ETV Bharat / state

ଅନୁଗୋଳରେ ରଜ ପାଳନ ଉପରେ ଜିଲ୍ଲା ପ୍ରଶାସନର କଟକଣା - ଅନୁଗୋଳ ଜିଲ୍ଲା ପ୍ରଶାସନର କଟକଣା

ଏଥର ଅନୁଗୋଳରେ ରଜ ପାଳନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ସରକାରୀ ନିୟମକୁ ପାଳନ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଅନୁଗୋଳରେ ରଜ ପାଳନ ଉପରେ ଜିଲ୍ଲା ପ୍ରଶାସନର କଟକଣା

author img

By

Published : Jun 13, 2020, 8:04 PM IST

ଅନୁଗୋଳ: ରାତି ପାହିଲେ ପହିଲି ରଜ । ହେଲେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ଅନୁଗୋଳରେ ରଜ ପାଳନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ କୌଣସି ବି ସ୍ଥାନରେ ରଜ ପାଳନ ନେଇ ଏଖାଠି ନ ହେବାକୁ ଜିଲ୍ଲାପାଳ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି।

ଅନୁଗୋଳରେ ରଜ ପାଳନ ଉପରେ ଜିଲ୍ଲା ପ୍ରଶାସନର କଟକଣା

ବିଶେଷ କରି ଦୋଳି ଖେଳ, ତାସ, କବାଡି ଆଦି ଖେଳରେ ସାମିଲ ନ ହେବାକୁ ଏହି ବାର୍ତ୍ତାରେ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି । ଯଦି କେହି କଟକଣା ଓ ସରକାରୀ ନିୟମକୁ ନ ମାନନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଦୋକାନ ବଜାରରେ ଭିଡ଼ ନ କରିବା ସହ ସାମାଜିକ ଦୁରତାକୁ ମାନିବାକୁ କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.