ETV Bharat / state

ଅନୁଗୋଳ ମାନଚିତ୍ରରୁ ହଜିଯିବ କୁରୁଡୁ ଗାଁ

author img

By

Published : Jan 23, 2020, 10:53 PM IST

ଅନୁଗୋଳ ଜିଲ୍ଲା ମାଣିକଯୋଡି ପଞ୍ଚାୟତ କୁରୁଡୁ ଗ୍ରାମରେ ରାସ୍ତା ନଥିବା କାରଣରୁ ଗ୍ରାମରେ ମାତ୍ର ଚାରୋଟି ଘର ଥିବାବେଳେ ଲୋକ ସଂଖ୍ୟା ମାତ୍ର ୮ ।

kurudu village road problem
ଅନୁଗୋଳ ମାନଚିତ୍ରରୁ ହଜିଯିବ କୁରୁଡୁ ଗାଁ

ଅନୁଗୋଳ: ଏମିତି ଏକ ଗାଁ ଅଛି ଯାହା ବିଷୟରେ ଶୁଣିଲେ ହୁଏତ କେହି ବିଶ୍ଵାସ କରିବେନି । ଏହି ଗାଁରେ ମାତ୍ର ଚାରୋଟି ଘର ଥିବାବେଳେ ଲୋକ ସଂଖ୍ୟା ମାତ୍ର ୮ । ଏଭଳି ଏକ ଗାଁ ହେଉଛି ଅନୁଗୋଳ ଜିଲ୍ଲା ମାଣିକଯୋଡି ପଞ୍ଚାୟତ କୁରୁଡୁ ।

ଅନୁଗୋଳ ମାନଚିତ୍ରରୁ ହଜିଯିବ କୁରୁଡୁ ଗାଁ

ଅନୁଗୋଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଏହି କୁରୁଡୁ ଗାଁ । ମାତ୍ର ଏହି ଗାଁକୁ ଯିବାକୁ ହେଲେ ଦୁଇ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରିବାକୁ ପଡେ । କାରଣ ଗାଁକୁ ରାସ୍ତାଟିଏ ନାହିଁ । ଆଉ ଯେଉଁ ବାଟ ଦେଇ ଏଇ ଗାଁକୁ ଯିବାକୁ ପଡେ ସେଠି କେବଳ ଖାଲ ଖମା ଓ ବଡ ବଡ ପଥର । କେବଳ ଏତିକି ନୁହେଁ ଏହି ଗାଁକୁ ଯିବାକୁ ହେଲେ ପାହାଡୀ ନାଳ ଦେଇ ଯିବାକୁ ପଡେ ।

ତେବେ ଦିନ ଥିଲା ଏହି ଗାଁରେ ୮୦ଟି ଘର ଥିଲା । ମାତ୍ର ଏବେ ଅନେକ ଗୁଡିଏ ଘର ଅଛି ହେଲେ ସବୁ ଭାଙ୍ଗିରୁଜି ଗଲାଣି । ଏଥିସହ ପୂର୍ବରୁ ଗାଁରେ ସ୍କୁଲ ଥିଲା । ମାତ୍ର କାଳ କ୍ରମେ ତାହା ମଧ୍ୟ ଭାଙ୍ଗିଗଲା । କେବଳ ଗାଁକୁ ରାସ୍ତା ଖଣ୍ଡିଏ ନାହିଁ ବୋଲି ଲୋକେ ଗାଁ ଛାଡ଼ି ଦେଇଛନ୍ତି ।

କେବଳ ଏତିକି ନୁହେଁ ଗାଁର ଏକର ଏକର ଚାଷ ଜମି ଫସଲ ନ ହୋଇ ପଡିଆ ପଡିଛି । ଆଉ ଯେଉଁ ଚାରୋଟି ପରିବାର ଏହି ଗାଁ ରେ ଅଛନ୍ତି ସେମାନେ କେବଳ ନିଜର ଆବଶ୍ୟକତା ପାଇଁ ଅଳ୍ପ କିଛି ଜମିରେ ଚାଷ କରୁଛନ୍ତି । ଆଉ ସେ ସବୁକୁ ନଷ୍ଠ କରୁଛନ୍ତି ଜଙ୍ଗଲି ଜନ୍ତୁ ।

