ତ ନିଆଁ ଲିଭାଇବା ପାଇଁ ସଚେତନ କରାଉଛନ୍ତି ।

ଜଙ୍ଗଲ ଆମର ମାଆ । ଜଙ୍ଗଲରୁ ଆମେ ହରିଡା, ବାହାଡ଼ା, ଶାଳ ପତ୍ର, ମହୁ, ଲାଖ, ଝୁଣା, ଜାଳ କାଠ ଓ ଆହୁରି ଅନେକ ଜିନିଷ ପାଉଛୁ । ଜଙ୍ଗଲରେ ବନ୍ୟଜନ୍ତୁ ସୁରକ୍ଷିତ ରୁହନ୍ତି । ତେଣୁ ଜଙ୍ଗଲକୁ ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଗାଁ ଗାଁରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଗ୍ରାମବାସୀ । ଏହି ସବୁ ଗାଁ ଲୋକଙ୍କର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ଜଙ୍ଗଲ ନିଆଁକୁ ରୋକିବା ପାଇଁ କେବକ ସଚେତନତା କାର୍ଯ୍ୟକ୍ରମରେ ସୀମିତ ରଖି ନାହାନ୍ତି ଗାଁର ଲୋକେ । ବାସ୍ତବରେ ମଧ୍ୟ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରୁଛନ୍ତି । ଗାଁ ଗାଁରେ ମହିଳା ପୁରୁଷ ଏକାଠି ହୋଇ ହାତରେ ଝାଡୁ ଓ ପାଣି ବାଲଟି ଧରି ନିକଟସ୍ଥ ଜଙ୍ଗଲକୁ ଯାଉଛନ୍ତି । ଗାଁକୁ ଲାଗି ରହିଥିବା ଜଙ୍ଗଲରେ ପଡିଥିବା ଶୁଖିଲା ପତ୍ର ଏକାଠି କରି ସଫା କରନ୍ତି । ସେହି ପତ୍ରକୁ ନିଆଁ ଲଗାଇ ପୋଡି ଦେଇଥାନ୍ତି । ଯାହାଫଳରେ କୌଣସି କାରଣରୁ ଜଙ୍ଗଲକୁ ଆଉ ନିଆଁ ବ୍ୟାପିପାରେ ନାହିଁ । କୌଣସି ସ୍ଥାନରେ ନିଆଁ ଲାଗିଥିଲେ ଖବର ପାଇବା ମାତ୍ରେ ସମସ୍ତେ ସେଠାକୁ ଯାଇ ନିଆଁ ଲିଭାଇ ଦିଅନ୍ତି ।

ଖରାଦିନେ ପ୍ରତ୍ୟେକ ଗାଁରେ ଲୋକେ ପାଳି କରି ଠେଙ୍ଗାବାଡି ଧରି ଜଙ୍ଗଲ ଜଗୁଛନ୍ତି । ଗତ କିଛି ବର୍ଷ ହେଲା ଏହି ୩୦ଖଣ୍ଡ ଗାଁର ଲୋକଙ୍କ ଉଦ୍ୟମ ଯୋଗୁଁ ଅଞ୍ଚଳରେ ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ଅଛି । ବନ ବିଭାଗକୁ ଜଙ୍ଗଲରେ ନିଆଁ ନିୟନ୍ତ୍ରଣ ପାଇଁ ପ୍ରଚୁର ଅର୍ଥ ମିଳୁଛି । ବିଭାଗ ପାଖରେ ଆବଶ୍ୟକ କର୍ମଚାରୀ, ଗାଡି ସବୁକିଛି ରହିଛି । ତଥାପି ବନ ବିଭାଗ ଯାହା କରିପାରିନି ତାହା କରି ଦେଖାଇ ପାରିଛନ୍ତି ଏହି ସବୁ ଗାଁର ଲୋକେ । ଆମ ଜଙ୍ଗଲ ଓ ଆମ ପରିବେଶ ସୁରକ୍ଷା ଆମ ହାତରେ । ଏକଥାକୁ ପ୍ରମାଣିତ କରି ଦେଖାଇ ପାରିଛନ୍ତି ଏହି ୩୦ଗାଁର ଲୋକେ । ତେଣୁ ଅନ୍ୟ ଜଙ୍ଗଲ ଆଧ୍ୟୁଷିତ ଗାଁଗୁଡିକର ଲୋକେ ଏହାକୁ ଆପଣାଇ ପାରିଲେ ଜଙ୍ଗଲ ସୁରକ୍ଷିତ ରହିବ ବୋଲି କହିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଅନୁଗୋଳ

Last Updated : Feb 21, 2023, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.