ETV Bharat / state

ପରୀକୁ ନ୍ୟାୟ ଦାବିରେ ବିଜେପିର ଗର୍ଜନ, ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ - anugul bjp protest

ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ଅନୁଗୋଳ ବିଜେପି ପକ୍ଷରୁ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଅଧିକ ପଢନ୍ତୁ...

ପରୀକୁ ନ୍ୟାୟ ଦାବିରେ ବିଜେପି ଗର୍ଜନ, ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

author img

By

Published : Nov 27, 2020, 5:40 PM IST

ଅନୁଗୋଳ: ରାଜ୍ୟବ୍ୟାପୀ ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା ନିଆଁ ତେଜିବାରେ ଲାଗିଛି । ପରୀକୁ ନ୍ୟାୟ ଦାବିରେ ଶୁକ୍ରବାର ଅନୁଗୋଳ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କର୍ମୀ ସରକାରୀ ବିରୋଧୀ ସ୍ଲୋଗାନ ସହ ଅନୁଗୋଳ ବସଷ୍ଟାଣ୍ଡ ସ୍ଥିତ ରାଜା ଛକଠାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି ।

ପରୀକୁ ନ୍ୟାୟ ଦାବିରେ ବିଜେପି ଗର୍ଜନ, ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ନୟାଗଡ ନାବାଳିକା ପରୀ ହତ୍ୟା ଘଟଣାକୁ ଦୀର୍ଘ 3 ମାସ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ଅକ୍ଷମ ହୋଇଛି ପୋଲିସ । ଏନେଇ ରାଜ୍ୟବ୍ୟାପୀ ପରୀକୁ ନ୍ୟାୟ ଦାବିରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ନ୍ୟାୟ ଦାବିରେ ଶୁକ୍ରବାର ଅନୁଗୋଳରେ ବିଜେପି ପକ୍ଷରୁ ଜୋରଦାର ବିକ୍ଷୋଭ କରାଯାଇଛି । ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିବା ସହ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଏହାସହ ଯଥାଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ସହ ଏସପି ଓ ଥାନା ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣି, ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଜିଲ୍ଲା ବିଜେପି ସଭାପତି ଦିଲେଶ୍ବର ପ୍ରଧାନଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.