ଏପଟେ ଗାଁ ଚାରିପାଖ ସଂରକ୍ଷିତ ଜଙ୍ଗଲ । ତେଣୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରାସ୍ତା କରିବାକୁ ବାଧକ ସାଧୁଛି ଜଙ୍ଗଲ ଆଇନ । ଏନେଇ ଗାଁ ଲୋକେ ଜିଲ୍ଲା ପ୍ରଶାଶନ ଠାରୁ ଆରମ୍ଭ କରି ବନ ବିଭାଗ ସମସ୍ତଙ୍କ ନିକଟରେ ନେହୁରା ହୋଇଛନ୍ତି । ମାତ୍ର ଫଳ ଶୂନ ।

ତେବେ ଏନେଇ ଆମ ଇଟିଭି ଭାରତ ପ୍ରତିନିଧି ବନ ବିଭାଗକୁ ଜଣାଇବା ପରେ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ଏଥିସହ ଆବଶ୍ୟକ ପଡିଲେ ରାସ୍ତା ପାଇଁ ଯଦି ଅଳ୍ପ କିଛି ଗଛ କଟାଯାଏ ତେବେ ସେ ଗାଁକୁ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ।

ତେବେ ଯଦି ଗାଁକୁ ରାସ୍ତା ଖଣ୍ଡେ ନ ହୁଏ ତେବେ ଗାଁରେ ଥିବା ଏହି ଚାରି ଘର ବାଧ୍ୟ ହୋଇ ଅନ୍ୟତ୍ର ଚାଲିଯିବେ । ଆଉ ଅନୁଗୋଳ ଭୌଗୋଳିକ ମାନଚିତ୍ରରୁ ହଜିଯିବ କୁରୁଡୁ ଗାଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

