ETV Bharat / state

'ମଦରେ ମିଶିଥିବା ଅତ୍ୟଧିକ ସ୍ପିରିଟ ହିଁ ମୃତ୍ୟୁର କାରଣ'

author img

By

Published : Nov 1, 2020, 8:49 PM IST

ଅନୁଗୋଳ ଜିଲ୍ଲା ପଥରଗଡ ମଦମୃତ୍ୟୁ ମାମଲାର ଉତ୍ତର ରଖିଲା ଜିଲ୍ଲା ଅବକାରୀ ବିଭାଗ । ମଦରେ ସ୍ପିରିଟ ମିଶିଥିବାରୁ ଲୋକଙ୍କ ମୃତ୍ଯୁ ହୋଇଥିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

'ଅଧିକ ନିଶା ପାଇଁ ମଦରେ ମିଶିଥିଲା ସ୍ପିରୀଟ'
'ଅଧିକ ନିଶା ପାଇଁ ମଦରେ ମିଶିଥିଲା ସ୍ପିରୀଟ'

ଅନୁଗୋଳ: ଅନୁଗୋଳ ଜିଲ୍ଲା ପଥରଗଡ ମଦମୃତ୍ୟୁ ମାମଲାରେ ଆସିଲା ଟ୍ବିଷ୍ଟ । ଅଧିକ ନିଶା ପାଇଁ ମଦରେ ମିଶିଥିଲା ସ୍ପିରିଟ। ଏନେଇ ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ସୂଚନା ଦେଇଛନ୍ତି ।

'ଅଧିକ ନିଶା ପାଇଁ ମଦରେ ମିଶିଥିଲା ସ୍ପିରୀଟ'

ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ପଥରଗଡରେ ବିଷାକ୍ତ ମଦପିଇ ଏକାଧିକ ଲୋକେ ପ୍ରାଣ ହରାଇଥିଲେ । ଏହାପରେ ବିରୋଧୀ ଠୁ ସ୍ଥାନୀୟ ଲୋକେ ସରକାର ଓ ଜିଲ୍ଲା ଅବକାରୀ ବିଭାଗକୁ ଘେରିବା ସହ ରାଜ୍ୟ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ । ତେବେ ବିଭାଗ ଘଟଣା ପରଠାରୁ ତନାଘନା କରି ଶେଷରେ ମୃତ୍ୟୁର କାରଣ ସ୍ପଷ୍ଟ କରିଛି । ଅଧିକ ନିଶା ପାଇଁ ମଦରେ ସ୍ପିରିଟ ମିଶିଥିବାରୁ ଲୋକଙ୍କ ମୃତ୍ୟୁ ହୋଇଥିବା ଅବକାରୀ ବିଭାଗ କହିଛି ।

ଅବକାରୀ ବିଭାଗର ସୂଚନା ଅନୁଯାୟୀ ଯେଉଁ ମହିଳା ମଦ ରାନ୍ଧୁଥିଲେ ତାଙ୍କୁ ଗିରଫ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ଯେଉଁମାନେ ବି ତଦନ୍ତ ପରିସରକୁ ଆସିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାଏକ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.