ETV Bharat / state

ବର୍ଷାରେ ବେହାଲ ଅନୁଗୋଳ, 152 ମିଲିମିଟର ବର୍ଷା ରେକର୍ଡ - ମୌସୁମୀ ପ୍ରଭାବରେ ଅନୁଗୋଳରେ ପ୍ରବଳ ବର୍ଷା

ଅନୁଗୋଳ ଜିଲ୍ଲାରେ 152 ମିଲିମିଟର ବର୍ଷା ରେକର୍ଡ । ବର୍ଷା ପାଇଁ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଘର ବାହାର ସବୁଠି ଲହଡି ମାରୁଛି ପାଣି । ଅଧିକ ପଢନ୍ତୁ

heavy Rainfall in anugul
heavy Rainfall in anugul
author img

By

Published : Jun 26, 2023, 12:16 PM IST

heavy Rainfall in anugul

ଅନୁଗୋଳ: ଲଗାଣ ବର୍ଷାରେ ବେହାଲ ଅନୁଗୋଳ । ଗୋଟିଏ ଦିନରେ ଜିଲ୍ଲାରେ 152 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲାର ବଅଁରପାଳ ଓ ପାଲଲହଡ଼ା ବ୍ଲକରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବର୍ଷା ପାଇଁ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଘର ବାହାର ସବୁଠି ଲହଡି ମାରୁଛି ପାଣି ।

heavy Rainfall in anugul
heavy Rainfall in anugul

ତେବେ ଦୁଇ ଦିନ ଲଗାଣ ବର୍ଷାରେ ଅନୁଗୋଳ ସହର ସମେତ ଏହାର ଅନେକ ବ୍ଲକ ପ୍ରଭାବିତ ହୋଇଛି । ମୌସୁମୀ ପ୍ରଭାବରେ ଅନୁଗୋଳରେ ଶନିବାର ଠାରୁ ଲଗାଣ ବର୍ଷା ଲାଗି ରହିଛି । ଏହି ବର୍ଷା ଫଳରେ ଅନୁଗୋଳ ଦେଇ ଯାଇଥିବା 55 ନଂ ଜାତୀୟ ରାଜପଥର ତୁରଙ୍ଗ ଅଞ୍ଚଳରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ପାଣି ଭରି ରହିଛି । ଫଳରେ ଗାଡି ମୋଟର ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିଭଳି ସହରର ଗାନ୍ଧିମାର୍ଗ ଠାରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ ଉଚ୍ଚତାରେ ପାଣି ପ୍ରଭାବିତ ହୋଇଥିଲା । ଯାହା ଫଳରେ ସ୍ଥାନୀୟ ବାସିନ୍ଦା, ଦୋକାନୀ ଓ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ଅସୁବିଧା ଭୋଗିଥିଲେ । ଏଥିସହ ପୌରାଞ୍ଚଳର ବିଭିନ୍ନ ସ୍ଥାନ ଆଦି ଜଳମଗ୍ନ ହେବା ଫଳରେ ଲୋକଙ୍କ ଘର ଭିତରେ ପାଣି ପଶି ଯାଇ ଥିବା ବେଳେ ବର୍ଷା ଯୋଗୁଁ ଚାଷ ଜମି ସବୁ ଜଳମଗ୍ନ ରହିଛି । ତେବେ ଗତକାଲି(ରବିବାର) ରାତି ୮ଟା ସୁଧା ମିଳିଥିବା ତଥ୍ୟ ଅନୁସାରେ ପାଲଲହଡ଼ା 152, ବଅଁରପାଳ 185, ତାଳଚେର 13 ଓ ଅନୁଗୋଳ ଅଞ୍ଚଳରେ 152 ମିଲିଲିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ପ୍ରକାଶ ଥାଉକି, ମୌସୁମୀର ପ୍ରଥମ ବର୍ଷାରେ ତେଲକୋଇ ବ୍ଲକରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଲଗାତର ଦୁଇ ଦିନ ବର୍ଷା ଲାଗି ରହିଥିବା ବେଳେ ମୋଟ ୮୬.୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଶନିବାର ଅପରାହ୍ନ ସାଢେ ୧୨ଟାରୁ ବର୍ଷା ଆରମ୍ଭ ହୋଇ ଗତକାଲି ଦିନ ୧୦ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା । ଫଳରେ କରଦାଙ୍ଗି ଗ୍ରାମ ସ୍ଥିତ ଘୁରୁଡିଆ ନାଳ ପୋଲ ଉପରେ ପ୍ରବଳ ଜଳ ପ୍ରବାହିତ ହେଉଛି । ପ୍ରବଳ ବର୍ଷା ଯୋଗୁଁ କରଦାଙ୍ଗି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି ।

ଅନ୍ୟ ପକ୍ଷରେ ଶୁଖିଲା ପଡ଼ିଥିବା ସମାକୋଇ ନଦୀର ଜଳସ୍ତର ବନ୍ୟା ଜଳରେ ଫୁଲୁଛି । ଲଗାଣ ବର୍ଷାରେ ନିର୍ମାଣାଧୀନ ତେଲକୋଇ-ତାଳଚେର ପୂର୍ତ୍ତ ରାସ୍ତାର ଆକୁଳ-କାଳିମା ପୋଲ ନିକଟରେ ଡାଇଭରସନ ରାସ୍ତା ଧୋଇ ନେବାରୁ ଗାଡି ଚଳାଚଳ ବ୍ୟାଘାତ ହୋଇଛି । ଏହି ନାଳ ଉପରେ ଅଦିନିଆ ବର୍ଷା ଯୋଗୁଁ ପ୍ରବଳ ପାଣି ଚାଲୁଥିବା ବେଳେ ବହୁ ଦିନରୁ ଉଚ୍ଚା ପୋଲ ନିର୍ମାଣ ନେଇ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଅବହେଳା ଯୋଗୁଁ ଏହି ପୋଲ ନିର୍ମାଣ କାର୍ଯ୍ୟ ହୋଇ ପାରୁନଥିବା ଅଭିଯୋଗ ହେଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.