ETV Bharat / state

ମାତିଛି ନରହନ୍ତା ଦନ୍ତା, ଭୟରେ ବିଲକୁ ମାଡ଼ୁ ନାହାନ୍ତି ଲୋକେ - ଜଙ୍ଗଲୀ ହାତୀଙ୍କ ଉପଦ୍ରବ

ବଣୁଆ ହାତୀ ଆକ୍ରମଣରେ ଏକା ଦିନରେ ଚାରି ଜଣଙ୍କର ଜୀବନ ନେଇଥିଲା ହାତୀ। ହାତୀ ଆକ୍ରମଣରେ ମୃତ୍ୟୁ ହେବା ପରେ ଏବେ ଗାଁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅଧିକ ପଢନ୍ତୁ

elephant terror
elephant terror
author img

By

Published : Jan 12, 2023, 10:13 PM IST

Updated : Jan 12, 2023, 10:21 PM IST

ଅନୁଗୋଳ ଜିଲ୍ଲାରେ ମାତିଛି ନରହନ୍ତା ଦନ୍ତା

ଅନୁଗୋଳ: ଜିଲ୍ଲାରେ ବେକାବୁ ହେଲାଣି ହାତୀଙ୍କ ଉପଦ୍ରବ। ବଣୁଆ ହାତୀ ଆକ୍ରମଣରେ ଏକା ଦିନରେ ଯାଇଛି ଚାରି ଚାରି ଜଣଙ୍କର ଜୀବନ । ହାତୀ ଆକ୍ରମଣରେ ମୃତ୍ୟୁ ହେବା ପରେ ଏବେ ଗାଁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଚାଷବାସ ପାଇଁ ବାଡ଼ି ବଗିଚାକୁ ଯାଉ ନାହାଁନ୍ତି । ସକାଳ ୧୦ଟା ନବାଜିଲେ ଘରୁ ବାହାରକୁ ଯାଉ ନାହାଁନ୍ତି ଗ୍ରାମବାସୀ । ଆଖପାଖ ପ୍ରାୟ ୧୦ଖଣ୍ଡ ଗାଁରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ନରହନ୍ତା ହାତୀଟି ଏବେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବୁଲୁଥିଲେ ମଧ୍ୟ ପୁଣି ସେ ଏଠାକୁ ଲେଉଟିବା ଆଶଙ୍କାରେ ରହିଛନ୍ତି ଲୋକେ ।

ତେବେ ଗତ ଶନିବାର ଦିନ ଅନୁଗୋଳରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଏକା ଦିନରେ ଚାରି ଜଣଙ୍କର ଜୀବନ ନେଇଥିଲା ହାତୀ । ଅନୁଗୋଳ ବନାଞ୍ଚଳର ଛେଳିଆପଡା, ଅଙ୍ଗାରବନ୍ଧ, ବାରସିଙ୍ଗା ଏବଂ ଗଡ଼ସନ୍ତ୍ରୀ ଗାଁରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ହାତୀ ବାଡ଼ି ବଗିଚାରେ କାମ କରୁଥିବା ଚାଷୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲା । ଏହାପରେ ହିନ୍ଦୋଳ ଜଙ୍ଗଲକୁ ଚାଲି ଯାଇଥିଲା । ଏହି ଗୋଠଛଡା ହାତୀ ଏବେ ଏକୁଟିଆ ବୁଲୁ ଥିବା ବେଳେ ପୁଣି ଅନୁଗୋଳ ଆଡକୁ ଫେରିବ ତାହା କହିବା ସମ୍ଭବ ନୁହେଁ।

ଅନ୍ୟପଟେ ଏହି ୪ଟି ଗାଁ ବ୍ୟତୀତ ଆଖପାଖର ପ୍ରାୟ ୧୦ରୁ ଅଧିକ ଗାଁରେ ଦେଖା ଦେଇଛି କୋକୁଆ ଭୟ । ଅଧିକାଂଶ ଲୋକ ବାଡ଼ି ବଗିଚାରେ ପନିପରିବା ଚାଷ କରି ଜୀବିକା ନିର୍ବାହ କରନ୍ତି । କିନ୍ତୁ ଭୟରେ ଅନେକ ଚାଷୀ ଆଉ ବଗିଚାକୁ ଯାଉ ନାହାଁନ୍ତି । ହାତୀ ଦଳିଚକଟି ବହୁ ଚାଷଜମିରେ କ୍ଷୟକ୍ଷତି କରିଥିବା ବେଳେ ଆଉ ଯାହା କିଛି ଅଛି ତାହାର ମଧ୍ୟ ଯତ୍ନ ନେଇ ପାରୁ ନାହାନ୍ତି ଗ୍ରାମବାସୀ । ତେଣୁ ବଗିଚାରେ ସଢୁଛି ବାଇଗଣ, ଟମାଟୋ, କଖାରୁ, ଭେଣ୍ଡି ଓ ଅନ୍ୟାନ୍ୟ ପନିପରିବା। ଗୋଟିଏ ପଟେ ଜୀବିକା ଓ ଅନ୍ୟପଟେ ଜୀବନ ଏଭଳି ଦୋ ଛକିରେ ରହିଛନ୍ତି ଗ୍ରାମବାସୀ । ସନ୍ଧ୍ୟା ହେଲେ ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି । ସକାଳ ୧୦ଟା ପରେ ଘରୁ ବାହାରୁ ନଥିବା ବେଳେ ହାତୀ ଭୟ ଲୋକଙ୍କୁ ଘାରିଛି।

