ETV Bharat / state

ହାତୀ ଉପଦ୍ରବକୁ ପ୍ରତିବାଦ, ବ୍ଲକ କାର୍ଯ୍ୟାଳୟ ଘେରିଲେ ଚାଷୀ - ବ୍ଲକ ସମ୍ମୁଖରେ ଘେରାଉ

ହାତୀ ଆତଙ୍କରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀକୂଳ । ଏହାକୁ ପ୍ରତିବାଦ କରି ଏସୟୁସିଆଇ (SUCI) କମ୍ୟୁନିଷ୍ଟ ଡାକରାରେ ଚାଷୀ କରିଛନ୍ତି ବିକ୍ଷୋଭ । 9 ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ଘେରାଉ କରିଛନ୍ତି ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 30, 2019, 5:18 PM IST

ଅନୁଗୋଳ: ଛେଣ୍ଡିପଦା ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢିଚାଲିଛି । ଘରୁ ପଦାକୁ ବାହାରିଲେ ଗୋଡାଉଛି ଭୟ । ହାତୀ ପାଇଁ ନାକେଦମ ହେଉଛନ୍ତି ଗାଁ ଲୋକେ । ସେପଟେ ବନ ବିଭାଗର ନାଚାର ପଣିଆ ଗ୍ରାମବାସୀଙ୍କୁ ରାତି ଅନିଦ୍ରା ହେବାକୁ ବାଧ୍ୟ କରୁଛି । ହାତୀ ଆତଙ୍କରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀକୂଳ । ଏହାର ପ୍ରତିବାଦ କରି ଏସୟୁସିଆଇ (SUCI) କମ୍ୟୁନିଷ୍ଟ ଡାକରାରେ ଚାଷୀ କରିଛନ୍ତି ବିକ୍ଷୋଭ । ଚାଷୀଙ୍କ ପକ୍ଷରୁ 9 ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ହାତୀ ଉପଦ୍ରବରେ ଚାଷୀଙ୍କ ଫସଲ ଉଜୁଡ଼ି ଗଲାଣି । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବନାଞ୍ଚଳ ରାସ୍ତାରେ ଦିନରାତି ହାତୀ ଚଳାଚଳ କରୁଛନ୍ତି, ଯାହା ପଥଚାରୀଙ୍କୁ ସମସ୍ୟାରେ ପକାଉଛି । SUCI କମ୍ୟୁନିଟି ପାର୍ଟିର ସହଯୋଗରେ ଛେଣ୍ଡିପଦା ଡାକ ବଙ୍ଗଳାରୁ ଶତାଧିକ ଚାଷୀ ଏକ ରାଲିରେ ବାହାରି ବଜାର ପରିକ୍ରମା କରି ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷୀଙ୍କ ଜମିରେ ଜଳସେଚନ ସୁବିଧା, ଶୀତଳ ଭଣ୍ଡାର ନିର୍ମାଣ, ଚାଷୀଙ୍କୁ ପେନସନ, ମରୁଡି ଘୋଷଣା, ହାତୀ ଉପଦ୍ରବ ରୋକିବା ଭଳି ୯ଟି ଦାବି ରଖି ରାଜ୍ୟ ସରକାରଙ୍କ ବିରୋଧରେ ଚାଷୀମାନେ ଗର୍ଜିଥିଲେ ।

ଏଭଲିକି ଏହାର ତୁରନ୍ତ ସମାଧାନ ନକଲେ ଆସନ୍ତା ୧୬ ତାରିଖରେ ବିଧାନସଭା ଘେରାଉ କରିବା ପାଇଁ କଡା ଚେତାବନୀ ଦେଇଛନ୍ତି । ଏହାସହ ଛେଣ୍ଡିପଦା ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର ନକଲେ ବଡ ଧରଣର ଆନ୍ଦୋଳ କରିବେ ବୋଲି ଚାଷୀକୂଳ ଧମକ ଦେଇଛନ୍ତି ।

ଅନୁଗୋଳକୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବନାଞ୍ଚଳ ରେ ଥମୁନି ହାତୀ ଉପଦ୍ରବ । ଯାହାର ପ୍ରତିବାଦ କରିଛନ୍ତି ହାତୀ ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଚାଷୀ କୁଳBody:ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବନାଞ୍ଚଳ ରେ ଥମୁନି ହାତୀ ଉପଦ୍ରବ । ଯାହାର ପ୍ରତିବାଦ କରିଛନ୍ତି ହାତୀ ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଚାଷୀ କୁଳ । SUCI କମ୍ୟୁନିଷ୍ଟ ଡାକରା ରେ ଚାଷୀ କରିଛନ୍ତି ବିକ୍ଷୋଭ। ବ୍ଲକର ଚାଷୀଙ୍କ ପକ୍ଷରୁ ୯ ଦଫା ଦାବି ରେ ବ୍ଲକ୍ ସମୂଖରେ ବିକ୍ଷୋଭ କରାଯାଇଛି। SUCI କମ୍ୟୁନିଟି ପାର୍ଟି ର ସହଯୋଗରେ ଛେଣ୍ଡିପଦା ଡାକ ବଙ୍ଗଳା ରୁ ଶତାଧିକ ଅଧିକ ଚାଷି ଏକ ରାଲିରେ ବାହାରି ବଜାର ପରିକ୍ରମା କରି ବ୍ଲକ୍ ସମୂଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଚାଷୀଙ୍କ ଜମି ରେ ଜଳସେଚନ ସୁବିଧା, ଶିତଳ ଭଣ୍ଡାର ନିର୍ମାଣ, ଚାଷୀ ମାନଙ୍କୁ ପେନସନ, ମରୁଡି ଘୋଷଣା, ହାତୀଉପଦ୍ରବ୍ୟ ରୋକିବା ଭଳି ୯ଟି ଦାବିରଖି ରାଜ୍ୟ ସରକାର ଙ୍କ ବିରୋଧ ରେ ଚାଷୀ ଗର୍ଜି ଥିଲେ।ଏଭଲିକି ଏହାର ତୁରନ୍ତ ସମାଧାନ ନଅକଲେ ଆସନ୍ତ ୧୬ ତାରିଖରେ ବିଧାନଶଭା ଘରାଉ କରିବାପାଇଁ କଡା ଚେତାବନି ଦେବାସହ ଛେଣ୍ଡିପଦା ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
Byte - 1 ନବକିଶୋର ପ୍ରଧାନ , ଆନ୍ଦୋଳ କାରୀ।
Byte- 2 ପରୀକ୍ଷିତ ସାହୁ , ଚାଷୀ ।Conclusion:ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର ନ କଲେ ବଡ ଧରଣ ର ଆନ୍ଦୋଳ କରିବେ ବୋଲେ ଲୋକେ ଧମକ ଦେଇଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.