ETV Bharat / state

Panchayat Poll: ୧୬ରେ ପଡିବ ଭୋଟ୍, ମତଦାନ ପାଇଁ ପ୍ରଶାସନ ପ୍ରସ୍ତୁତ

author img

By

Published : Feb 14, 2022, 10:42 PM IST

ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲାର ଅନୁଗୋଳ ଓ ବଅଁରପାଳ ବ୍ଲକରେ ଭୋଟ ଗ୍ରହଣ ହେବ । ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ବିଭିନ୍ନ ବୁଥକୁ କର୍ମଚାରୀ ମାନଙ୍କୁ ପଠାଯିବା ବ୍ୟବସ୍ଥା ଜୋରସୋରରେ ଚାଲିଛି । ଅଧିକ ପଢନ୍ତୁ

Panchayat Poll: ୧୬ରେ ପଡିବ ଭୋଟ୍, ମତଦାନ ପାଇଁ ପ୍ରଶାସନ ପ୍ରସ୍ତୁତ
Panchayat Poll: ୧୬ରେ ପଡିବ ଭୋଟ୍, ମତଦାନ ପାଇଁ ପ୍ରଶାସନ ପ୍ରସ୍ତୁତ

ଅନୁଗୋଳ: ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲାର ଅନୁଗୋଳ ଓ ବଅଁରପାଳ ବ୍ଲକରେ ଭୋଟ ଗ୍ରହଣ ହେବ । ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ବିଭିନ୍ନ ବୁଥକୁ କର୍ମଚାରୀ ମାନଙ୍କୁ ପଠାଯିବା ବ୍ୟବସ୍ଥା ଜୋରସୋରରେ ଚାଲିଛି । ଆବଶ୍ୟକ ଯାନବାହାନ ସଂରକ୍ଷଣ କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ସେଥିପାଇଁ ଅନୁଗୋଳ ଷ୍ଟାଡିଅମ ଠାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ପ୍ରତ୍ୟକ ବୁଥକୁ କିଭଳି ଯଥା ସମୟରେ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ପହଞ୍ଚି ପାରିବେ ସେଥିପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି ।

ଆଜି ବୁଥ ଗୁଡି଼କରେ ସେଭଳି କିଛି ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇନଥିଲେ ମଧ୍ୟ ଆସନ୍ତା କାଲି(ମଙ୍ଗଳବାର) ସୁଦ୍ଧା ସମସ୍ତ କାମ ଶେଷ ହୋଇଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆସନ୍ତା ୧୬ ତାରିଖରେ ଅନୁଗୋଳ ବ୍ଲକରେ ୪୭୪ ଏବଂ ବଅଁରପାଳ ବ୍ଲକରେ ୪୭୧ ଏହିପରି ମୋଟ ୯୪୫ଟି ବୁଥରେ ଭୋଟଗ୍ରହଣ ହେବ । ଏହି ଦୁଇଟି ବ୍ଲକର ୮ଟି ଜିଲ୍ଲାପରିଷଦ ଜୋନରେ ୩୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେହିପରି ଏହି ଦୁଇଟି ବ୍ଲକର ୧୭୪୪ ଜଣ ୱାର୍ଡମେମ୍ବର, ୨୩୮ଜଣ ସରପଞ୍ଚ ଏବଂ ୨୦୨ ଜଣ ସମିତି ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଦେଖିବାକୁ ଗଲେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଦିନ ଅନୁଗୋଳ ଓ ବଅଁରପାଳ ବ୍ଲକର ମୋଟ ୨,୭୨,୭୬୮ ଜଣ ଭୋଟର ୨୨୨୪ଜଣ ବିଭିନ୍ନ ପଦବୀ ପାଇଁ ଲଢ଼ୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.