ଅନୁଗୋଳ ବନାଞ୍ଚଳର ବିଭିନ୍ନ ଗାଁରେ ପ୍ରାୟ ୨ରୁ ୩ ମାସ ହେଲା ୧୦୦ରୁ ଅଧିକ ହାତୀ ଦୁଇ ତିନିଟି ଦଳରେ ବୁଲୁଛନ୍ତି। ଗାଁ ଗାଁରେ ପସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଗତ ୨ତାରିଖରେ ବନ୍ତଳା ବନାଞ୍ଚଳରେ ଜଣେ ଚାଷୀଙ୍କୁ ମାରିଥିଲା ହାତୀ । ତେଣୁ ନୂଆ ବର୍ଷର ପ୍ରଥମ ସପ୍ତାହରେ ହାତୀ ଆକ୍ରମଣରେ ୫ଟି ଜୀବନ ଯାଇଛି । ବର୍ତ୍ତମାନ ଗାଁ ଗାଁରେ ଧାନ ଖଳାରେ ବିପୁଳ ପରିମାଣର ଧାନ ମହଜୁଦ ରହିଛି । ଏକର ଏକର ଜମିରେ ବିଭିନ୍ନ କିସମର ପନିପରିବା ଚାଷ କରାଯାଇଛି । ତେଣୁ ସହଜରେ ଖାଦ୍ୟ ମିଳି ଯାଉଥିବାରୁ ହାତୀପଲ ଗାଁ ଛାଡି ଜଙ୍ଗଲକୁ ଯାଉ ନାହାଁନ୍ତି ।

ବନ ବିଭାଗ ହାତୀପଲକୁ ଘଉଡାଇବା ପାଇଁ ସମ୍ପୂର୍ଣ ଅସମର୍ଥ ହେଉଛି । ଗୋଟିଏ ଗାଁରୁ ହାତୀପଲ ଘଉଡ଼ାଇଲେ ଆଉ ଏକ ଗାଁରେ ପଶୁଛନ୍ତି । ଏଲିଫ୍ୟାଣ୍ଟ ସ୍କ୍ବାଡ, ଗଜ ସାଥୀ ଓ କେତେକ ଗ୍ରାମବାସୀଙ୍କ ସହାୟତାରେ ବନ ବିଭାଗ ହାତୀ ଘଉଡାଇବାକୁ ଉଦ୍ୟମ କରୁଛି। କିନ୍ତୁ ବନ ବିଭାଗ ପାଖରେ ହାତୀ ଘଉଡାଇବା ପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି କି ଅତ୍ୟାଧୁନିକ ଜ୍ଞାନକୌଶଳ ନାହିଁ। ଫଳରେ ସାଧାରଣ ନିରୀହ ଲୋକଙ୍କୁ ଦୁର୍ଦ୍ଦଶା ଭୋଗିବାକୁ । ଅନୁଗୋଳରେ ବଣୁଆ ହାତୀ ଏବେ ଯେଉଁଭଳି ଆକ୍ରମଣ କରୁଛନ୍ତି ସେମାନଙ୍କୁ ନିୟନ୍ତ୍ରଣ କରିବା ଆଦୌ ସମ୍ଭବ ହେଉ ନାହିଁ । ତେଣୁ ଗାଁ ଗାଁରେ ଭୟର ବାତାବରଣ ଦେଖିବାକୁ ମିଳୁଛି।

ଏହା ମଧ୍ୟ ପଢନ୍ତୁ-ବହୁ ପ୍ରତିଭାର ଅଧିକାରିଣୀ ଆୟୁସି, ନିଖୁଣ କଳା ମାଧ୍ୟମରେ ଜାତୀୟ ସ୍ତରରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ସାଧାରଣ ଗରିବ ଖଟିଖିଆ ଲୋକେ କାମଧନ୍ଦା କରିବାକୁ ଯାଇ ପାରୁ ନାହାନ୍ତି । ଚାଷୀ ତା କ୍ଷେତକୁ ଯାଇ ପାରୁ ନାହିଁ। ଏଭଳି ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ। ତେବେ ଏନେଇ ଅନୁଗୋଳ ଏସିଏଫ କହିଛନ୍ତି ଆମେ ଅଧିକରୁ ଅଧିକ କର୍ମଚାରୀ ନିୟୋଜିତ କରିଛୁ । ଗଜସାଥୀମାନଙ୍କୁ ମଧ୍ୟ ହାତୀ ଗତିବିଧି ନେଇ ସୂଚନା ଦାୟିତ୍ୱ ଦିଆ ଯାଇଛି । କିଭଳି ଆଗକୁ ଜନବସତିଠାରୁ ହାତୀ ଦୂରେଇ ରହିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ତେବେ ନରହନ୍ତା ହାତୀଟି ଦଳରୁ ଅଲଗା ହୋଇ ଏକୁଟିଆ ବୁଲୁଥିବାରୁ ଯେ କୌଣସି ସମୟରେ ପୁଣି ଫେରିବା ଆଶଙ୍କା କରିଛନ୍ତି ବିଶେଷଜ୍ଞ । ତେଣୁ ବନ ବିଭାଗ ଏଥିପ୍ରତି ସଜାଗ ରହି ଲୋକଙ୍କୁ ହାତୀର ଗତିବିଧି ସମ୍ପର୍କରେ ଯଥେଷ୍ଟ ଆଗରୁ ଲୋକଙ୍କୁ ସୂଚନା ଦେବା ଆବଶ୍ୟକ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated : Jan 12, 2023, 10:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.