ETV Bharat / state

ଶ୍ରୀଲଙ୍କା-ପାକିସ୍ତାନରେ ଆର୍ଥିକ ସଙ୍କଟ: ବିକ୍ରି ହୋଇ ନପାରି ପଡିରହିଛି ଟନ ଟନ କେନ୍ଦୁପତ୍ର, ପ୍ରଭାବିତ ଓଡିଶା

ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ବିକ୍ରି ହେଉନି କେନ୍ଦୁପତ୍ର । ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଯୋଗୁଁ ରପ୍ତାନୀ ଠପ୍ ହୋଇଛି । କେବଳ ବିଡ଼ି ମାଲିକମାନେ କେନ୍ଦୁପତ୍ର କିଣୁଥିବା ବେଳେ ବଡ ବଡ ବେପାରୀଙ୍କ ଦେଖାମିଳୁନି । ଫଳରେ ବିଭିନ୍ନ ଗୋଦାମରେ ପଡି ରହିଛି କୋଟି କୋଟି ଟଙ୍କାର କେନ୍ଦୁପତ୍ର । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛି କେନ୍ଦୁପତ୍ର ବିଭାଗ । ଅଧିକ ପଢନ୍ତୁ

author img

By

Published : Aug 4, 2022, 5:22 PM IST

ବିକ୍ରି ହେଉନି କେନ୍ଦୁପତ୍ର, ଚିନ୍ତାରେ ବିଭାଗ
ବିକ୍ରି ହେଉନି କେନ୍ଦୁପତ୍ର, ଚିନ୍ତାରେ ବିଭାଗ

ଅନୁଗୋଳ: ଚଳିତ ବର୍ଷ ଅନୁଗୋଳରେ ବିକ୍ରି ହୋଇପାରୁନି କେନ୍ଦୁପତ୍ର । ବିଭିନ୍ନ ଗୋଦାମଗୁଡିକରେ କୋଟି କୋଟି ଟଙ୍କାର କେନ୍ଦୁପତ୍ର ପଡି ରହିଛି । ବିଶେଷକରି ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଓଡିଶାର କେନ୍ଦୁପତ୍ର ରପ୍ତାନୀକୁ ଗୁରୁତର ପ୍ରଭାବିତ କରିଛି । କେନ୍ଦୁପତ୍ର ବିଭାଗର ସୂଚନା ଅନୁସାରେ, ଏଠାକାର କେନ୍ଦୁପତ୍ର ବିଶେଷ ଭାବେ ଶ୍ରୀଲଙ୍କା ରପ୍ତାନି ହୁଏ । କିନ୍ତୁ ଏହି ଦ୍ବୀପଦେଶର ଆର୍ଥିକ ସଙ୍କଟ ଯୋଗୁଁ ଚଳିତ ବର୍ଷ ରପ୍ତାନି ହୋଇପାରୁ ନାହିଁ । ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଜିଲ୍ଲାର ଅନୁଗୋଳ ଓ ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନରେ ବିଭାଗ ପକ୍ଷରୁ ପ୍ରାୟ ୨୭ କୋଟି ଟଙ୍କାର ପତ୍ର କିଣା ଯାଇଛି । କିନ୍ତୁ ଏବେସୁଦ୍ଧା ମାତ୍ର ୮ କୋଟି ଟଙ୍କାର ପତ୍ର ବିକ୍ରି ହୋଇପାରିଛି । ଯାହାକି ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।

