ଅନୁଗୋଳ: ସର୍ବଭାରତୀୟ କୋଇଲା ଖଣି ଧର୍ମଘଟର ପ୍ରଭାବ ଅନୁଗୋଳରେ ପଡିଛି। ଦେଶର ପ୍ରମୁଖ ୫ଟି ଟ୍ରେଡ଼ ୟୁନିଅନ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଏହି ଧର୍ମଘଟ ଡାକରା ଦେଇଛନ୍ତି।
ବିଶେଷ କରି କୋଇଲା ଖଣି ଗୁଡିକୁ ଘରୋଇକରଣ ବନ୍ଦ କରିବା, ସିଏମପିଆଇଡିକୁ କୋଲ ଇଣ୍ଡିଆରୁ ଅଲଗା ନକରିବା, କୋଇଲା ଖଣିରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କ ହାଇ ପାୱାର କମିଟି ଆଧାରରେ ଦରମା ପ୍ରଦାନ କରିବା ଏବଂ ଜାତୀୟ କୋଇଲା ଖଣି ଶ୍ରମିକ ବେତନ ଚୁକ୍ତିନାମା ଅନୁଯାଇ ଚାକିରୀ ପ୍ରଦାନ କରିବା ଆଦି ଦାବି ନେଇ ଏହି ଧର୍ମଘଟର ଡାକରା ଦିଆଯାଇଛି।
ଫଳରେ ତାଳଚେର ଅଞ୍ଚଳରେ ଥିବା ୮ଟି ଯାକ କୋଇଲା ଖଣିରେ କାର୍ଯ୍ୟରତ ହଜାର ହଜାର ସଂଖ୍ୟାରେ ଠିକା ଶ୍ରମିକ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ଫଳରେ ଖଣି କାର୍ଯ୍ୟ ବନ୍ଦ ରହିଛି। ବିଏମଏସ, ଏଆଇଟିୟୁସି, ଏଚଏମଏସ ଭଳି ସଂଗଠନ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