ETV Bharat / state

ତଳମୁହାଁ ପାରଦ: ଥରୁଛି ଅନୁଗୋଳ, ଅସ୍ତବ୍ୟସ୍ତ ଜନଜୀବନ - ଅନୁଗୋଳ ଖବର

ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଥରୁଛି ଅନୁଗୋଳ । ଅସ୍ତବ୍ୟସ୍ତ ଜନଜୀବନ । ଅଧିକ ପଢନ୍ତୁ

ତଳମୁହାଁ ପାରଦ: ଥରୁଛି ଅନୁଗୋଳ,ଅସ୍ତବ୍ୟସ୍ତ ଜନଜୀବନ

author img

By

Published : Dec 22, 2021, 4:51 PM IST

Updated : Dec 22, 2021, 9:48 PM IST

ଅନୁଗୋଳ : ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଅନୁଗୋଳ ଜିଲ୍ଲାରେ ଗତ ୩ଦିନ ପୂର୍ବେ ସର୍ବନିମ୍ନ ତାପମାତ୍ରା ୧୧.୬ଡିଗ୍ରୀ ରହିଥିଲା । ହେଲେ ମଙ୍ଗଳବାର ହଠାତ ୮.୬ଡିଗ୍ରୀକୁ ଖସି ଆସିଲା। ସେହିପରି ଆଜି (ବୁଧବାର) ୮ଡିଗ୍ରୀକୁ ଖସି ଆସିଛି । ଫଳରେ ଅସ୍ୱାଭାବିକ ଭାବେ ଥଣ୍ଡା ଅନୁଭୂତ ହେଉଛି । ସକାଳୁ ଖରା ନ ହେବା ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ଅଧିକାଂଶ ଲୋକ ଖେଳ କସରତ କରି ଶୀତ ଦାଉରୁ ରକ୍ଷା ପାଉଛନ୍ତି ।

ତଳମୁହାଁ ପାରଦ: ଥରୁଛି ଅନୁଗୋଳ, ଅସ୍ତବ୍ୟସ୍ତ ଜନଜୀବନ

ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଶୀତ ବସ୍ତ୍ର ପରିଧାନ କରୁଛନ୍ତି । ବିଭିନ୍ନ ସ୍ଥାନରେ ଚା ଦୋକାନ ଗୁଡିକରେ ଭିଡ଼ ଦେଖିବାକୁ ମିଳୁଛି। ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲୁନି । ରାସ୍ତାଘାଟରେ ଲୋକେ ଯାତାୟତ କରି ପାରୁ ନାହାନ୍ତି। ସନ୍ଧ୍ୟା ହେଲେ ଚାରିଆଡେ ଶୁନଶାନ୍ ଜଣାପଡୁଛି । ହଠାତ ଏତେ ଶୀତକୁ ଲୋକେ ସହ୍ୟ କରି ପାରୁ ନାହାନ୍ତି। ଦୁଇ ଦିନ ହେଲା ଶୀତ ଅନୁଭୂତ ହେଉଥିବାରୁ ଶୀତ ବସ୍ତ୍ରର ଚାହିଦା ବଢି ଯାଇଛି। ରାସ୍ତା କଡର ଶୀତ ବସ୍ତ୍ର ଦୋକାନ ଗୁଡିକରେ ଲୋକଙ୍କ ଭିଡ ଜମୁଛି । ତେବେ ଏତେ ଶୀତ ଯୋଗୁଁ ଗରିବ ଓ ନିରାଶ୍ରୟ ଶ୍ରେଣୀର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

କେତେକ ସ୍ଥାନରେ ସେମାନେ ରାତି ସାରା ନିଆଁ ଜାଳି ପିଲାଛୁଆଙ୍କୁ ନେଇ ବସି ରହୁଥିବା ଦେଖିବାକୁ ମିଳୁଛି। ଏହାଛଡା ବୟସ୍କମାନେ ଶୀତ ସମ୍ଭାଳି ନପାରି କଲବଲ ହେଉଛନ୍ତି । ଜିଲାର ସହରାଞ୍ଚଳ ଅପେକ୍ଷା ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ଗୁଡିକରେ ତାପମାତ୍ରା ଆହୁରି କମ ରହୁଛି। ତେଣୁ ଅତିଶୟ ଥଣ୍ଡା ଯୋଗୁଁ ଏବେ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଗକୁ ତାପମାତ୍ରା ଆହୁରି ଖସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ଜିଲ୍ଲାର ତାପମାତ୍ରା ୪/୫ଡିଗ୍ରୀ କମିବାର ସମ୍ଭାବନା ରହିଛି । ସେଭଳି ହେଲେ ଜାଡର ପ୍ରଭାବରେ ସାଧାରଣ ଜୀବନ ଯାତ୍ରା ନିଶ୍ଚିତ ଭାବେ ଅସ୍ୱାଭାବିକ ହୋଇ ପଡିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Dec 22, 2021, 9:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.