ETV Bharat / state

ଦୋଳଯାତ୍ରାରେ ବୁଲିଲା ଖଣ୍ଡା, 2 ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

author img

By

Published : Mar 28, 2021, 10:29 PM IST

ଦୋଳ ଯାତ୍ରାରେ ଖଣ୍ଡା ଆକ୍ରମଣ । 2 ଗୁରୁତର ଆହତ ହୋଇ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଦୋଳଯାତ୍ରାରେ ଆକ୍ରମଣ: 2 ଗୁରୁତର
ଦୋଳଯାତ୍ରାରେ ଆକ୍ରମଣ: 2 ଗୁରୁତର

ଅନୁଗୋଳ: ଦୋଳ ଯାତ୍ରାରେ ଖଣ୍ଡା ଆକ୍ରମଣ । ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମରେ ଅନୁଗୋଳରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏପରି ଏକ ଘଟଣା ସଦର ଥାନା କୁଶାସିଙ୍ଗା ଗାଁରେ ଘଟିଛି ।

ଦୋଳଯାତ୍ରାରେ ଆକ୍ରମଣ: 2 ଗୁରୁତର

ଗାଁ ଦୋଳ ଯାତ୍ରାବେଳେ ଦୁଇଜଣ ଦୁର୍ବୃତ୍ତ ଆସି ଅତର୍କିତ ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିରେ 2 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦ୍ବୟ ସାଗର ଦାସ ଓ ରିତେଶ ସ୍ବାଇଁ ବୋଲି ଜଣାପଡିଛି । ଉଭୟଙ୍କ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ।

ଖବର ପାଇ ସଦର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ଘଟିଥିବା ଜଣାପଡିଛି । ମାତ୍ର ଦୁର୍ବୃତ୍ତମାନେ ଯେଉଁ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଆସିଥିଲେ ତା ପରିବର୍ତେ ଏମାନଙ୍କୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.