ETV Bharat / state

ମରିନି ମାନବିକତା, ଏଏନଏମ ଦିଦିଙ୍କ ଅନ୍ତିମ ସଂସ୍କାର କଲେ ଅଞ୍ଚଳବାସୀ

ମରିନି ମାନବିକତା । ଲକ ଡାଉନ ପାଇଁ ଆସିପାରିଲେନି ପରିବାର ଲୋକେ। ଏଏନଏମ ଦିଦିଙ୍କ ଅନ୍ତିମ ସଂସ୍କାର କଲେ ଅଞ୍ଚଳବାସୀ । ଅଧିକ ପଢନ୍ତୁ....

ANM karmi last rituals done by local people
ମରିନି ମାନବିକତା , ଏଏନଏମ ଦିଦିଙ୍କ ଅନ୍ତିମ ସଂସ୍କାର କଲେ ଅଞ୍ଚଳବାସୀ
author img

By

Published : May 2, 2020, 9:00 PM IST

ଅନୁଗୋଳ: ପର ହୋଇ ଗଲେ ଆପଣାର, ଦେଖାଇଲେ ମାନବିକତା । ଜଣେ ଅବସରପ୍ରାପ୍ତ ଏଏନଏମ ଦିଦି ଙ୍କ ମୃତ୍ୟୁ ହେବାପରେ ପାଖରେ ନଥିଲେ ତାଙ୍କ ପରିବାର ଲୋକେ । ଶବ ସତ୍କାର କଲେ ପାଖ ପଡୋଶୀ ଓ କ୍ଲବ ପିଲା । ଏଭଳି ମାନବ ପଣିଆର କଥା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ରେଙ୍ଗାଲୀ ଅଞ୍ଚଳରେ । ଦୀର୍ଘ ଦିନ ହେବ ବାସନ୍ତୀ ଦେଇ ନାମକ ଜଣେ ମହିଳା ପୁରୀରୁ ଆସି ରେଙ୍ଗାଲୀ ଅଞ୍ଚଳରେ ରହୁଥିଲେ ।

ମରିନି ମାନବିକତା , ଏଏନଏମ ଦିଦିଙ୍କ ଅନ୍ତିମ ସଂସ୍କାର କଲେ ଅଞ୍ଚଳବାସୀ

ହେଲେ, ଶନିବାର ତାଙ୍କର ମୃତ୍ୟୁ ହେବା ପରେ ପରିବାରକୁ ଖବର ଦିଆ ଯାଇଥିଲା । କିନ୍ତୁ ବର୍ତ୍ତମାନ ଲକ ଡାଉନ ଯୋଗୁ ପରିବାରର କେହି ଆସି ପାରି ନଥିଲେ। ଫଳରେ ସ୍ଥାନୀୟ ଲୋକେ ଓ ସ୍ବେଚ୍ଛାସେବୀ ବାସନ୍ତୀଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ବାସନ୍ତୀ ପ୍ରଥମେ କଣିହାଁ ଡାକ୍ତରଖାନାରେ ସ୍ବାସ୍ଥ୍ୟ କର୍ମୀ ଭାବେ କାମ କରୁଥିଲେ। ଏହାପରେ ରେଙ୍ଗାଲି ଡାକ୍ତରଖାନାରେ ଦୀର୍ଘ ବର୍ଷ କାମ କରିବା ପରେ ସେ ଅବସର ନେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.