Intro:ଏମିତି ଏକ ଗାଁ ଅଛି ଯାହା ବାବଦରେ କହିଲେ ବି କେହି ବିଶ୍ଵସ କରିବେନି । ପୁରା ଗାଁ ରେ ଅଛି ମାତ୍ର ଚାରୋଟି ଘର ଆଉ ଲୋକ ସଂଖ୍ୟା ମାତ୍ର ୮ । ହେଲେ ଦିନ ଥିଲା ଏହି ଗାଁ ରେ ରହୁଥିଲେ ୮୦ ଘର । ତେବେ ଗାଁ ରୁ କାହିଁକି କମିଲା ଲୋକ ଓ ଘର ସଂଖ୍ୟ ? ତାହା ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ! କେବଳ ଗାଁ କୁ ରାସ୍ତା ନାହିଁ ବୋଲି ଲୋକେ ଗାଁ ଛାଡ଼ି ଦେଇଛନ୍ତି । ଏଭଳି ଏକ ଗାଁ ଅଛି ଅନୁଗୋଳ ଜିଲ୍ଲାରେ । Body:Vo – 1
ଚାରୋଟି ପରିବାରେ ଗୋଟିଏ ଗାଁ । ଗାଁ ର ଲୋକ ସଂଖ୍ୟା ମାତ୍ର ୮ । ଗାଁ ଲୋକଙ୍କ ଅଛି ଏକର ଏକର ଚାଷ ଜମି ହେଲେ ସେ ସବୁ ଏବେ ପଡିଆ । ଏଭଳି ଏକ ଗାଁ ହେଉଛି ଅନୁଗୋଳ ଜିଲ୍ଲା ମାଣିକଯୋଡି ପଞ୍ଚାୟତ କୁରୁଡୁ । ଏ ସମ୍ପର୍କରେ ଖବର ପାଇ ଇଟିଭି ଗାଁ ରେ ପହଞ୍ଚିବାକୁ ଚେଷ୍ଠା କରିଥିଲା । ମୁଖ୍ୟ ରାସ୍ତାରୁ ଗାଁ କୁ ସଂଯୋଗ କରୁଥିବା ମାତ୍ର ଦୁଇ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରିବାକୁ ଆମକୁ ଲାଗିଗଲା ପ୍ରାୟ ଦୁଇ ରୁ ତିନି ଘଣ୍ଟା । କାରଣ ଗାଁ କୁ ନାହିଁ ରାସ୍ତା । ରାସ୍ତା ସାରା ଖାଲ ଖମା ଓ ବଡ ବଡ ପଥର । ଏହା ସାଙ୍ଗକୁ ବୁଦାଳିଆ ଜଙ୍ଗଲ ସାଙ୍ଗକୁ ପାହାଡୀ ନାଳ ଦେଇ ଆମେ ପହଞ୍ଚିଥିଲୁ ଗାଁ ରେ । ଗାଁ ଏ ପହଞ୍ଚି ଦେଖିଲୁ ଅନେକ ଗୁଡିଏ ଘର ଅଛି ହେଲେ ସବୁ ଭାଙ୍ଗିରୁଜି ଗଲାଣି । ଏକର ଏକର ଚାଷ ଜମି ଫସଲ ନ ହୋଇ ପଡିଆ ପଡିଛି । ପୁରା ଗାଁରେ ପହଞ୍ଚିବା ପରେ ଜାଣିଲୁ ଗାଁ ରେ ରୋହୁଛନ୍ତି ଚାରୋଟି ପରିବାର ର ୮ ଜଣ ସଦଶ୍ୟ । ଏହାର କାରଣ ସେମାନଙ୍କୁ ପଚାରିବାରୁ ସେମାନଙ୍କ ଉତ୍ତର ସବୁ ମୂଳରେ ଗାଁର ରାସ୍ତା । ରାସ୍ତା ଖଣ୍ଡେ ନଥିବାରୁ ପୂର୍ବରୁ ୮୦ ଘର ରହୁଥିବା ଗାଁ ରେ ୮ ଘର ରେ ସୀମିତ ।
Byte – 1 ବିଜୁଳି ସାହୁ , କୁରୁଡୁ ଗ୍ରାମବାସୀ
Byte – 2 ଗଭା ସାହୁ , କୁରୁଡୁ ଗ୍ରାମବାସୀ
Byte – 3 ରତ୍ନାକର ସାହୁ , କୁରୁଡୁ ଗ୍ରାମବାସୀ
Vo – 2
ଅନୁଗୋଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଏହି କୁରୁଡୁ ଗାଁ । ପୂର୍ବରୁ ଗାଁ ରେ ସ୍କୁଲ ଥିଲା , କାଳ କ୍ରମେ ତାହା ଭାଙ୍ଗିଗଲା , ସ୍କୁଲ ଓ ରାସ୍ତା ନଥିବାରୁ ଗାଁ ଲୋକେ ଭିଟାମାଟି ଛାଡି ଅନ୍ୟତ୍ର ଭଡାରେ ରାହୁଛନ୍ତି । ଗାଁ ରେ ରହୁଥିବା ଏହି ଚାରୋଟି ପରିବାର କେବଳ ନିଜର ଆବଶ୍ୟକତା ପାଇଁ ଅଳ୍ପ କିଛି ଜମିରେ ଚାଷ କରୁଛନ୍ତି ଆଉ ସେ ସବୁକୁ ନଷ୍ଠ କରୁଛନ୍ତି ଜଙ୍ଗଲି ଜନ୍ତୁ । ଗାଁ ଚାରିପାଖ ସଂରକ୍ଷିତ ଜଙ୍ଗଲ । ତେଣୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରାସ୍ତା କରିବାକୁ ବାଧକ ସାଧୁଛି ଜଙ୍ଗଲ ଆଇନ । ଏନେଇ ଗାଁ ଲୋକେ ଜିଲ୍ଲା ପ୍ରଶାଶନ ଠାରୁ ଆରମ୍ଭ କରି ବନ ବିଭାଗ ସମସ୍ତଙ୍କ ନିକଟରେ ନେହୁରା ହୋଇଛନ୍ତି ହେଲେ କିଛି ଫଳ ହୋଇନି । ଏନେଇ ଆମେ ବନ ବିଭାଗ ର ନଜର କୁ ଆଣିଥିଲୁ ଏହି ଗାଁ ସମ୍ପର୍କରେ । ବନଖଣ୍ଡ ଅଧିକାରୀ କହିଛନ୍ତି ସ୍ଥିତି ଅନୁଧ୍ୟାନ କରାଯିବ । ଆବଶ୍ୟକ ପଡିଲେ ରାସ୍ତା ପାଇଁ ଯଦି ଅଳ୍ପ କିଛି ଗଛ କଟା ଯାଏ ତେବେ ସେ ଗାଁ କୁ ରାସ୍ତା ନିର୍ମାଣ କରାଯିବ ।
Byte – 4 ମାଟିଆ ସାହୁ , କୁରୁଡୁ ଗ୍ରାମବାସୀ
Byte – 5 କାର୍ତ୍ତିକ ଭି , ଡ଼ିଏଫଓ ଅନୁଗୋଳ
Conclusion:ଯଦି ଗାଁ କୁ ରାସ୍ତା ଖଣ୍ଡେ ନ ହୁଏ ତେବେ ଗାଁ ରେ ଥିବା ଏହି ଚାରି ଘର ବାଧ୍ୟ ହୋଇ ଅନ୍ୟତ୍ର ଚାଲିଜିବେ । ଆଉ ଅନୁଗୋଳ ଭୌଗୋଳିକ ମାନଚିତ୍ର ରୁ ହଜିଯିବ କୁରୁଡୁ ଗାଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.