ETV Bharat / state

କୋଲ କରିଡର ନିର୍ମାଣକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ - କୋଲ କରିଡର ରାସ୍ତା

କୋଲ କରିଡର ରାସ୍ତା ନିର୍ମାଣକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ସେପଟେ ଗ୍ରାମବାସୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲା ଏମସିଏଲ କର୍ତ୍ତୃପକ୍ଷ । ଅଧାରୁ ବନ୍ଦ ହେଲା ରାସ୍ତା କାମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : May 10, 2019, 11:05 PM IST

ଅନୁଗୋଳ: ଏମସିଏଲର କୋଲ କରିଡ଼ର ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ । ଉପଯୁକ୍ତ କ୍ଷତିପୁରଣ ଓ ଥଇଥାନ ବିନା ଏମସିଲ ରାସ୍ତା ନିର୍ମାଣ କରୁଥିବାରୁ ଲୋକେ ଏହାକୁ ବନ୍ଦ କରିଥିଲେ । ହେଲେ ବଳ ପୂର୍ବକ ପୋଲିସ ଫୋର୍ସ ଗ୍ରାମବାସୀଙ୍କୁ ଉଠାଇ ନେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଶେଷରେ ବୈଠକ ପରେ ରାସ୍ତାକାମ ଅଧାରୁ ବନ୍ଦ ରଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ପ୍ରକାଶ ଯେ, ତାଳଚେରରେ ଥିବା ଏମସିଏଲର ହିଙ୍ଗୁଳା କୋଇଲା ଖଣି ଠାରୁ କଳମଛୁଇଁ ଦେଇ ଗୋପାଳ ପ୍ରସାଦ ପର୍ଯ୍ୟନ୍ତ ନିର୍ମାଣ ହେଉଛି କୋଲ କରିଡ଼ର ରାସ୍ତା । ଫଳରେ କଳମଛୁଇଁ ଗାଁର ପ୍ରାୟ 2ଶହରୁ ଅଧିକ ପରିବାର ସେମାନଙ୍କର ଘର ଓ ଜମି ହରାଇଛନ୍ତି । ସେମାନଙ୍କୁ ଏମସିଏଲ ପ୍ରାଥମିକ ପର୍ଯ୍ୟାୟରେ କିଛି କ୍ଷତି ପୂରଣ ରାଶି ପ୍ରଦାନ କରିଥିଲେ ମଧ୍ୟ ନିଯୁକ୍ତି ଓ ଥଇଥାନ ବାବଦରେ ଆଦୌ ପଦକ୍ଷେପ ଗ୍ରହଣ କରି ନାହିଁ ।

ତେଣୁ ଗ୍ରାମବାସୀ ରାସ୍ତା ନିର୍ମାଣକୁ ବାରମ୍ବାର ବିରୋଧ କରି ଆସୁଛନ୍ତି । ବହୁବାର ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି । ହେଲେ ଶୁକ୍ରବାର ପୁଣି ବ୍ୟାପକ ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କୁ ନେଇ ରାସ୍ତା କାମ କରିବାକୁ ଏମସିଏଲ ଆଗେଇ ଆସିଥିଲା । ଫଳରେ ଶତାଧିକ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଉପଯୁକ୍ତ କ୍ଷତି ପୁରଣ, ନିଯୁକ୍ତି ଓ ଥଇଥାନ ନମିଳିବା ପର୍ଯ୍ୟନ୍ତ ରାସ୍ତା କାମ କରାଇ ଦେବୁ ନାହିଁ ବୋଲି ଲୋକେ ଜିଦ୍‌ ଧରି ବସିଥିଲେ । ପୋଲିସ ବଳ ପ୍ରୟୋଗ କରି ଲୋକଙ୍କୁ ଉଠାଇ କାମ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରେ ସ୍ଥାନୀୟ ହିଙ୍ଗୁଳା ମନ୍ଦିର ପରିସରରେ ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ, ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ବୈଠକରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏମସିଏଲ କର୍ତ୍ତୃପକ୍ଷ କୌଣସି ପ୍ରଶାସନିକ ନିର୍ଦ୍ଦେଶକୁ ମାନୁ ନଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ସେପଟେ ନିଯୁକ୍ତି ଓ ଥଇଥାନ ପରେ ରାସ୍ତା କାମ ହେବା ନେଇ ନିଷ୍ପତ୍ତି ହେବା ପରେ ରାସ୍ତା କାମ ବନ୍ଦ କରି ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.