ETV Bharat / state

ବୟସର ଅପରାହ୍ନରେ ଫିକା ପଡିନି ସମ୍ପର୍କର ନିବିଡତା, ଚର୍ଚ୍ଚାରେ ନବେଇ-ଚଞ୍ଚଳାଙ୍କ ପ୍ରେମ କାହାଣୀ

author img

By

Published : Apr 7, 2022, 6:25 PM IST

ପ୍ରେମ କେବଳ ଯୌବନର ପରିସୀମା ମଧ୍ୟରେ ସୀମିତ ନୁହେଁ ବରଂ ଜୀବନର ଅପରାହ୍ନରେ ମଧ୍ୟ ପ୍ରେମର ଡୋରି ପରସ୍ପରକୁ ନିବିଡ଼ ଭାବରେ ବାନ୍ଧି ରଖେ । ଏକଥାକୁ ପ୍ରମାଣ କରି ଦେଖାଇ ପାରିଛନ୍ତି ଏକ ବୃଦ୍ଧ ଦମ୍ପତି । ଦୀର୍ଘ ୭୦ ବର୍ଷରୁ ଅଧିକ ବିତିଲାଣି ସେମାନଙ୍କ ବୈବାହିକ ଜୀବନ । ସେମାନଙ୍କ ଯୋଡି ପୁରାଣରେ ବର୍ଣ୍ଣିତ ରାଧାକୃଷ୍ଣଙ୍କ ଯୋଡି ପରି ଅକ୍ଷୁର୍ଣ୍ଣ ରହିଛି । ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ଲାଙ୍ଗିଯୋଡ଼ା ଗାଁର ନବେଇ ସାହୁ । ଅଧିକ ପଢନ୍ତୁ

ବୟସର ଅପରାହ୍ନରେ କମିନି ସମ୍ପର୍କର ନିବିଡ଼ତା
ବୟସର ଅପରାହ୍ନରେ କମିନି ସମ୍ପର୍କର ନିବିଡ଼ତା

ଅନୁଗୋଳ: ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମ କେବଳ ଯୌବନର ପରିସୀମା ମଧ୍ୟରେ ସୀମିତ ନୁହେଁ ବରଂ ଜୀବନର ଅପରାହ୍ନରେ ମଧ୍ୟ ପ୍ରେମର ଡୋରି ପରସ୍ପରକୁ ନିବିଡ଼ ଭାବରେ ବାନ୍ଧି ରଖେ । ଏକଥାକୁ ପ୍ରମାଣ କରି ଦେଖାଇ ପାରିଛନ୍ତି ଏକ ବୃଦ୍ଧ ଦମ୍ପତି। ଦୀର୍ଘ ୭୦ ବର୍ଷରୁ ଅଧିକ ବିତିଲାଣି ସେମାନଙ୍କ ବୈବାହିକ ଜୀବନ । ସେମାନଙ୍କ ଯୋଡି ପୁରାଣରେ ବର୍ଣ୍ଣିତ ରାଧାକୃଷ୍ଣଙ୍କ ଯୋଡି ପରି ଅକ୍ଷୁର୍ଣ୍ଣ ରହିଛି। ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ଲାଙ୍ଗିଯୋଡ଼ା ଗାଁର ନବେଇ ସାହୁ। ବୟସ ୮୫ ପାର ହେଲାଣି । ତାଙ୍କ ସ୍ତ୍ରୀ ଚଞ୍ଚଲା ସାହୁ। ବୟସ ୮୦ ଟପିଲାଣି । ଏ ବୟସରେ କେହି କାହା ବିନା ନିମିଷେ ରହି ପାରୁ ନାହାନ୍ତି। ଚଞ୍ଚଲା ବୟସାଧିକ ଯୋଗୁ ସମ୍ପୂର୍ଣ୍ଣ ଅକର୍ମଣ୍ୟ କିନ୍ତୁ ତାଙ୍କର ସାହା ହୋଇ ପାରିଛନ୍ତି ସ୍ୱାମୀ ନବେଇ। ବର୍ତ୍ତମାନ ଏହି ଦମ୍ପତ୍ତିଙ୍କ ପ୍ରେମ କାହାଣୀ ଚର୍ଚ୍ଚିତ ହେବାରେ ଲାଗିଛି ।

