ଭୁବନେଶ୍ବର: ପୂର୍ବତନ ବିଜେଡ଼ି ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କୁ BJPରେ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା BJDର ପୂର୍ବତନ ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କ ସମେତ ଅନେକ ବିଜେଡ଼ି ସମର୍ଥକଙ୍କୁ ଦଳରେ ସ୍ବାଗତ କରିଛନ୍ତି ।
-
ନୂଆଦିଲ୍ଲୀ ଠାରେ ଅନୁଗୋଳ ଜିଲ୍ଲାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡ଼ିର ପୂର୍ବତନ ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନ ଓ ବିଜେଡ଼ିର ପଦ୍ମଲୋଚନ ପ୍ରଧାନ, ମାନସ ରଞ୍ଜନ ପ୍ରଧାନ, ଲୋକନାଥ ପ୍ରଧାନ, ସୁଶାନ୍ତ କୁମାର ସାହୁଙ୍କ ସମେତ ଅନେକ ସମର୍ଥକଙ୍କୁ ଆମ @BJP4Odisha ଦଳରେ ସ୍ୱାଗତ କଲି । pic.twitter.com/sqAkzc2NzT
— Dharmendra Pradhan (@dpradhanbjp) December 28, 2021 " class="align-text-top noRightClick twitterSection" data="
">ନୂଆଦିଲ୍ଲୀ ଠାରେ ଅନୁଗୋଳ ଜିଲ୍ଲାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡ଼ିର ପୂର୍ବତନ ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନ ଓ ବିଜେଡ଼ିର ପଦ୍ମଲୋଚନ ପ୍ରଧାନ, ମାନସ ରଞ୍ଜନ ପ୍ରଧାନ, ଲୋକନାଥ ପ୍ରଧାନ, ସୁଶାନ୍ତ କୁମାର ସାହୁଙ୍କ ସମେତ ଅନେକ ସମର୍ଥକଙ୍କୁ ଆମ @BJP4Odisha ଦଳରେ ସ୍ୱାଗତ କଲି । pic.twitter.com/sqAkzc2NzT
— Dharmendra Pradhan (@dpradhanbjp) December 28, 2021ନୂଆଦିଲ୍ଲୀ ଠାରେ ଅନୁଗୋଳ ଜିଲ୍ଲାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡ଼ିର ପୂର୍ବତନ ଜିଲ୍ଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନ ଓ ବିଜେଡ଼ିର ପଦ୍ମଲୋଚନ ପ୍ରଧାନ, ମାନସ ରଞ୍ଜନ ପ୍ରଧାନ, ଲୋକନାଥ ପ୍ରଧାନ, ସୁଶାନ୍ତ କୁମାର ସାହୁଙ୍କ ସମେତ ଅନେକ ସମର୍ଥକଙ୍କୁ ଆମ @BJP4Odisha ଦଳରେ ସ୍ୱାଗତ କଲି । pic.twitter.com/sqAkzc2NzT
— Dharmendra Pradhan (@dpradhanbjp) December 28, 2021
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲା ବିଜେଡ଼ିର ପଦ୍ମଲୋଚନ ପ୍ରଧାନ, ମାନସ ରଞ୍ଜନ ପ୍ରଧାନ, ଲୋକନାଥ ପ୍ରଧାନ, ସୁଶାନ୍ତ କୁମାର ସାହୁଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ଦେଇ BJPରେ ସ୍ଵାଗତ କରିଛନ୍ତି ।
ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଏହି ମିଶ୍ରଣ ଆମ ଦଳର ସଂଗଠନକୁ ଅଧିକ ସୁଦୃଢ କରିବ । ଆଗାମୀ ଦିନରେ ଅନୁଗୋଳ ଜିଲ୍ଲାକୁ ସମୃଦ୍ଧ ଅଞ୍ଚଳ ଭାବେ ଗଢ଼ିବାରେ କାର୍ଯ୍ୟକର୍ତ୍ତାଙ୍କ ବଡ଼ ଯୋଗଦାନ ରହିବ । କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳରେ ଦଳ ଆଗକୁ ବଢୁଛି ।
ଏହାମଧ୍ୟ ପଢନ୍ତୁ: ଖଣି ପାଇଁ ଭିଟାମାଟି ଛାଡିଲେ: ନିଯୁକ୍ତି ଦେଉନାହିଁ MCL, ଅନଶନରେ କ୍ଷତିଗ୍ରସ୍ତ ପରିବାର
ଏବେ ଟେକ୍ନୋଲୋଜି ମାଧ୍ୟମରେ ଲୋକମାନଙ୍କ ସହ ଯୋଡ଼ି ହେବା ଏବଂ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇବା ଓ ସେମାନଙ୍କ ସମସ୍ୟାର ସମାଧାନକୁ କାର୍ଯ୍ୟକର୍ତ୍ତାମାନେ ଉଠାଇବା କରିବା ଦରକାର । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ବିକଶିତ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ଦୁଇ ଗୁଣା ପରିଶ୍ରମ କରିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