ETV Bharat / state

ଅନୁଗୋଳରେ ଏଟିଏମ ଲୁଟେରାଙ୍କ ଆତଙ୍କ, ସଟଡାଉନରେ 2ଟି ଏଟିଏମରୁ ଲୁଟ - ଅନୁଗୋଳ ଖବର

ଅନୁଗୋଳରେ ଏଟିଏମ ଲୁଟେରାଙ୍କ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ସପ୍ତାହନ୍ତ ସଟଡାଉନରେ ଦୁଇଟି ଏଟିଏମ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି ଲୁଟେରା । ଅଧିକ ପଢନ୍ତୁ...

ଅନୁଗୋଳରେ ଏଟିଏମ ଲୁଟେରାଙ୍କ ଆତଙ୍କ, ସପ୍ତାହନ୍ତ ସଟଡାଉନରେ 2ଟି ଏଟିଏମ ଲୁଟ୍

author img

By

Published : Aug 10, 2020, 5:21 PM IST

ଅନୁଗୋଳ: ଜିଲ୍ଲା ପୋଲିସକୁ ଏଟିଏମ ଲୁଟେରାଙ୍କ ଖୋଲା ଚାଲେଞ୍ଜ । ଶନିବାର ଓ ରବିବାର ଦୁଇ ଦିନରେ ଦୁଇଟି ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ହେଲେ ଏଯାବତ୍ ଲୁଟେରାଙ୍କ ଟେର୍ ପାଉନି ପୋଲିସ ।

ଶନିବାର ରାତିରେ ଜାତୀୟ ରାଜପଥ ପାର୍ଶ୍ବରେ ଥିବା କରଡ଼ା ଗାଡ଼ିଆ ନିକଟରେ ଏସବିଆଇ ଏଟିଏମ ଭାଙ୍ଗି ୫ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିଲେ ଲୁଟେରା । ସେହିପରି ରବିବାର ରାତିରେ ଅମଳାପଡା ଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଛି । ତେବେ ଏହି 2ଟି ଏଟିଏମ ଜନଗହଳି ସ୍ଥାନରେ ରହିଥିଲେ ମଧ୍ୟ ଲୁଟେରା ନିର୍ଭୟରେ ଏଭଳି କାଣ୍ଡ କରିଛନ୍ତି । ଯାହାକୁ ନେଇ ସାଧାରଣ ଲୋକେ ନିଜ ଧନ ଜୀବନ ସୁରକ୍ଷିତ ମଣୁ ନାହାନ୍ତି । ଆଉ ଲୁଟେରାଙ୍କ ଉତ୍ପାତ ଆଗରେ ନିଷ୍କ୍ରିୟ ହୋଇପଡିଛି ପୋଲିସ ।

ଅନୁଗୋଳରେ ଏଟିଏମ ଲୁଟେରାଙ୍କ ଆତଙ୍କ, ସପ୍ତାହନ୍ତ ସଟଡାଉନରେ 2ଟି ଏଟିଏମ ଲୁଟ୍

ଅପରପକ୍ଷେ ଜିଲ୍ଲାରେ ପୋଲିସ ରାତିରେ ପାଟ୍ରୋଲିଂ କରୁନଥିବାରୁ ଚୋରି, ଡକାୟତି ହୁ ହୁ ହୋଇ ବଢି ଚାଲିଛି। ଅନେକ ଅଭିଯୋଗକୁ ପୋଲିସ ଗ୍ରହଣ କରୁନାହିଁ । ଅନେକ ଅଭିଯୋଗକୁ ପୋଲିସ ଲୁଚାଇ ରଖୁଛି । ତେଣୁ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଦିନରାତି ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି । ସେପଟେ ପୋଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.