ETV Bharat / state

କମିଲା ଲେମ୍ବୁ ଉତ୍ପାଦନ: ଚାଷୀ ହତାଶ, ପଦକ୍ଷେପ ବଦଳରେ ଶୋଇଛନ୍ତି ସରକାର !

ବୋର ୱେଲ୍ ଏବଂ କୂଅ ଜଳସ୍ତର ବହୁତ ତଳକୁ ଚାଲି ଗଲାଣି । ତେଣୁ ଚାଷୀ ଚାହିଁଲେ ମଧ୍ୟ ପାଣି ମଡ଼ାଇ ପାରୁ ନାହାନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରୁ ହିଁ ବିଗତ ବର୍ଷ ଅପେକ୍ଷା ୪/୫ଡିଗ୍ରୀ ତାପମାତ୍ରା ଅଧିକ ରହୁଛି । ଯାହାକି ଲେମ୍ବୁ ଚାଷ ପାଇଁ ଆଦୌ ଅନୁକୂଳ ନୁହେଁ । ତେଣୁ କୌଣସି ଗଛରେ ଲେମ୍ବୁଟିଏ ଦେଖିବାକୁ ମିଳୁନି । ଅଧିକ ପଢନ୍ତୁ

author img

By

Published : Apr 18, 2022, 7:51 PM IST

ଲେମ୍ବୁ ଉତ୍ପାଦନ କରୁଥିବା ଜିଲ୍ଲାରେ ଲେମ୍ବୁ ଚାଷୀ ହତାଶ

ଅନୁଗୋଳ: ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ଲେମ୍ବୁ ଚାଷ ସମ୍ପୂର୍ଣ ପ୍ରଭାବିତ ହୋଇଛି। ଜଳବାୟୁରେ ପରିବର୍ତ୍ତନ ଯୋଗୁ କୌଣସି ଗଛରେ ଫଳ ହୋଇ ନାହିଁ। ପ୍ରଥମେ ଗଛରେ ଫୁଲ ଧରିବା ସମୟରେ ଘନ କୁହୁଡି ଯୋଗୁ ଫୁଲ ଝଡ଼ିଗଲା । ଯାହା କିଥି ଗଛରେ ଥିଲା, ପ୍ରବଳ ଖରା ପ୍ରଭାବରେ ନଷ୍ଟ ହୋଇଗଲା । ଏହି ସମୟରେ ଲେମ୍ବୁରେ ଗଛ ଡାଳ ନଇଁ ପଡିବା କଥା। କିନ୍ତୁ ଏବେ ଫଳଟିଏ ଖୋଜିବାକୁ ପଡୁଛି । ଅନୁଗୋଳ ଜିଲ୍ଲାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଲେମ୍ବୁ ବାହାର ଜିଲ୍ଲା ଓ ରାଜ୍ୟକୁ ଚାଲାଣ ହେଉଥିଲା । କିନ୍ତୁ ଚଳିତ ବର୍ଷ ଚାଷୀ ନିଜେ ଖାଇବାକୁ ଗୋଟିକୁ ୧୦ଟଙ୍କା ଦେଇ କିଣିବାକୁ ପଡୁଛି ।

ଦିନ ଥିଲା ଅନୁଗୋଳ ଜିଲ୍ଲା ଲେମ୍ବୁ ଓ କମଳା ଚାଷ ପାଇଁ ବେସ ଜଣାଶୁଣା ଥିଲା । ଏଠାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ବିପୁଳ ପରିମାଣର ଲେମ୍ବୁ ଓ କମଳା ଚାଲାଣ ହେଉଥିଲା। କାରଣ ଜିଲ୍ଲାର ଅନୁଗୋଳ, ଆଠମଲ୍ଲିକ ଓ ପାଲଲହଡା ବ୍ଲକରେ ଅନୁକୂଳ ଜଳବାୟୁ ଯୋଗୁ ବ୍ୟାପକ ଲେମ୍ବୁ ଓ କମଳା ଚାଷ ହେଉଥିଲା। ଆଜି ମଧ୍ୟ ସରକାରୀ ରେକର୍ଡ ଅନୁସାରେ ଜିଲ୍ଲାର ଏହି ୩ଟି ବ୍ଲକରେ ପ୍ରାୟ ୭ଶହ ହେକ୍ଟର ଜମିରେ ଲେମ୍ବୁ ଚାଷ ହେଉଛି। କିନ୍ତୁ କେବଳ ଅନୁଗୁଳ ବ୍ଲକର ବନ୍ତଳା ଅଞ୍ଚଳରେ ୪୦୦ ହେକ୍ଟର ଜମିରେ ଲେମ୍ବୁ ଚାଷ କରାଯାଉଛି।

ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ପ୍ରତ୍ୟକ ବର୍ଷ ଅନୁଗୁଳ ଜିଲ୍ଲାରେ ଦେଢ଼ ଲକ୍ଷ କ୍ୱିଣ୍ଟାଲ ଲେମ୍ବୁ ଉତ୍ପାଦନ ହେଉଛି। ତେଣୁ ଆମ ରାଜ୍ୟର ଆବଶ୍ୟକତା ପୂରଣ କରିବାରେ କୌଣସି ଅସୁବିଧା ହେଉ ନାହିଁ। କିନ୍ତୁ ଚଳିତ ବର୍ଷ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମାର୍ଚ୍ଚ ଓ ଏପ୍ରିଲ ମାସରେ ଲେମ୍ବୁ ଉତ୍ପାଦନ ହେବା କଥା । ହେଲେ କୌଣସି ଗଛରେ ଫଳଟିଏ ଦେଖିବାକୁ ମିଳୁନି। ଏହାର କାରଣ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ବୋଲି କୁହାଯାଉଛି । ଗଛରେ ଫୁଲ ହେବା ସମୟରେ କୁହୁଡି ହେବାରୁ ଅଧିକାଂଶ ଫୁଲ ଝଡ଼ିଗଲା । ଯାହାକିଛି ରହିଲା ପ୍ରବଳ ଖରାରେ ଶୁଖି ଗଲା। ଏବେ ଯେଉଁ କିଛି ଗଛରେ ଫଳ ଅଳ୍ପ ସଂଖ୍ୟାରେ ଫଳ ଅଛି ତାହା ଆଉ ଆକାରରେ ବୃଦ୍ଧି ପାଉ ନାହିଁ । ପ୍ରବଳ ଖରାରେ ଶୁଖି ତଳେ ପଡୁଛି। ତେଣୁ ଚାଷୀଟିଏ ମଧ୍ୟ ନିଜେ ବ୍ୟବହାର କରିବାକୁ ଲେମ୍ବୁଟିଏ ପାଉନାହିଁ ।

ପ୍ରକୃତରେ ପ୍ରତ୍ୟକ ବର୍ଷ ଖରାଦିନେ ଥରେ ଦୁଇଥର ବର୍ଷା ହୋଇଥାଏ ! ଯାହାକି ଲେମ୍ବୁ ଗଛରେ ଫୁଲ ନଝଡ଼ିବାରେ ସହାୟକ ହୋଇଥାଏ । ଏହାଛଡା ଗଛରେ ପାଣି ମଡ଼ାଇବା ପାଇଁ ଆବଶ୍ୟକ ପଡେନାହିଁ। କିନ୍ତୁ ଚଳିତ ବର୍ଷ ଆଦୌ ବର୍ଷା ହୋଇ ନାହିଁ। ତେଣୁ ସବୁ ଜଳାଶୟ ଶୁଖି ଗଲାଣି। ବୋର ୱେଲ୍ ଏବଂ କୂଅ ଜଳସ୍ତର ବହୁତ ତଳକୁ ଚାଲି ଗଲାଣି । ତେଣୁ ଚାଷୀ ଚାହିଁଲେ ମଧ୍ୟ ପାଣି ମଡ଼ାଇ ପାରୁ ନାହାନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରୁ ହିଁ ବିଗତ ବର୍ଷ ଅପେକ୍ଷା ୪/୫ଡିଗ୍ରୀ ତାପମାତ୍ରା ଅଧିକ ରହୁଛି । ଯାହାକି ଲେମ୍ବୁ ଚାଷ ପାଇଁ ଆଦୌ ଅନୁକୂଳ ନୁହେଁ। ତେଣୁ କୌଣସି ଗଛରେ ଲେମ୍ବୁଟିଏ ଦେଖିବାକୁ ମିଳୁନି।

ଉଦ୍ୟାନ ବିଭାଗ ତରଫରୁ ଲେମ୍ବୁ ଚାଷ ପାଇଁ ବ୍ୟାପକ ଯୋଜନା କରାଯାଇଛି। ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦିଆ ଯାଉଛି । କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହିଚାଷ ପ୍ରଭାବିତ ହେଉଛି । ଆମ ରାଜ୍ୟ ଏବେ ଆନ୍ଧ୍ର ଏବଂ ପଶ୍ଚିମବଙ୍ଗ ଲେମ୍ବୁ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସେହି ରାଜ୍ୟ ଗୁଡିକରୁ ମଧ୍ୟ ପର୍ଯ୍ୟାପ୍ତ ଲେମ୍ବୁ ଆସୁ ନଥିବାରୁ ବଜାରରେ ଲେମ୍ବୁର ଆଶାତୀତ ମୂଲ୍ୟବୃଦ୍ଧି ଘଟିଛି। ବିଶେଷ କରି ଖରାଦିନେ ଲେମ୍ବୁର ଚାହିଦା ଅଧିକ ଥିଲେ ମଧ୍ୟ ମିଳୁନାହିଁ।

ଚଳିତ ବର୍ଷ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ନିଶ୍ଚିତ ଭାବେ ଉଦବେଗଜନକ । ତେଣୁ ସରକାରୀ ସ୍ତରରେ ଆଧୁନିକ ଜ୍ଞାନ କୌଶଳ ଅବଲମ୍ବନ କରି ଲେମ୍ବୁ ଉତ୍ପାଦନ ପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହନ ନଦେଲେ ଆଗାମୀ ଦିନରେ ଆଉ ଲେମ୍ବୁ ଦେଖିବାକୁ ମିଳିବ ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.