ETV Bharat / state

ବ୍ରାହ୍ମଣୀରେ ହେବ ଆନିକଟ, ସରକାରଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ

ବ୍ରାହ୍ମଣୀ ନଦୀ ଉପରେ ପୁଣି ଏକ ଆନିକଟ ନିର୍ମାଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ୨୨୧ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପାଇଁ ସମସ୍ତ ଅନୁଗୋଳ ବିଧାୟକ ସାଧୁବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

ନଦୀ ଜଳ ସଂରକ୍ଷଣ ପାଇଁ ବ୍ରହ୍ମଣୀରେ ହେବ ଆନିକଟ, ସରକାରଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ

author img

By

Published : Aug 15, 2022, 1:02 PM IST

ଅନୁଗୋଳ: ଜିଲ୍ଲାର ବ୍ରାହ୍ମଣୀ ନଦୀ ଉପରେ ପୁଣି ଏକ ଆନିକଟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ତାଳଚେରରେ ୨୨୧ କୋଟି ଟଙ୍କା ବ୍ୟୟରେ ଜଳ ସଂରକ୍ଷଣ ପାଇଁ ଆନିକଟ ନିର୍ମାଣ ହେବ । ଏନେଇ ଜିଲ୍ଲାର ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯-୨୦ ମସିହାରେ ୧୧୭୦୦ କୋଟି ଟଙ୍କା ବ୍ୟୟରେ "ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ" ପ୍ରକଳ୍ପର ଯୋଜନା କରିଛନ୍ତି । ଏହି ଯୋଜନା ମଧ୍ୟରେ ବ୍ରାହ୍ମଣୀ ନଦୀରେ ଅନୁଗୋଳ ଜିଲ୍ଲାର ତାଳଚେର ବ୍ଳକର ଖାଲପାଳ ଗାଁ ନିକଟରେ ଏକ ସେତୁ ନିର୍ମାଣ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ସେତୁ ନିର୍ମାଣ ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ୨୨୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ପ୍ରକଳ୍ପଟି ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ବେଳେ ୩୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ’’

ନଦୀ ଜଳ ସଂରକ୍ଷଣ ପାଇଁ ବ୍ରହ୍ମଣୀରେ ହେବ ଆନିକଟ, ସରକାରଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ

ଏହି ‘‘ପ୍ରକଳ୍ପଟି ହେବା ଦ୍ବାରା ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଳକର ୨୨ଟି ଗାଁ, ପରଜଙ୍ଗ ସହର,ସରାଙ୍ଗ,ତାଳଚେର ବ୍ଲକର ୨୩ଟି ଗାଁ ,ଡେରା, ଟିଟିପିଏସ (TTPS), ଏଫସିଏଲ(FCI) ଓ ତାଳଚେରବାସୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ଜଳ ମିଳିପାରିବ । ଏହା ସହ ମାଛଚାଷ, ପଶୁ ପାଳନ ସହିତ ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ଏହା ସହାୟକ ହେବ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି ଜିଲ୍ଲାର ସମସ୍ତ ବିଧାୟକ ।

ଇଟିଭି ଭାରତ,ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.