ETV Bharat / state

ନୂଆ ସରପଞ୍ଚ ବାଛିବେ ତଳମୂଳବାସୀ, ଗତ ଥର କରିଥିଲେ ଭୋଟ ବର୍ଜନ - ଅନୁଗୋଳ ତଳମୂଳବାସୀଙ୍କ ସମସ୍ୟା

ଆଉ କିଛିଦନ ପରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ (Odisha Panchayat Election) । ଗତ ଥର ଭୋଟ ଦେଇନଥିବା ଅନୁଗୋଳ ତଳମୂଳ ପଞ୍ଚାୟତବାସୀ ମତଦାନ କରିବାକୁ ମନସ୍ତ କରିଛନ୍ତି । ଅଧିକ ପଢନ୍ତୁ

ନୂଆ ସରପଞ୍ଚ ବାଛିବେ ତଳମୂଳବାସୀ, ଗତ ଥର କରିଥିଲେ ଭୋଟ ବର୍ଜନ

author img

By

Published : Dec 29, 2021, 6:56 PM IST

ଅନୁଗୋଳ: ଏବେ ଚାରିଆଡେ ପଞ୍ଚାୟତ ନିର୍ବାଚନ (Odisha Panchayat Election)କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଖୁବଶୀଘ୍ର ଘୋଷଣା ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ସେଥିପାଇଁ ପ୍ରାର୍ଥୀଙ୍କ ଠାରୁ ଭୋଟର ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି । ଅନେକ ପଞ୍ଚାୟତରେ ବିଭିନ୍ନ ଦଳୀୟ ନେତାମାନେ ଡେରା ପକାଇଲେଣି । ଆଶାୟୀମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଆରମ୍ଭ କଲେଣି ।

ନୂଆ ସରପଞ୍ଚ ବାଛିବେ ତଳମୂଳବାସୀ, ଗତ ଥର କରିଥିଲେ ଭୋଟ ବର୍ଜନ

ଗତ ଥର ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିଥିଲେ ଅନୁଗୋଳ ବଅଁରପାଳ ବ୍ଲକ ତଳମୂଳ ପଞ୍ଚାୟତବାସୀ । କିନ୍ତୁ ଏଥର ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ସରପଞ୍ଚ ଭାବେ ଜିତାଇବାକୁ ଅଣ୍ଟା ଭିଡିଛନ୍ତି । ଗାଁରେ ଅନୁଗୋଳ ପୌରପାଳିକା ପକ୍ଷରୁ ହେବାକୁ ଯାଉଥିବା ଡମ୍ପିଂ ୟାର୍ଡକୁ ବିରୋଧ କରି ନିଜ ଭୋଟଦାନ ଅଧିକାରକୁ ସାବ୍ୟସ୍ଥ କରିନଥଲେ । ଏଥର ଏହି ଗାଁରେ ଥିବା ତଳମୂଳ ଶାସନ ପଞ୍ଚାୟତର ଲୋକେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

୨୦୧୭ ମସିହାରେରେ ତଳମୂଳ ଠାରୁ ଅଲଗା ହୋଇ ତଳମୂଳ ଶାସନ ପଞ୍ଚାୟତ ଗଠନ ହୋଇ ଥିବାବେଳେ ସେଠାରେ ନିର୍ବାଚନ ହୋଇଥିଲେ ଲୋକେ ପ୍ରଥମ ସରପଞ୍ଚ ପାଇଥାନ୍ତେ । କିନ୍ତୁ ଭୋଟ ବର୍ଜନ ଯୋଗୁଁ ତାହା ସମ୍ଭବ ହେଲା ନାହିଁ । ଏବେ ୨ଟି ଯାକ ପଞ୍ଚାୟତରେ ସରପଞ୍ଚ ନଥିବାରୁ ପଞ୍ଚାୟତର କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରିନଥିଲା । ଉଭୟ ପଞ୍ଚାୟତ ବାସିନ୍ଦା ଏହା ଅନୁଭବ କରିବା ପରେ ଏଥର ଭୋଟ ଦେବାକୁ ମନସ୍ତ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.