ETV Bharat / state

ଚଢାଉ କରିବାକୁ ଯାଇ ମାଡ ଖାଇଲେ ଅବକାରୀ କର୍ମଚାରୀ, 4 ଆହତ

ଅବକାରୀ ଚଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ଅବକାରୀ କର୍ମଚାରୀ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବଗେଡିଆ ଗାଁରେ ।

author img

By

Published : Oct 5, 2019, 1:06 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଅବକାରୀ ଚଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ଅବକାରୀ କର୍ମଚାରୀ । କେବଳ ଏତିକି ନୁହେଁ ଲୋକଙ୍କ ମାଡ଼ରେ ଗାଡି ଭଙ୍ଗାରୁଜାରେ ୪ ଆହତ ମଧ୍ୟ ହୋଇଛନ୍ତି । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବଗେଡିଆ ଗାଁ ରେ । ମଦ ଚଢ଼ାଉ କରିବାକୁ ଯାଇଥିବାବେଳେ ଅବକାରୀ ବିଭାଗର କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି ।

ବାଗଡ଼ିଆ ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ମଦ ମାଫିଆମାନଙ୍କ ଆକ୍ରମଣରେ ଅବକାରୀ ବିଭାଗର ଗାଡି ଭଙ୍ଗାରୁଜା ହୋଇଥିବାବେଳେ ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସୂଚନାନୁସାରେ ଅନୁଗୋଳ ଅବକାରୀ ବିଭାଗ ବାଗଡ଼ିଆ ମନ୍ଦିରସାହିରେ ବିପୁଳ ପରିମାଣର ମହୁଲ ମଦ ବିକ୍ରି ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଇନ୍ସପେକ୍ଟର କରୁଣା ଶଙ୍କର ତିୱାରୀଙ୍କ ନେତୃତ୍ବରେ ଏହି ଟିମ ଚଢ଼ାଉବେଳେ ବହୁ ପରିମାଣର ମହୁଲି ମଦ, ପୋଚ ଆଦି ଜବତ କରି ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିଲା । ଏହି ସମୟରେ ସେହି ମଦ ମାଫିଆଙ୍କ କିଛି ସହଯୋଗୀ ଆସି ଅଟକ ୩ ଜଣ ନିର୍ଦ୍ଦୋଷ ଏବଂ ତାଙ୍କୁ ଛାଡ଼ି ଦେବାକୁ ଦାବି କରିଥିଲେ ।

ତେବେ ଅବକାରୀ ବିଭାଗ ସେମାନଙ୍କ କଥାକୁ ନ ଶୁଣି ତଦନ୍ତ ଜାରି ରଖିଥିବାବେଳେ ହଠାତ 10 ରୁ 15 ଜଣ ପୁରୁଷ ଓ ମହିଳା ଅବକାରୀ ବିଭାଗ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଢେଲା ପଥର ସହ ଠେଙ୍ଗାରେ ଆକ୍ରମଣ କରିବା ଫଳରେ ଅବକାରୀ ବିଭାଗର ଗାଡି ଭାଙ୍ଗିଯିବା ସହ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରୀ , ସବ-ଇନ୍ସପେକ୍ଟର ଅରବିନ୍ଦ ରାଉତରାୟ, ଭକ୍ତବତ୍ସଳ ବର୍ମା, ଡ୍ରାଇଭର କାହ୍ନୁଚରଣ ସ୍ବାଇଁ ଆହତ ହୋଇଛନ୍ତି ।

ଆକ୍ରମଣ ପରେ ଅବକାରୀ ବିଭାଗ କର୍ମଚାରୀ ଘଟଣାସ୍ଥଳରୁ ପଳାଇ ଆସିବା ସହ ଛେଣ୍ଡିପଦା ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ଆହତଙ୍କୁ ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅବକାରୀ ଚଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ଅବକାରୀ କର୍ମଚାରୀ । ଲୋକଙ୍କ ମାଡ଼ ରେ ଗାଡି ଭଙ୍ଗାରୁଜା , ୪ ଆହତ । ମଦ ଚଢ଼ାଉବେଳେ କରିବାକୁ ଯାଇଥିବା ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ.Body: ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବଗେଡିଆ ଗାଁ ରେ । ବାଗଡ଼ିଆ ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ମଦ ମାଫିଆ ମାନଙ୍କ ଆକ୍ରମଣରେ ଅବକାରୀ ବିଭାଗର ଗାଡି ଭଙ୍ଗାରୁଜା ହୋଇଥିବା ବେଳେ ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି ।ସୂଚନାନୁସାରେ ଅନୁଗୋଳ ଅବକାରୀ ବିଭାଗ ବାଗଡ଼ିଆ ମନ୍ଦିରସାହିରେ ବିପୁଳ ପରିମାଣର ମହୁଲି ମଦ ବିକ୍ରି ହେଉଥିବା ଖବର ପାଇ ଚଢ଼ାଉ କରିଥିଲା । ଇନ୍ସିପେକ୍ଟର କରୁଣା ଶଙ୍କର ତିୱାରିଙ୍କ ନେତୃତ୍ୱରେ ଏହି ଟିମ ଚଢ଼ାଉବେଳେ ବହୁ ପରିମାଣର ମହୁଲି ମଦ , ପୋଚ ଆଦି ଜବତ କରି ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିଲା । ଏହି ସମୟରେ ସେହି ମଦ ମାଫିଆଙ୍କ କିଛି ଲୋକ ଆସି ଅଟକ ୩ ଜଣ ନିର୍ଦୋଷ ଏବଂ ତାଙ୍କୁ ଛାଡ଼ିଦେବାକୁ ଦାବି କରିଥିଲେ । ତେବେ ଅବକାରୀ ବିଭାଗ ସେମାନନଙ୍କ କଥାକୁ ନଶୁଣି ତଦନ୍ତ ଜାରି ରଖିଥିବା ବେଳେ ହଠାତ ୧୦-୧୫ ଜଣ ପୁରୁଷ ଓ ମହିଳା ଅବକାରୀ ବିଭାଗ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଢେଲା ପଥର ସହ ଠେଙ୍ଗାରେ ଆକ୍ରମଣ କରିବା ଫଳରେ ଆବକାରି ବିଭାଗର ଗାଡି ଭାଙ୍ଗିଯିବା ସହ ଇନ୍ସିପେକ୍ଟର କରୁଣା ଶଙ୍କର ତିୱାରୀ ,ସବ ଇନସ ପେକ୍ଟର ଅରବିନ୍ଦ ରାଉତରାଏ , ଭକ୍ତବତ୍ସଳ ବର୍ମା , ଡ୍ରାଇଭର କାହ୍ନୁଚରଣ ସ୍ବାଇଁ ଆହତ ହୋଇଛନ୍ତି। ଆକ୍ରମଣ ପରେ ଅବକାରୀ ବିଭାଗ ଘଟଣା ସ୍ଥଳରୁ ପଳାଇ ଆସିବା ସହ ଛେଣ୍ଡିପଦା ପୋଲିସରେ ଅଭିଯୋଗ କରିଛନ୍ତି ।Conclusion: ପୋଲିସ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ଆହତ ଙ୍କୁ ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.