ETV Bharat / state

କଟକଣାକୁ ସାଧାରଣ ଲୋକଙ୍କ ସମର୍ଥନ, ଦ୍ୱିତୀୟ ଦିନରେ ବି ସବୁ ଠପ୍

author img

By

Published : Jul 12, 2020, 5:57 PM IST

Updated : Jul 12, 2020, 7:53 PM IST

ଅନୁଗୋଳ ଜିଲ୍ଲାରେ 2ୟ ପର୍ଯ୍ୟାୟ ସଟଡାଉନର 2ୟ ଦିନ । ଶନିବାର ପରି ରବିବାର ମଧ୍ୟ ସଟଡାଉନକୁ ଲୋକ ମାନୁଛନ୍ତି । ସମସ୍ତ ଦୋକାନ ବଜାର, ଯାତ୍ରୀବାହୀ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି ।

କଟକଣାକୁ ସାଧାରଣଲୋକଙ୍କ ସମର୍ଥନ ! ଦ୍ୱିତୀୟ ଦିନରେ ବି ସବୁ ଠପ୍

ଅନୁଗୋଳ:ଜିଲ୍ଲାରେ 2ୟ ପର୍ଯ୍ୟାୟ ସଟଡାଉନର 2ୟ ଦିନ । ଶନିବାର ପରି ରବିବାର ମଧ୍ୟ ସଟଡାଉନକୁ ଲୋକ ମାନୁଛନ୍ତି । ସମସ୍ତ ଦୋକାନ ବଜାର, ଯାତ୍ରୀବାହୀ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । କେବଳ ଜରୁରୀ କାମରେ କିଛି ଲୋକ ବାହାରକୁ ବାହାରୁଛନ୍ତି । ରାସ୍ତାଘାଟ ସବୁ ଶୂନସାନ । ପ୍ରଶାସନ କୋରୋନା ସଂକ୍ରମଣ ରୋକିବା ପାଇଁ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛି । ଏହାକୁ ଲୋକେ ମାନୁଛନ୍ତି ।

କଟକଣାକୁ ସାଧାରଣଲୋକଙ୍କ ସମର୍ଥନ, ଦ୍ୱିତୀୟ ଦିନରେ ବି ସବୁ ଠପ୍

ଆଜି ରବିବାର ଥିବାରୁ ସମସ୍ତ ଆମିଷ ବଜାର ଓ ସାପ୍ତାହିକ ହାଟ ବେଶ ଜନଗହଳି ହୁଏ । କିନ୍ତୁ ଆଜି ସବୁ ଖାଁ ଖାଁ ଲାଗୁଛି । ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ଆବଶ୍ୟକ । ସବୁଠାରୁ ବଡ କଥା ହେଉଛି ଶୁକ୍ରବାର ଯେଉଁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ସେମାନେ ଗଞ୍ଜାମ ଓ ଯାଜପୁର ଫେରନ୍ତା ବୋଲି ଜଣାପଡିବା ପରେ ପ୍ରଶାସନ ହଟସ୍ପଷ୍ଟ ଅଞ୍ଚଳରୁ ଜିଲ୍ଲାକୁ ନ ଆସିବାକୁ ବାରଣ କରିଛନ୍ତି ।

ଏହାସହ ଯଦି କୌଣସି ବ୍ୟକ୍ତି ଆସନ୍ତି ତେବେ ସେ 14 ଦିନିଆ କ୍ବାରେଣ୍ଟାଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ତେଣୁ ଲୋକେ ଏହାକୁ କଡାକଡି ପାଳନ କରାଯିବାକୁ ମଧ୍ୟ ଦାବି କହିଛନ୍ତି । ସେପଟେ କେତେକ ଅମାନିଆ ସବୁ କଟକଣାକୁ ଫୁ କରି ଉଡେଇ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 12, 2020, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.