ETV Bharat / state

କାର୍ଯ୍ୟାଦେଶ ପରେ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ, ହତାଶ ଆବାସ ହିତାଧିକାରୀ - ବାଟମଣା ଆବାସ ଯୋଜନା

ପ୍ରଥମେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ। ହେଲେ ଅଧା ଘର କରି ସାରିବା ପରେ କାମ ବନ୍ଦ କରିବାକୁ ପ୍ରଶାସନିକ କର୍ମଚାରୀଙ୍କ ନିର୍ଦ୍ଦେଶ। ଅଧିକ ଖବର ପଢନ୍ତୁ...

pmay scheme
କାର୍ଯ୍ୟାଦେଶ ପରେ କାଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ,ହତାଶ ଆବାସ ହିତାଧିକାରୀ
author img

By

Published : Nov 27, 2019, 1:36 PM IST

ଅନୁଗୋଳ: ବାଟବଣା ହେଉଛି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଗରିବ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇପାରୁନାହାଁନ୍ତି। ଯାହାଫଳରେ ହତାଶ ହୋଇ ଧାର କରଜରେ ବୁଡୁଛନ୍ତି ଅନେକ ଲୋକେ। ତେବେ ଏଭଳି ଏକ ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲାର ପୁରୁଣାକୋଟ ପଞ୍ଚାୟତରୁ।

କାର୍ଯ୍ୟାଦେଶ ପରେ କାଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ,ହତାଶ ଆବାସ ହିତାଧିକାରୀ

ଏହି ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ ଥିବା ଟୁଲୁକା ଓ କଟରଙ୍ଗ ଗାଁରେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛି। ଗତ 6 ମାସ ପୂର୍ବେ 20ରୁ ଅଧିକ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଫଳରେ ହିତାଧିକାରୀମାନେ ଧାର କରଜ କରି ଘର ତିଆରି କରୁଛନ୍ତି। କିନ୍ତୁ କିଛି ପ୍ରଶାସନିକ କର୍ମଚାରୀ ସେମାନଙ୍କୁ ଆଉ ଘର ତିଆରି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏପରିକି ଘର କଲେ ମଧ୍ୟ ଆଉ ଟଙ୍କା ମିଳିବ ନାହିଁ ବୋଲି ସଫାସଫା ଶୁଣାଇଦେଇଛନ୍ତି। ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଛନକା ପସି ଯାଇଛି। ଯାହାର ପ୍ରତିବାଦରେ ଆଜି ପୁରୁଣାକୋଟ ସରପଞ୍ଚ ଅନନ୍ତ ବାସୁଦେବ ମହାନ୍ତିଙ୍କ ନେତୃତ୍ବରେ ଉଭୟ କଟରଙ୍ଗ ଓ ଟୁଲୁକା ଗାଁର ବହୁ ହିତାଧିକାରୀ ଆସି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ସୂଚନା ଥାଉ କି, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଏହି ଦୁଇଟି ଗାଁ ଉଛେଦ ହେବା ନେଇ କଳ୍ପନା ଜଳ୍ପନା ଚାଲିଛି। ସେଥିପାଇଁ ସରକାରୀ ଯୋଜନା ବନ୍ଦ କରି ଦିଆଯାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେବେ ସାତକୋଶିଆ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ଏ ବାବଦରେ ମୁହଁ ଖୋଲୁ ନାହାନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Intro:ଅନୁଗୋଳ ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ ଥିବା ପୁରୁଣାକୋଟ ପଞ୍ଚାୟତ ଅନ୍ତର୍ଗତ ଟୁଲୁକା ଓ କଟରଙ୍ଗ ଗାଁରେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛିBody:। ଗତ 6 ମାସ ପୂର୍ବେ 20ରୁ ଅଧିକ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରା ଯାଇଥିଲା। ଫଳରେ ହିତାଧିକାରୀମାନେ ଧାର କରଜ କରି ଘର ତିଆରି କରୁଛନ୍ତି। କିନ୍ତୁ କିଛି ପ୍ରଶାସନିକ କର୍ମଚାରୀ ସେମାନଙ୍କୁ ଆଉ ଘର ତିଆରି ନକରିବାକୁ କହୁଛନ୍ତି। ଘର କଲେ ମଧ୍ୟ ଆଉ ଟଙ୍କା ମିଳିବ ନାହିଁ ବୋଲି କହୁଛନ୍ତି। ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଛନକା ପସି ଯାଇଛି। ଏହାର ପ୍ରତିବାଦରେ ଆଜି ପୂରୁଣାକୋଟ ସରପଞ୍ଚ ଅନନ୍ତ ବାସୁଦେବ ମହାନ୍ତିଙ୍କ ନେତୃତ୍ୱରେ ଉଭୟ କଟରଙ୍ଗ ଓ ଟୁଲୁକା ଗାଁର ବହୁ ହିତାଧିକାରୀ ଆସି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଏହି ଦୁଇଟି ଗାଁ ଉଛେଦ ହେବା ନେଇ କଳ୍ପନା ଜଳ୍ପନା ଚାଲିଛି। ସେଥିପାଇଁ ସରକାରୀ ଯୋଜନା ବନ୍ଦ କରି ଦିଆଯାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।
ବାଇଟ1-ବାବୁଲି ସାମଲ (ଟୁଲୁକା)
ବାଇଟ2-ଦୋଳ ସାସମଲ (ଟୁଲୁକା)
ବାଇଟ3-ଅନନ୍ତ ବାସୁଦେବ ମହାନ୍ତି (ପୁରୁଣାକୋଟ ସରପଞ୍ଚ)Conclusion:ତେବେ ସାତକୋଶିଆ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ଏ ବାବଦରେ ମୁହଁ ଖୋଲୁ ନାହାନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.