ETV Bharat / state

ବାପାଠୁ ଟଙ୍କା ନେବାକୁ ପୁଅ ରଚିଲା ଅପହରଣ ନାଟକ

author img

By

Published : Oct 8, 2019, 11:09 AM IST

ବାପା ଠାରୁ ଟଙ୍କା ହଡପ ପାଇଁ ପୁଅ ନିଜେ ନିଜକୁ କରିଥିଲା ଅପହରଣ । ଯାହା କୌଣସି ନାଟକ ଠାରୁ ବି କମ ନଥିଲା । ଆଉ ଏହି ନାଟକରେ ପୂର୍ଣ୍ଣଛେଦ ପକାଇଲା ପୋଲିସ । ଟଙ୍କା ହଡପ ପାଇଁ ଅପହରଣ ନାଟକ କରି ପୋଲିସ ହାତରେ ଧରା ପଡିଛି ପୁଅ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପୁରା ଫିଲ୍ମ ଷ୍ଟାଇଲ । ବାପା ଠାରୁ ଟଙ୍କା ହଡପ ପାଇଁ ପୁଅ ନିଜେ ନିଜକୁ କରିଥିଲା ଅପହରଣ । ଯାହା କୌଣସି ନାଟକ ଠାରୁ ବି କମ ନଥିଲା । ଆଉ ଏହି ନାଟକ ଫ୍ଲପ କରିଦେଲା ପୋଲିସ । ଟଙ୍କା ହଡପ ପାଇଁ ଅପହରଣ ନାଟକ କରି ପୋଲିସ ହାତରେ ଧରା ପଡିଛି ପୁଅ । ଏପରି ଘଟଣା ଘଟିଛି ଅନୁଗୋଳ ଥାନା ଅଞ୍ଚଳରେ ।

ପୋଲିସ ସୂଚନା ଅନୁସାରେ, ଗତକାଲି (ସୋମବାର) ଅନୁଗୋଳ ସହରର ସିମିଳିପଡା ପଞ୍ଚାନନ ଘୋଷ ନାମକ ବ୍ୟକ୍ତି ଅନୁଗୋଳ ଥାନାରେ ଏକ ଅଭିଯୋଗ କରିଥିଲେ । ତାଙ୍କ ପୁଅ ଗୌରବ ଘୋଷ ତାଳଚେର ପପୁ ନାମକ ଜଣେ ଯୁବକ ଠାରୁ 40ହଜାର ଟଙ୍କା ଆଣିଥିଲା । ଆଉ ଏହି ଟଙ୍କା ଦେବାକୁ ଫୋନ ଆସିଥିଲା । ତେବେ ଫୋନ ଆସିବା ପରେ ଗୌରବ ଘରୁ ଚାଳିଶ ହଜାର ଟଙ୍କା ନେଇ ବାହାରକୁ ଯାଇଥିଲେ । ଏହାପରେ ଆଉ ଫେରି ନ ଥିଲେ ।

ସେପଟେ ପଞ୍ଚାନନ ସନ୍ଧ୍ୟାରେ ଶକ୍ତି ନାମକ ବ୍ୟକ୍ତି ଠାରୁ ଆଉ ଏକ ଫୋନ କଲ ପାଇଥିଲେ ଯେଉଁଥିରେ ତାଙ୍କୁ ପଚିଶ ହଜାର ଟଙ୍କା ନଦେଲେ ତାଙ୍କ ପୁଅ ଆଉ ଫେରିବନି ବୋଲି ଚେତାବନୀ ଦିଆ ଯାଇଥିଲା । ଟଙ୍କା ଧରି ଆସି ପୁଅକୁ ନେଇ ଯିବାକୁ ସେମାନେ ଚେତାବନୀ ଦେଇଥିଲେ । ଫଳରେ ନିଜ ପୁଅ ଜୀବନ ପ୍ରତି ବିପଦ ଥିବା ଭାବି ଫୋନ କଲ ମୁତାବକ ପିଟିସି ହାଇସ୍କୁଲ ଛକରେ ରାତି ପ୍ରାୟ ଆଠଟା ବେଳେ ଟଙ୍କା ନେଇ ପହଞ୍ଚିଥିଲେ ପଞ୍ଚାନନ ।

