ETV Bharat / state

ବଢୁଛି ସଂକ୍ରମଣ: ମାସର ପ୍ରଥମ ସପ୍ତାହନ୍ତ ଅନୁଗୋଳ ସଟଡାଉନ - ଅନୁଗୋଳ ସଟଡାଉନ

ସଂକ୍ରମଣକୁ ରୋକିବା ପାଇଁ ଅଗଷ୍ଟ ମାସର ପ୍ରଥମ ଶନିବାର ଓ ରବିବାର ଦୁଇ ଦିନକୁ ଅନୁଗୋଳ ଜିଲ୍ଲାକୁ ସଟ ଡାଉନ କରିଛି ଜିଲ୍ଲା ପ୍ରଶାସନ । ଅଧିକ ଖବର ପଢନ୍ତୁ...

ବଢୁଛି ସଂକ୍ରମଣ: ମାସର ପ୍ରଥମ ସପ୍ତାହନ୍ତ ଅନୁଗୋଳ ସଟଡାଉନ

author img

By

Published : Aug 1, 2020, 2:03 PM IST

ଅନୁଗୋଳ: ଜିଲ୍ଲା ପ୍ରଶାସନକୁ କୋରୋନା ଚିନ୍ତା । ଜିଲ୍ଲାରେ ବଢି ଚାଲିଥିବା କୋରୋନା ସଂକ୍ରମଣକୁ ରୋକିବା ପାଇଁ ଅଗଷ୍ଟ ମାସର ପ୍ରଥମ ଶନିବାର ଓ ରବିବାର ଦୁଇ ଦିନକୁ ଅନୁଗୋଳ ଜିଲ୍ଲାକୁ ମଧ୍ୟ ସଟ ଡାଉନ କରିଛି ଜିଲ୍ଲା ପ୍ରଶାସନ । ଏନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବଢୁଛି ସଂକ୍ରମଣ: ମାସର ପ୍ରଥମ ସପ୍ତାହନ୍ତ ଅନୁଗୋଳ ସଟଡାଉନ

ଜିଲ୍ଲାରେ ପୁଣି ଅଗଷ୍ଟ ମାସରେ ଲାଗୁ ହୋଇଛି 48 ଘଣ୍ଟିଆ ସଟ ଡାଉନ । ଯାହାର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । କେବଳ ଔଷଧ ଦୋକାନକୁ ଛାଡି ସବୁ କିଛି ବନ୍ଦ ରହିଛି ।

ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନାହାଁନ୍ତି । ସେପଟେ ଗତ ଦୁଇଦିନ ମଧ୍ୟରେ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧିପାଇଛି । ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସଟଡାଉନ ସମୟରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡା ପାଟ୍ରୋଲିଂ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.