ETV Bharat / state

ଅଛି ଭିତ୍ତିଭୂମି, ନାହିଁ ଅତ୍ୟାଧୁନିକ ଯନ୍ତ୍ରାଂଶ; ଉତ୍ତମ ଚିକିତ୍ସା ପାଇଁ ହନ୍ତସନ୍ତ ରୋଗୀ

author img

By

Published : Jan 1, 2021, 9:30 PM IST

ଅନୁଗୋଳରେ ଭୁଶୁଡି ପଡିଛି ସ୍ବାସ୍ଥ୍ୟସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାଁନ୍ତି ଆବଶ୍ୟକୀୟ ଡାକ୍ତର । ଉତ୍ତମ ଚିକିତ୍ସା ପାଇବାରୁ ରୋଗୀ ହେଉଛନ୍ତି ବଞ୍ଚିତ । ଅଧିକ ପଢନ୍ତୁ...

there are no sufficient doctor in angul district hospital
ଭିତ୍ତିଭୂମି ଥାଇ ମଧ୍ୟ ମିଲୁନି ଉତ୍ତମ ଚିକିତ୍ସା : ହନ୍ତସନ୍ତ ହେଉଛନ୍ତି ରୋଗୀ

ଅନୁଗୋଳ: ସାସ୍ଥ୍ୟସେବା ଯୋଗାଇବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । କେଉଁଠି ଅତ୍ୟାଧୁନିକ ଯନ୍ତ୍ରପାତି ତ କେଉଁଠି ଅତ୍ୟାଧୁନିକ ପରୀକ୍ଷାଗାର କରୁଛନ୍ତି । ହେଲେ ଏଠି ବଢିଛି କେବଳ ଭିତ୍ତିଭୂମି । ଫଳରେ ଚିକିତ୍ସା ସେବା ପାଇବା ପାଇଁ ଆସୁଥିବା ଲୋକେ ହେଉଛନ୍ତି ଦହଗଞ୍ଜ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଯାହା ଉପରେ ନିର୍ଭର କରନ୍ତି ଆଖପାଖ ୫ ଜିଲ୍ଲାର ଲୋକେ । ପ୍ରତିଦିନ ଚିକିତ୍ସାଳୟକୁ ପ୍ରାୟ ୧ ହଜାରରୁ ଅଧିକ ରୋଗୀ ଚିକିତ୍ସା ନିମନ୍ତେ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ରୁ ଅଧିକ ରୋଗୀ ଆଡମିଶନ ହୋଇଥାନ୍ତି ।

କାରଣ ଅନ୍ୟ ଜିଲ୍ଲା ତୁଳନା ଅନୁଗୋଳରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସୁବିଧା । ହେଲେ ସବୁ ଥାଇ ବି ଅବହେଳିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । କାରଣ ଚିକିତ୍ସଳୟରେ ନାହାନ୍ତି ଆବଶ୍ୟକୀୟ ସଂଖ୍ୟକ ଡାକ୍ତର । ଜିଲ୍ଲା ପାଇଁ ୨୫୫ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୦୮ । ଅନେକ ସମୟରେ ଅନେକ ଡାକ୍ତର ଛୁଟିରେ ଥିବା ବେଳେ କେହି କେହି ଡେପୁଟେଶନରେ ଅଛନ୍ତି । ଫଳରେ ଏଠାକୁ ଆସୁଥିବା ଲୋକେ ଏବେ ଭୋଗୁଛନ୍ତି ନାନା ହୀନସ୍ତା । ଅନେକ ସମୟରେ ରୋଗୀଙ୍କ ଲାମ୍ବା ଲାଇନ ଲାଗୁଥିବା ବେଳେ ଅନେକ ଚିକିତ୍ସା ନପାଇ ଫେରୁଛନ୍ତି ।

ପ୍ରତ୍ୟକ ଦିନ ଅନୁଗୋଳରେ ଅନେକ ସଡକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏଠି କେବଳ ପ୍ରାଥମିକ ଚିକିତ୍ସା ପରେ ରୋଗୀମାନଙ୍କୁ କଟକ ସ୍ଥାନାନ୍ତରଣ କରାଯାଉଛି । ଜିଲ୍ଲାବାସୀଙ୍କ ଅଭିଯୋଗ ସରକାର କେବଳ ଏଠାରେ ଭିତ୍ତିଭୂମି ବଢାଇ ଦେଇଛନ୍ତି କିନ୍ତୁ ଆବଶ୍ୟକୀୟ ଡାକ୍ତର ଦେଉ ନାହାନ୍ତି । ଚିକିତ୍ସାଳୟକୁ ଅନେକ ସମୟରେ ପୋଡା ଜଳା ରୋଗୀ ଆସୁଥିଲେ ମଧ୍ୟ ଏଠାରେ ସ୍ଵତନ୍ତ୍ର ବର୍ଣ୍ଣ ୱାର୍ଡଟିଏ ମଧ୍ୟ ନାହିଁ । ଅନେକ ଦିନରୁ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ଦାବି ହେଉଥିଲେ ମଧ୍ୟ କେହି ଏହା ପ୍ରତି ନଜର ଦେଇ ନାହାନ୍ତି ।

ବିଶେଷ କରି ଜିଲ୍ଲା ଖଣିଜ ପାଣ୍ଠିରୁ ନିଯୋଜିତ ହୋଇଥିବା ବିଶେଷଜ୍ଞ ଡାକ୍ତରମାନେ ଯେଉଁ ଔଷଧ ଲେଖୁଛନ୍ତି ତାହା ମଧ୍ୟ ମୁଖ୍ୟ ଚିକିତ୍ସାଳୟରେ ମିଳୁନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମସ୍ତ ଅବ୍ୟବସ୍ଥାକୁ ସ୍ବୀକାର କରିଥିଲେ ମଧ୍ୟ ଡାକ୍ତର ଅଭାବ ପାଇଁ ଏଭଳି ଘଟୁଥିବା କହିଛନ୍ତି । ସେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ଖୁବଶୀଘ୍ର ସମସ୍ତ ଆବଶ୍ୟକତା ପୂରଣ କରାଯିବ ବୋଲି କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.