ETV Bharat / state

ଡ୍ୟାମରେ ଛୁଆହାତୀ ଛାଡି ପଳାଇଲେ ହାତୀପଲ, 4 ଘଣ୍ଟା ପରେ ଉଦ୍ଧାର

author img

By

Published : Sep 26, 2021, 10:30 PM IST

ଜଳସେଚନ ପ୍ରକଳ୍ପ ଭିତରେ ଛୁଆ ହାତୀ ଛାଡି ପଳାଇଲେ ହାତୀପଲ । ଉଦ୍ଧାର କଲା ବନବିଭାଗ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡର ମାନଯୋର ଜଳସେଚନ ପ୍ରକଳ୍ପରେ ରହି ଯାଇଥିଲା ହାତୀ ଛୁଆ। ଅଧିକ ପଢନ୍ତୁ...

ହାତୀ ଛୁଆ ଉଦ୍ଧାର କଲା ବନ ବିଭାଗ
ହାତୀ ଛୁଆ ଉଦ୍ଧାର କଲା ବନ ବିଭାଗ

ଅନୁଗୋଳ: ଆଠମଲ୍ଲିକ ଉପଖଣ୍ଡ ମନୋଜର ଡ୍ୟାମ ପରିସରରେ ପନ୍ଦର ଟିକିଆ ହାତୀପଲ ପାର ହୋଇ ଜଙ୍ଗଲକୁ ଯାଉଥିବା ସମୟରେ ଏକ ଛୁଆ ହାତୀ ପାଣି ମଧ୍ୟରେ ଫସି ରହିଥିଲା । ସୂଚନା ପାଇ ମସ୍ୟଜୀବୀ ଓ ବନବିଭାଗ କର୍ମଚାରୀ ମାନଙ୍କ ପ୍ରାୟ ଚାରି ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରାଯାଇଛି ।

ହାତୀ ଛୁଆ ଉଦ୍ଧାର କଲା ବନ ବିଭାଗ

ମାଧପୁର ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ କରିଥିଲେ । ବନ କର୍ମଚାରୀଙ୍କ ଉଦ୍ୟମ କ୍ରମେ ଛୁଆ ହାତୀକୁ ନେଇ ମା’ ହାତୀ ପାଖରେ ବନବିଭାଗ ଛାଡିଥିଲା। ଛୁଆ ହାତୀଟି ବର୍ତ୍ତମାନ ସମ୍ପୂଣ୍ଣ ସୁସ୍ଥ ଥିବା ଏବଂ ତା’ ମା ସହ ଜଙ୍ଗଲକୁ ଚାଲି ଯାଇଥିବ ବନ ବିଭାଗ ଜଣାଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.