ବୟସର ଅପରାହ୍ନରେ କମିନି ସମ୍ପର୍କର ନିବିଡତା

ଚଞ୍ଚଳାଙ୍କୁ ସକାଳୁ ଦାନ୍ତ ଘସାଇବା, ଖାଇବାକୁ ଦେବା, ଗାଧୋଇ ଦେବା, ତାଙ୍କ ମୁଣ୍ଡ କୁଣ୍ଡାଇବା, ସିନ୍ଦୁର, ଅଳତା ଲଗାଇ ଦେବା ଆଦି ସମସ୍ତ କାମ କରନ୍ତି ନବେଇ । ସେଥିରେ ନବେଇଙ୍କର ବେସ ଆନନ୍ଦ । ନିଜ ସ୍ତ୍ରୀଙ୍କୁ ଏତେ ଭଲ ପାଆନ୍ତି ଯେ ନିମିଷେ ଛାଡି ରହିବା ତାଙ୍କ ପାଇଁ କଷ୍ଟ । ଏମିିତି ସ୍ୱାମୀ ପାଇ ଚଞ୍ଚଳା ମଧ୍ୟ ନିଜକୁ ଧନ୍ୟ ମନେ କରୁଛନ୍ତି । ଉଭୟଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ଼ ଆଖିରେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ। ଏହି ବୃଦ୍ଧ ଦମ୍ପତିଙ୍କ ପରସ୍ପର ପ୍ରତି ପ୍ରେମ ସମ୍ପର୍କ ଦେଖି ତାଙ୍କ ପାଖରେ ରହୁଥିବା ଅନ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ସତରେ ଉଭୟଙ୍କ ମଧ୍ୟରେ ଥିବା ଏ ସମ୍ପର୍କ ସତେ ଯେମିତି ସାରା ବିଶ୍ୱରେ ବିରଳ । ଏହି ଦମ୍ପତିଙ୍କ ୩ପୁଅ ଏବଂ ୬ଝିଅ । ଗାଁରେ ନିଜର କିଛି ଜମିବାଡ଼ି ଥିଲା । ନବେଇ ଚାଷବାସ କରି ପରିବାର ଚଳାଉଥିଲେ। ଅନେକ ସମୟ କୋଇଲା ଖଣିରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ପିଲାଛୁଆଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରି ସେମାନଙ୍କୁ ବଡ଼ କରିଥିଲେ। ସମୟ କ୍ରମେ ସବୁକିଛି ଓଲଟ ପାଲଟ ହୋଇ ଯାଇଥିଲା। କୋଇଲା ଖଣିରେ ଜମି ଚାଲିଯିବା ପରେ ପୁଅମାନେ ନିଯୁକ୍ତି ପାଇଲେ । ଆଉ ଯାହା ଜମି ଥିଲା ସେସବୁ ବିକ୍ରି କରି ଝିଅମାନଙ୍କୁ ବିବାହ କରାଇ ଦେଲେ। ତାପରେ ଆରମ୍ଭ ହେଲା ଦୁଃଖ ।

ପରିବାରରେ କେହି ଭଲ କରି ଖାଇବାକୁ ମୁଠାଏ ଦେଲେ ନାହିଁ । ଓଲଟା ମାରପିଟ କଲେ । ତେଣୁ ଏହି ବୃଦ୍ଧ ଦମ୍ପତି ଅନୁଗୋଳରେ ଥିବା ମାନବ ସେବାଶ୍ରମରେ ଆଜିକୁ ପ୍ରାୟ ୭ମାସ ହେଲା ରହୁଛନ୍ତି। ସେଠାରେ ସେମାନଙ୍କୁ ଭଲ କରି ଗଣ୍ଡେ ଖାଇବାକୁ ମିଳୁଛି । ଏ ବୟସରେ ପରସ୍ପରକୁ ଯେଉଁ ଭଳି ଭାବେ ସମ୍ପର୍କର ସୁତାରେ ବାନ୍ଧି ରଖିଛନ୍ତି ଏବଂ ଦୁହେଁ ଦୁହିଁଙ୍କ ସହାରା ପାଲଟିଛନ୍ତି ତାହା ନିଶ୍ଚିତ ଭାବେ ଆଜିର ପଥଭ୍ରଷ୍ଟ ସମାଜ ପ୍ରତି ଏକ ଉଦାହରଣ । ଆଜିର ସମାଜରେ ସମ୍ପର୍କର ତିକ୍ତତା ବଢ଼ିବାରେ ଲାଗିଛି । ପତିପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ମାରପିଟ ଭଳି ଘଟଣା ଘଟୁଛି । ବୈବାହିକ ଜୀବନର ଅଧାରୁ ଛାଡପତ୍ର ପରି ଘଟଣା ମଧ୍ୟ କିଛି ନୂଆ କଥା ନୁହେଁ । ହେଲେ ନବେଇ ଆଉ ଚଞ୍ଚଳାଙ୍କ ମଧ୍ୟରେ ଯେଉଁଭଳି ଅନାବିଳ ଓ ଅତୁଟ ପ୍ରେମ ରହିଛି ତାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.