ତେବେ ସେ ସେଠାରେ ପହଞ୍ଚିବା କ୍ଷଣି 4 ଜଣ ଯୁବକ ହଠାତ ସେଠାରେ ପହଞ୍ଚି ପଞ୍ଚାନନଙ୍କୁ ମାଡମାରି 25 ହଜାର ଟଙ୍କା ନେଇ ପଳାଇଗଲେ । ଏହି ଘଟଣା ପରେ ପଞ୍ଚାନନଙ୍କର ପୁଅ ଗୌରବ ଉପରେ ସନ୍ଦେହ ହୋଇଥିଲା । ଏସବୁ ତାଙ୍କ ପୁଅ ଦ୍ବାରା କରାଯାଇଥିବା ସେ ଜାଣିବାକୁ ପାଇବା ସହ ଏ ନେଇ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଏହି ଅପହରଣ ନାଟକ ରଚିଥିବା ଗୌରବ ଏବଂ ତାର ଅନ୍ୟ ତିନି ସହଯୋଗୀଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ଅନୁଗୋଳ ଅମଲାପଡାର ବିନୋଦ ବେହେରା, ଲିଙ୍ଗରାଯୋଡି ଗାଁର ଶକ୍ତି ପ୍ରସାଦ ମହାନ୍ତି, ସମଲ ଥାନା ଗହମ ଗ୍ରାମର ପପୁନ କୁମାର ସାହୁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ବାପା ଠାରୁ ଟଙ୍କା ହଡପ ପାଇଁ ନିଜେ ନିଜକୁ ଅପହରଣ କରି ଥିବା ନାଟକ । ଆଉ ଏହି ନାଟକରେ ଶେଷରେ ପୁର୍ନଛେଦ ଟାଣିଛି ପୋଲିସ । ଟଙ୍କା ହଡପ ପାଇଁ ଅପହରଣ ନାଟକ କରି ପୋଲିସ ହାତରେ ଧରା ପଡିଛି ପୁଅ Body:। ଘଟଣା ଘଟିଛି ଅନୁଗୋଳ ଥାନା ଅଞ୍ଚଳରେ । ପୋଲିସ ସୂଚନା ଅନୁସାରେ ଗତ କାଲି ଅନୁଗୋଳ ସହର ର ସିମିଳିପଡା ପଞ୍ଚାନନ ଘୋଷ ନାମକ ବ୍ୟକ୍ତି ଅନୁଗୋଳ ଥାନାରେ ଏକ ଅଭିଯୋଗକରିଥିଲେ। ତାଙ୍କ ପୁଅ ଗୌରବ ଘୋଷ ତାଳଚେର ପୋପୁ ନାମକ ଜଣେ ଯୁବକ ଠାରୁ ୪୦ହଜାର ବାକିଆ ଆଣି ଥିଲା । ଆଉ ଆଉ ଟଙ୍କା ଦେବାକୁ ଫୋନ ଆସିଥିଲା । ଆଉ ଏହି ଫୋନ ଆସିବା ପରେ କଲ ପାଇବା ଗୌରବ ଘରୁ ଚାଳିଶ ହଜାର ଟଙ୍କା ନେଇ ବାହାରକୁ ଯାଇଥିଲେ । ଏହାପରେ ଗୌରବ  ଆଉ ଫେରି ନ ଥିଲେ । ପଞ୍ଚାନନ ସନ୍ଧ୍ୟାରେ ଶକ୍ତି ନାମକ ବ୍ୟକ୍ତି ଠାରୁ ଆଉ ଏକ ଫୋନ କଲ ପାଇଥିଲେ ଯେଉଁଥିରେ ତାଙ୍କୁ ପଚିଶ ହଜାର ଟଙ୍କା ନଦେଲେ ତାଙ୍କ ପୁଅ ଆଉ ଫେରିବନି ବୋଲି ଚେତାବନୀ ଦିଆ ଯାଇଥିଲା । ଟଙ୍କା ଧରି ଆସି ପୁଅକୁ ନେଇ ଯିବାକୁ ସେମାନେ ଚେତାବନୀ ଦେଇଥିଲେ । ଫଳରେ  ନିଜ ପୁଅ ଜୀବନ ପ୍ରତି ବିପଦ ଥିବା ଭାବି ଫୋନ କଲ ମୁତାବକ ପିଟିସି ହାଇସ୍କୁଲ ଛକରେ ରାତି ପ୍ରାୟ ଆଠଟା ବେଳେ ଟଙ୍କା ନେଇ ପହଞ୍ଚିଥିଲେ । ତେବେ ସେ ସେଠାରେ ପହଞ୍ଚିବା କ୍ଷଣି ୪ ଜଣ ଯୁବକ ହଠାତ ସେଠାରେ ପହଞ୍ଚି ପଞ୍ଚାନନଙ୍କୁ ମାଡ଼ମାରି ୨୫ ହଜାର ଟଙ୍କା ନେଇ ପଳେଇଗଲେ । ତେବେ ଏହି ଘଟଣା ପରେ ପଞ୍ଚାନନଙ୍କର ପୁଅ ଗୌରବ ଉପରେ ସନ୍ଦେହ ହୋଇଥିଲା ।ଏସବୁ ତାଙ୍କ ପୁଅ ଦ୍ୱାରା କରାଯାଇଥିବା ସେ ଜାଣିବାକୁ ପାଇବା ସହ ଏ ନେଇ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଏହି ଅପହରଣ ନାଟକ ରଚିଥିବା ଗୌରବ ଏବଂ ତାର ଅନ୍ୟ ତିନି ସହଯୋଗୀଙ୍କୁ ଗିରଫ କରିଥିଲା । Conclusion:ଗିରଫ ଅଭିଯୁକ୍ତ ମାନେ ହେଲେ ଅନୁଗୋଳ ଅମଲାପଡାର ବିନୋଦ ବେହେରା ,ଲିଙ୍ଗରାଯୋଡି ଗାଁର ଶକ୍ତି ପ୍ରସାଦ ମହାନ୍ତି , ସମଲ ଥାନା ଗହମ ଗ୍ରାମର ପପୁନ କୁମାର ସାହୁ ।ସେମାନଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିବାରେ ମଧ୍ୟ ପୋଲିସ ସକ୍ଷମ ହୋଇଥିଲା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.