ଅନୁଗୋଳ: ଶେଷ ହୋଇଛି ଅନୁଗୋଳରେ ଚାଲିଥିବା ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହାର ଉଦଯାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗୌତମ ଗମ୍ଭୀର ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୋଇଛି ୟୁନିୟନ ସ୍ପୋର୍ଟିଂ କଟକ ଏକାଦଶ । ଫାଇନାଲରେ ଅନୁଗୋଳ କ୍ରିକେଟ ଟିମ୍ ଓ ୟୁନିୟନ ସ୍ପୋର୍ଟିଂ କଟକ ଏକାଦଶ ମୁହାଁମୁହିଁ ହୋଇଥିଲେ । ୟୁନିୟନ ସ୍ପଟିଂ କଟକ ଏକାଦଶ ୭ ୱିକେଟରେ ଅନୁଗୋଳ କ୍ରିକେଟ ଟିମ ପରାସ୍ତ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି ।
ଟସ୍ ଜିତି ଅନୁଗୋଳ କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୧୩୫ ରନ କରିଥିଲା ଅନୁଗୋଳ କ୍ରିକେଟ ଦଳ । ଏହାର ଜବାବରେ ୟୁନିୟନ ସ୍ପୋର୍ଟିଂ କଟକ ଏକାଦଶ ପ୍ରାରମ୍ଭରୁ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲା । ତିନି ଓଭର ପୂର୍ବରୁ ସହଜରେ ଟାର୍ଗେଟ ହାସଲ କରିଥିଲା ୟୁନିୟନ ସ୍ପୋର୍ଟିଂ କଟକ ଏକାଦଶ । ୧୭ ଓଭରରେ ୩ ୱିକେଟ ହରାଇ ୧୩୯ ରନ କରିଥିଲା ୟୁନିୟନ ସ୍ପୋର୍ଟିଂ ।
ଅନୁଗୋଳ ଜିଲ୍ଲା କ୍ରିକେଟ ଆସୋସିଏସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଆଜି ଏଥିପାଇଁ ହୋଇଥିବା ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଗୋଳ ଜିଲ୍ଲା କ୍ରୀଡ଼ା କ୍ଷେତ୍ରରେ କିଭଳି ଆଗକୁ ନାଁ କରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହା ସହିତ OCAର ସମ୍ପାଦକ ସଞ୍ଜୟ ବେହେରା, ଉପ ସଭାପତି ଓ ଅନ୍ୟ ବିଶିଷ୍ଟ ଅତିଥିମାନେ ସାମିଲ ହୋଇଥିଲେ । କ୍ରିକେଟ ଖେଳିବା ପ୍ରତି ଯୁବ ପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ ନେଇ ଅନୁଗୋଳ କ୍ରିକେଟ ଆସୋସିଏସନ ଏହି ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନର କରିଥିଲା ।
ଇଟିଭି ଭାରତ, ଅନୁଗୋଳ