ବିକ୍ରି ହେଉନି କେନ୍ଦୁପତ୍ର, ଚିନ୍ତାରେ ବିଭାଗ

ଅନୁଗୋଳ ଜିଲ୍ଲାରେ ଅନୁଗୋଳ ଓ ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ ରହିଛି । ଏହି ଦୁଇଟି ଯାକ ଡିଭିଜନରେ ଏପ୍ରିଲ ୧୭ ତାରିଖରୁ କେନ୍ଦୁପତ୍ର ତୋଳା ଆରମ୍ଭ ହୋଇ ମେ ମାସ ୨୬ ତାରିଖରେ ଶେଷ ହୋଇଥିଲା । ଏହା ପରଠାରୁ କେନ୍ଦୁପତ୍ର କିଣା ଆରମ୍ଭ ହୋଇଥିଲା । ଦୁଇଟି ଯାକ ଡିଭିଜନରେ ଥିବା ୭୦୦ରୁ ଅଧିକ କେନ୍ଦୁପତ୍ର ଫଡ଼ିରେ ସେସବୁ ପତ୍ର ରଖାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ କେନ୍ଦୁପତ୍ର ତୋଳାଳୀ ଏବଂ ଏଥିରେ ନିୟୋଜିତ ଅସ୍ଥାୟୀ କର୍ମଚାରୀଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯାଇଛି । ଅଗଷ୍ଟ ମାସ ସୁଦ୍ଧା ଶତକଡା ୯୦ ଭାଗ କେନ୍ଦୁପତ୍ର ବିକ୍ରି ହେବା କଥା । କିନ୍ତୁ ଏବେ ବିଭିନ୍ନ ଫଡ଼ିରେ ବିଡା ବନ୍ଧା କାର୍ଯ୍ୟ ଚାଲିଛି । ଗୋଦାମଗୁଡିକରେ କ୍ବିଣ୍ଟାଲ କ୍ବିଣ୍ଟାଲ କେନ୍ଦୁପତ୍ର ମହଜୁଦ ରହିଛି । ବିଭାଗୀୟ ରେକର୍ଡ ଅନୁସାରେ, ମାତ୍ର ଶତକଡା ୪୦ ଭାଗ କେନ୍ଦୁପତ୍ର ବିକ୍ରି ହୋଇ ପାରିଛି । ଚଳିତ ବର୍ଷ ଜିଲ୍ଲା ପାଇଁ ସରକାରଙ୍କ ପକ୍ଷରୁ ୧୧ ହଜାର ୮୫୦ କୁଇଣ୍ଟାଲ ବିକ୍ରି ପାଇଁ ଟାର୍ଗେଟ ଦିଆଯାଇଛି । କିନ୍ତୁ ଜୁଲାଇ ମାସ ଶେଷ ସୁଦ୍ଧା ୧୨୬୦ କୁଇଣ୍ଟାଲ ବିକ୍ରି ହୋଇଥିବା ବେଳେ ୨୨୮୦ କୁଇଣ୍ଟାଲ ବଳକା ରହିଛି । ପ୍ରତି ମାସରେ ଅକ୍ସନ ହୋଇ ବିକ୍ରି କରାଯାଏ । ତେଣୁ ଯେତିକି ଦିନ ବିତିବ ବିକ୍ରି ହୋଇ ନପାରିଲେ ମହଜୁଦ ସେତିକି ବଢି ବଢି ଚାଲିବ । ଅନୁରୂପ ଭାବେ କ୍ଷତିର ପରିମାଣ ମଧ୍ୟ ବୃଦ୍ଧି ପାଇବ ।

ସରକାରୀ ହିସାବରେ କ୍ବିଣ୍ଟାଲ ପ୍ରତି ହାରାହାରି ୨୪ ହଜାର ଟଙ୍କାରେ କେନ୍ଦୁପତ୍ର ବିକ୍ରି ହୁଏ । ଅଧିକ ଦିନ ମହଜୁଦ ରହିଲେ ପତ୍ରର ମାନ କମିଯାଏ । ତେଣୁ ଉଚିତ ଦରରେ ବିକ୍ରି ହୁଏ ନାହିଁ । ବର୍ତ୍ତମାନ କେବଳ ବିଭିନ୍ନ ବିଡ଼ି ମାଲିକମାନେ କେନ୍ଦୁପତ୍ର କିଣୁଛନ୍ତି । କିନ୍ତୁ ବିଶେଷଭାବେ ବଡ଼ ବଡ଼ ବେପାରୀମାନେ ଏଠାକୁ ଆସି ପଶ୍ଚିମବଙ୍ଗ, ବାଙ୍ଗାଲୋର ଏବଂ ମହାରାଷ୍ଟ୍ର ନିଅନ୍ତି । ସେଠାରୁ ସେମାନେ ଶ୍ରୀଲଙ୍କା, ପାକିସ୍ତାନ ଆଦି ଦେଶକୁ ରପ୍ତାନି କରନ୍ତି । କିନ୍ତୁ ଏବେ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁଁ ଚଳିତ ବର୍ଷ ରପ୍ତାନୀ ବନ୍ଦ ଅଛି । ପାକିସ୍ତାନକୁ ମଧ୍ୟ ବିଭିନ୍ନ କାରଣରୁ ଆଉ ରପ୍ତାନି ହେଉନାହିଁ । ଯାହାର ପ୍ରଭାବ ପଡିଛି ବିକ୍ରି ଉପରେ । ଏହି ପରିସ୍ଥିତି ପାଇଁ କେନ୍ଦୁପତ୍ର ବିଭାଗ ଏବେ ଚିନ୍ତାରେ ପଡ଼ି ଯାଇଛି । କାରଣ ଏଥିରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଲାଭ ହୁଏ । ସେହି ଲାଭ ଟଙ୍କାରେ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ମାନେ ଦରମା ପାଆନ୍ତି ।

