ETV Bharat / state

ଶ୍ରମିକଙ୍କ ମୁହଁରେ ଆହାର, ଜିଲ୍ଲାରେ ଉପକୃତ ହେଉଛନ୍ତି ୫୯୩୯ ଶ୍ରମିକ - ଅନୁଗୋଳ ଶ୍ରମିକଙ୍କ ମୁହଁରେ ଆହାର

ଅନୁଗୋଳରେ ଶ୍ରମିକଙ୍କୁ ଆହାର ଯୋଗାଉଛି ଜିଲ୍ଲା ପ୍ରଶାସନ ଦୈନିକ ୫୯୩୯ ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିବାରୁ ବେଶ ଖୁସି ଅନୁଭବ କରୁଛନ୍ତି ।ଅଧିକ ପଢନ୍ତୁ...

anugul-district-administration-food-provided-to-labour
ଶ୍ରମିକଙ୍କ ମୁହଁରେ ଆହାର,ଜିଲ୍ଲାରେ ଉପକୃତ ହେଉଛନ୍ତି ୫୯୩୯ ଶ୍ରମିକ
author img

By

Published : Apr 8, 2020, 8:37 PM IST

ଅନୁଗୋଳ: ଶ୍ରମିକଙ୍କ ମୁହଁରେ ଆହାର ଦେଉଛି ପ୍ରଶାସନ । ଅନୁଗୋଳ ଜିଲ୍ଲାରେ ଦୁଇ ଓଳି ରନ୍ଧା ଖାଦ୍ୟ ପାଉଛନ୍ତି ଜିଲ୍ଲାର ତଥା ଜିଲ୍ଲାରେ ଅଟକିଥିବା ବାହାର ରାଜ୍ୟର ଶ୍ରମିକ । ଏମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି ଜିଲ୍ଲା ପ୍ରଶାସନ ।

ଶ୍ରମିକଙ୍କ ମୁହଁରେ ଆହାର,ଜିଲ୍ଲାରେ ଉପକୃତ ହେଉଛନ୍ତି ୫୯୩୯ ଶ୍ରମିକ

ସାରା ଦେଶରେ ଲକ ଡାଉନ ପରଠାରୁ ଅନୁଗୋଳ ଜିଲ୍ଲାରେ ରହିଥିବା ଗରିବ ଶ୍ରମିକ ମାନଙ୍କୁ ସରକାରଙ୍କ ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଜିଲ୍ଲାର ୧୬୦ ଟି ପଞ୍ଚାୟତରେ ଏଥିପାଇଁ ୧୧୧ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ଦିଆଯାଉଛି। ଏହି ଦାୟିତ୍ବରେ ୧୫୮ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନିୟୋଜିତ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟକ ଦିନ ଜିଲାରେ ମୋଟ ୫୯୩୯ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଉଛି ।

ଯେଉଁଠି ରନ୍ଧା ଖାଦ୍ୟ ଦେବାରେ ଅସୁବିଧା ରହିଛି କିମ୍ବା ହିତାଧିକାରୀ ମାନେ ନିଜେ ରଷେଇ କରି ଖାଇବାକୁ ସକ୍ଷମ ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି। ଦୈନିକ ଦୁଇ ଓଳି ଖାଦ୍ୟ ଦିଆଯାଉଛି । ଲକଡାଉନ କୋହଳ ହେବା ପର୍ଯ୍ୟନ୍ତ ଏଭଳି ଖାଦ୍ୟ ଦିଆ ଯିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିବାରୁ ବେଶ ଖୁସି ଅନୁଭବ କରୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.