ETV Bharat / state

ଅମାନିଆ ହେବେ ସାବାଡ, ଆକ୍ସନ ମୋଡ଼ରେ ଅନୁଗୋଳ ପୋଲିସ - ଆକ୍ସନମୋଡ଼ରେ ପୋଲିସ

ଅନୁଗୋଳରେ କୋଭିଡ ଉଲ୍ଲଘଂନକାରୀଙ୍କୁ ଶାସନ ପାଇଁ ଆକ୍ସନମୋଡ଼ରେ ପୋଲିସ ରହିଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

କୋଭିଡ ଉଲ୍ଲଘଂନକାରୀଙ୍କୁ ଶାସନ ପାଇଁ ଆକ୍ସନମୋଡ଼ରେ ପୋଲିସ

author img

By

Published : Apr 22, 2021, 11:51 AM IST

ଅନୁଗୋଳ: ଜିଲ୍ଲାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ପୋଲିସ ପକ୍ଷରୁ ତତ୍ପରତା ଦେଖାଦେଇଛି । ଉଲ୍ଳଘଂନକାରୀଙ୍କୁ ଶାସନ କରିବା ପାଇଁ ପୋଲିସ ଆକ୍ସନମୋଡ଼ରେ ରହିଥିବା ଦେଖିବାକୁ ମିଳୁଛି । ନାଇଟ କର୍ଫ୍ୟୁ ଲାଗିବା ପରେ ପୋଲିସ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

କୋଭିଡ ଉଲ୍ଲଘଂନକାରୀଙ୍କୁ ଶାସନ ପାଇଁ ଆକ୍ସନମୋଡ଼ରେ ପୋଲିସ

ରାତି ୯ଟା ପରେ ନାଇଟ କର୍ଫ୍ୟୁ ଲାଗୁ କରା ଯାଇଥିଲେ ମଧ୍ୟ ସନ୍ଧ୍ୟାରୁ ପୋଲିସ ଫୋର୍ସ ବଜାର ଓ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛି । ସାମାଜିକ ଦୂରତା ଓ ମାସ୍କ ଉପରେ ବେଶ ଗୁରୁତ୍ୱ ଦେଉଛି । ଅମାନିଆଙ୍କଠାରୁ ଫାଇନ ଆଦାୟ କରୁଛି ପୋଲିସ । ଯେଉଁ ଦୋକାନୀମାନେ କଟକଣା ମାନୁନାହାନ୍ତି ସେମାନଙ୍କୁ ପ୍ରଶାସନ କଡା ତାଗିଦ କରୁଛି । ଆବଶ୍ୟକ ପଡ଼ିଲେ ଦୋକାନ ସିଲ କରୁଛି ପୋଲିସ ।

ଗତକାଲି ସନ୍ଧ୍ୟାରେ ବସଷ୍ଟାଣ୍ଡ ଅଞ୍ଚଳରେ କୋଭିଡ ନିୟମର ଉଲ୍ଳଘଂନ ହୋଇଥିବାରୁ ପୋଲିସ ଦୁଇଟି ଫଳରସ ଦୋକାନକୁ ସିଲ କରି ଦେଇଛି । ଆଗକୁ ମଧ୍ୟ କଟକଣା ମାନୁ ନଥିବା ଦୋକାନୀ ଓ ଅମାନିଆ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ତାଗିଦ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.