ETV Bharat / state

କେନ୍ଦ୍ର ଅର୍ଥରେ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀଙ୍କୁ ନଡାକିବା ମୁଖ୍ୟମନ୍ତ୍ରୀଙ୍କ ହୀନମନ୍ୟତା: ବିଜେପି

author img

By

Published : Dec 29, 2022, 9:38 AM IST

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଅନୁଗୋଳ ବିଜେପିର ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ର ଅର୍ଥରେ ବିଜେଡି ସରକାର ଉଦ୍‌ଘାଟନ କରି କେନ୍ଦ୍ରମନ୍ତ୍ରୀଙ୍କୁ ନଡାକିବା ମୁଖ୍ୟମନ୍ତ୍ରୀଙ୍କ ହୀନମନ୍ୟତା ବୋଲି ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଅନୁଗୋଳ ବିଜେପିର ସାମ୍ବାଦିକ ସମ୍ମିଳନୀ
ଅନୁଗୋଳ ବିଜେପିର ସାମ୍ବାଦିକ ସମ୍ମିଳନୀ
ଅନୁଗୋଳ ବିଜେପିର ସାମ୍ବାଦିକ ସମ୍ମିଳନୀ

ଅନୁଗୋଳ: ଆଜି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ପାଇଁ ଅନୁଗୋଳ ଜିଲ୍ଲାକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ବିଜେଡି ସରକାରକୁ ଟାର୍ଗେଟ କରିଛି ବିଜେପି । ଗୋଟିଏ ଦିନରେ ଅନୁଗୋଳରେ କେନ୍ଦ୍ରମନ୍ତ୍ରୀମାନଙ୍କ କାର୍ଯ୍ୟକ୍ରମ ରହିଥିବାବେଳେ କେନ୍ଦ୍ର ଅର୍ଥରେ ପ୍ରକଳ୍ପ କରି କେନ୍ଦ୍ରମନ୍ତ୍ରୀଙ୍କୁ ନଡାକିବା ମୁଖ୍ୟମନ୍ତ୍ରୀଙ୍କ ହୀନମନ୍ୟତା ବୋଲି ବିଜେପି କହିଛି । ଏହା ଛଡ଼ା ତାଳଚେର ମେଡିକାଲ କଲେଜ କେବେ କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେପି ।

ଆଜି ଅନୁଗୋଳ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ଅନୁଗୋଳ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ତେବେ ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ମୁଖ୍ୟମନ୍ତ୍ରୀ ଓ ବିଜେଡି ସରକାରକୁ ଘେରିଛି ବିଜେପି । ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, "ଅନୁଗୋଳ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅହରହ ପ୍ରୟାସ ଜାରି ରଖିଛନ୍ତି ।"

ମୋଦି ସରକାରଙ୍କ ୩ ଜଣ ମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମିଳିତ ଭାବେ ଗୁରୁବାର ଜିଲ୍ଲା ଗସ୍ତରେ ଆସି ତାଳଚେର ବଳରାମ ଦେଇ ଅନୁଗୋଳ ପର୍ଯ୍ୟନ୍ତ ନୂତନ ରେଳପଥ ଉଦଘାଟନ, ସମ୍ବଲପୁର ହାଓଡ଼ା ସାଲିମାର ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ, କେନ୍ଦ୍ରୀୟ ବିଦ୍ୟାଳୟ-୨ ର ସ୍ଥାୟୀ କ୍ୟାମ୍ପସ ଭୂମି ପୂଜନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସେଠାରେ ଏକ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ବିଜେପି ନେତା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.