ETV Bharat / state

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା, ସରକାରଙ୍କୁ ଘେରିଲା ଅନୁଗୋଳ ଜିଲ୍ଲା କଂଗ୍ରେସ

author img

By ETV Bharat Odisha Team

Published : Aug 24, 2023, 10:23 AM IST

ଅନୁଗୋଳର ମହିଳା ହୋମଗାର୍ଡଙ୍କୁ ବରିଷ୍ଠ ଅଧିକାରୀଙ୍କ ପତ୍ନୀ ନିର୍ଯାତନା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

Anugul congress on homeguard harassed case
ହୋମଗାର୍ଡଙ୍କୁ ନିର୍ଯାତନା ଘଟଣାକୁ କଂଗ୍ରେସର ନିନ୍ଦା

ଅନୁଗୋଳ: ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାକୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିରୋଧ କରିଛନ୍ତି । ହୋମଗାର୍ଡଙ୍କୁ ନିର୍ଯାତନା ଓ ତାହାକୁ ସେ ସହି ନପାରି ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ଅନୁଗୋଳ ଜିଲ୍ଲା କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଏଥିରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଜଣ ବରିଷ୍ଠ ପୋଲିକ ଅଧିକାରୀଙ୍କ ଘରେ ଘଟିଥିବା ଘଟଣାକୁ ଜିଲ୍ଲା କଂଗ୍ରେସ ନିନ୍ଦା କରିବା ସହ ପୀଡିତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହ ତାଙ୍କୁ ୫୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ତୁରନ୍ତ ପ୍ରଦାନ କରିବା ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ।

ଅନୁଗୋଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ଘରେ ଥିବା କାର୍ଯ୍ୟରତ ହୋମଗାର୍ଡ ଶୈରେନ୍ଦ୍ରୀ ସାହୁଙ୍କୁ ଅସହ୍ୟ ନିର୍ଯାତନା ଦିଆଯାଉଥିବା ହେତୁ ତାହାକୁ ସେ ସହି ନପାରି ଆତ୍ମହତ୍ୟା କରିବା ପାଇଁ ଟ୍ରେନ ଆଗକୁ ଡେଇଁ ପଡିଥିଲେ । ଫଳରେ ସେ ତାଙ୍କର ଦୁଇ ଗୋଡ଼କୁ ହରାଇ ଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପତ୍ନୀ ତାଙ୍କୁ ମାରପିଟ କରି ଘରୁ ତଡି ଦେଇଥିଲେ ଓ ଚାକିରିରୁ ମଧ୍ୟ ତାକୁ ବାହାର କରିବା ପାଇଁ ଧମକ ଦେଇଥିଲେ । ସେ ଅନ୍ୟ ଉପାୟ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଅନୁଗୋଳ ଜିଲ୍ଲା କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ରାଜ୍ୟରେ ଅମଲାତାନ୍ତ୍ରୀକ ଶାସ଼ନରେ ଅଧିକାରୀ ମାନଙ୍କଠାରୁ ଆଉ ଅଧିକ କଣ ବା ଆଶା କରାଯିବ ବୋଲି କହିଛି ଜିଲ୍ଲା କଂଗ୍ରେସ । ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଦାବି କରିଛି ଦଳ । ପୀଡିତାଙ୍କର ସମସ୍ତ ଡାକ୍ତରଖାନା ଖର୍ଚ୍ଚ ସରକାର ବହନ କରିବା ସହ ପୀଡିତାକୁ ୫୦ଲକ୍ଷ ଟଙ୍କା ଅନୁକମ୍ପାରାଶି ତୁରନ୍ତ ପ୍ରଦାନ କରିବା ପାଇଁ ସରକାରଙ୍କ ଠାରେ ଜିଲ୍ଲା କଂଗ୍ରେସ ଦାବି କରିବା ସହ ଏହା ସଭ୍ୟ ସମାଜର ଏକ ନିନ୍ଦନୀୟ ଘଟଣା ବୋଲି କହିଛି ଜିଲ୍ଲା କଂଗ୍ରେସ ।

ଏହା ବି ପଢନ୍ତୁ...Tortured By IPS Officer's wife: ବାବୁଆଣୀଙ୍କ ପାଖରେ କେବେ ପହଞ୍ଚିବ ପୋଲିସ ?

ଏହା ବି ପଢନ୍ତୁ...ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା, ଡିଜିପିଙ୍କୁ ରିପୋର୍ଟ ମାଗିଲେ OHRC

ଏହା ବି ପଢନ୍ତୁ...ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା, କ୍ରାଇମବ୍ରାଞ୍ଜ ADGଙ୍କୁ OSCWର ତଦନ୍ତ ନିର୍ଦ୍ଦେଶ

ପ୍ରକାଶ ଥାଉ କି, କିଛି ଦିନ ପୂର୍ବେ ଅନୁଗୋଳ ଜିଲ୍ଲାରେ ମହିଳା ହୋମଗାର୍ଡ ଶୈରିନ୍ଦ୍ରୀ ସାହୁ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନା ସହିନପାରି ମହିଳା ହୋମଗାର୍ଡ ଜଣଙ୍କ ଆତ୍ମହତ୍ୟା କରିବା ପାଇ ଉଦ୍ୟମ କରିଥିଲେ । ସୌଭାଗ୍ୟବସତଃ ସେ ବଞ୍ଚି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ସିଡିଏସ୍ଥିତ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି । ସେ ବଞ୍ଚିଯାଇଥିଲେ ମଧ୍ୟ ଦୁଇଟି ଯାକ ଗୋଡ଼ ହରାଇଥିଲେ ।

ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଘଟଣା ପରେ ଡିଆଇଜି ବ୍ରିଜେଶ ରାୟଙ୍କର ବଦଳି ମଧ୍ୟ ହୋଇଥିଲା । ଘଟଣାକୁ ବିରୋଧୀ ବିଜେପି ଓ କଂଗ୍ରେସ ତୀବ୍ର ନିନ୍ଦା କରିଛନ୍ତି । ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଜବାବ ତଲବ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଘଟଣ ପାଇଁ ଦାୟୀ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି ଓଏଚଆସସିରେ ମାମଲା ରୁଜୁ ହୋଇଛି । ଏହା ସହ ରାଜ୍ୟ ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ 15 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ କରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.