ହଜାର ହଜାର ଶ୍ରମିକ ଓ କର୍ମଚାରୀ ରୋଜଗାର ମାଧ୍ୟମ ହେଉଛି କେନ୍ଦୁପତ୍ର । ବିଭାଗୀୟ ରେକର୍ଡ ଅନୁସାରେ କେବଳ ଅନୁଗୋଳ ଡିଭିଜନରେ ୩୬ ହଜାର ଏବଂ ଆଠମଲ୍ଲିକ ଡିଭିଜନରେ ୧୮ ହଜାର କେନ୍ଦୁପତ୍ର ତୋଳାଳୀ ଅଛନ୍ତି । ଏହାଛଡା ଅନୁଗୋଳ ଡିଭିଜନରେ ୯୩୬ ଜଣ ଏବଂ ଆଠମଲ୍ଲିକ ଡିଭିଜନରେ ୭୦୮ ଜଣ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଅଛନ୍ତି । କେନ୍ଦୁପତ୍ର ତୋଳାଳୀମାନେ ବର୍ଷକୁ ୨୦ ରୁ ୨୫ କୋଟି ଟଙ୍କା ପାଇଥାଆନ୍ତି । ସେହିପରି ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନଙ୍କ ପାଇଁ ମାସକୁ ପ୍ରାୟ ଦୁଇ କୋଟି ଟଙ୍କା ଦରମା ବାବଦରେ ଖର୍ଚ୍ଚ ହୁଏ । ଏହାବ୍ୟତୀତ କେନ୍ଦୁପତ୍ର ତୋଳା ଆରମ୍ଭରୁ ବିକ୍ରି ଶେଷ ହେବା ମଧ୍ୟରେ ୩/୪ମାସ ପାଇଁ ହେଡ ଚେକର, ଚେକର, ସର୍କଲ ଚେକର, ମୁନିଷ ଓ ଚପରାଶି ଆଦି ପଦବୀରେ ଶତାଧିକ ଲୋକଙ୍କୁ ନିଯୁକ୍ତି ଦିଆଯାଏ । ତେଣୁ କେନ୍ଦୁପତ୍ର ବିକ୍ରି ନହେଲେ ସରକାର କ୍ଷତି ସହି ସେମାନଙ୍କୁ ନିଯୁକ୍ତି ଦେବା ସମ୍ଭବ ହୋଇ ପାରିବ ନାହିଁ ।

ବର୍ତ୍ତମାନ ଦୁଇଟି ଯାକ ଡିଭିଜନରେ ସରକାର ପ୍ରାୟ ୨୭ କୋଟି ଟଙ୍କାର କେନ୍ଦୁପତ୍ର କିଣି କିଣିଥିବା ବେଳେ ମାତ୍ର ୮ କୋଟି ଟଙ୍କା ବିକ୍ରି କରିଛନ୍ତି । ସେଥିମଧ୍ୟରୁ ଦୁଇ ମାସ ହେଲା କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ କରା ଯାଉଛି । ତେଣୁ ଆଗକୁ ପରିସ୍ଥିତି କଣ ହେବ ସେନେଇ ସମସ୍ତେ ଚିନ୍ତାରେ ପଡିଛି କେନ୍ଦୁପତ୍ର ବିଭାଗ । ତେବେ କେବଳ ଅନୁଗୋଳ ନୁହେଁ, ବୌଦ୍ଧ ଜିଲା ସମେତ ପଶ୍ଚିମ ଓଡିଶାର ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡା ଓ ଅନେକ କେନ୍ଦୁପତ୍ର ଉତ୍ପାଦନ ହେଉଥିବା ଜିଲ୍ଲାଗୁଡିକରେ ମଧ୍ୟ ସ୍ଥିତି ସେଭଳି ରହିଛି । ଚଳିତ ବର୍ଷ ବ୍ୟାପକ କ୍ଷତି ହେଲେ ଆଗାମୀ ବର୍ଷକୁ ସରକାରୀ ନିଶ୍ଚିତ ଭାବେ ସତର୍କ ହୋଇଯିବେ । ଏହାର ସିଧା ସଳଖ ପ୍ରଭାବ କେନ୍ଦୁପତ୍ର ଶ୍ରମିକ ମାନଙ୍କ ଉପରେ ପଡିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.