ETV Bharat / state

କୋରୋନା ମୁକାବିଲା ପାଇଁ ଉଚିତ୍ ପଦକ୍ଷେପ ନେବାକୁ ଅନୁଗୋଳ କଂଗ୍ରେସର ଦାବି

author img

By

Published : Jul 7, 2020, 1:11 PM IST

ଅନୁଗୋଳ ଜିଲ୍ଲା କଂଗ୍ରେସ ସହ ରାଜ୍ୟ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଶିଳ୍ପ କାରଖାନାରେ କୋରୋନାର ସଂକ୍ରମଣ ବଢ଼ୁଥିବାରୁ ତୁରନ୍ତ ସମ୍ପୃକ୍ତ ସଂସ୍ଥାଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ କଂଗ୍ରେସ ଦାବି କରିଛି । ଅଧିକ ପଢନ୍ତୁ...

Anugul congress urge the government to take immediate action against corona
କୋରୋନା ମୁକାବିଲା ପାଇଁ ଉଚିତ୍ ପଦକ୍ଷେପ ନେବାକୁ ଅନୁଗୋଳ କଂଗ୍ରେସର ଦାବି

ଅନୁଗୋଳ: ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଏନେଇ ସତର୍କତା ଜାରି କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲ୍ଲା କଂଗ୍ରେସ ସହ ରାଜ୍ୟ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ଶିଳ୍ପ କାରଖାନାରେ କୋରୋନାର ସଂକ୍ରମଣ ବଢ଼ୁଥିବାରୁ ତୁରନ୍ତ ସମ୍ପୃକ୍ତ ସଂସ୍ଥାଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ କଂଗ୍ରେସ ଦାବି କରିଛି । ଏତତବ୍ୟତୀତ ଜିଲ୍ଲା କଂଗ୍ରେସ କହିଛି ଯେ, କାରଖାନା ଚଳାଇବା ପାଇଁ ଯେତିକି ସଂଖ୍ୟାରେ ଶ୍ରମିକ ଓ କର୍ମଚାରୀ ଆବଶ୍ୟକ କମ୍ପାନୀ ସେମାନଙ୍କୁ କାରଖାନା ପରିସରେ ରଖି କାରଖାନା କାର୍ଯ୍ୟ ଜାରି ରଖୁ । ଏଥିସହ କୋରୋନା ଆକ୍ରାନ୍ତ ହୋଇଥିବା ସଂସ୍ଥାର କୌଣସି ବି କର୍ମଚାରୀ ବାହାରକୁ ନ ବାହାରିବାକୁ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରୁ ଏବଂ ଉକ୍ତ ଅଞ୍ଚଳର ସରପଞ୍ଚମାନେ ମଧ୍ୟ ଉଚିତ ପଦକ୍ଷେପ ନିଅନ୍ତୁ ।

ଯଦି ଆଗାମୀ ଦିନରେ ପ୍ରଶାସନ କୋରୋନା ମୁକାବିଲା କ୍ଷେତ୍ରରେ ଉଚିତ୍ ପଦକ୍ଷେପ ନ ନିଏ ତେବେ ଜିଲ୍ଲା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଧମକ ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.