ETV Bharat / state

ପୁଣି ତାଳେଚର ବିଧାୟକଙ୍କ ଗାଡି ପୋଡିଲେ ଦୁର୍ବୃତ୍ତ - mla vechile burn news

ପୁଣି ତାଳେଚର ବିଧାୟକଙ୍କ ଗାଡି ପୋଡିଲେ ଦୁର୍ବୃତ୍ତ। ପ୍ରଥମେ ଭୁବନେଶ୍ବର ଓ ଏବେ ତାଳଚେରରେ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡି ପୋଡିଛନ୍ତି ଦୁର୍ବୃତ୍ତ।

_mla vechcile burn
ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ
author img

By

Published : Dec 8, 2019, 1:03 PM IST

ଅନୁଗୋଳ: ପୁଣି ତାଳେଚର ବିଧାୟକଙ୍କ ଗାଡି ପୋଡିଲେ ଦୁର୍ବୃତ୍ତ। ପ୍ରଥମେ ଭୁବନେଶ୍ବର ଓ ଏବେ ତାଳଚେରରେ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡି ପୋଡି ଦେଇଛନ୍ତି ଦୁର୍ବୃତ୍ତ। ଗତ ଶନିବାର ବିଳମ୍ବିତ ରାତ୍ରୀରେ କେହି ଜଣେ ଦୁର୍ବୃତ୍ତ ଆସି ନନ୍ଦିରାସ୍ଥିତ କାର୍ଯ୍ୟାଳୟରେ ଥିବା ବିଧାୟକଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ବିଧାୟକଙ୍କ ସହ ବ୍ୟବସାୟିକ ଅଥବା ରାଜନୈତିକ ଶତ୍ରୁତା ନେଇ ଏପରି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ଘଟଣାସ୍ଥଳରେ ବିକ୍ରମପୁର ଥାନା ଅଧିକାରୀ ପହଞ୍ଚି ଏ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ବିଜେଡି କର୍ମୀ ଓ ବିଧାୟକଙ୍କ ନିକଟତମ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହେଲେ ଏ ଘଟଣାରେ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ। ଗତ ଅଗଷ୍ଟ 19 ତାରିଖରେ ମଧ୍ୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭୁବନେଶ୍ବର ବାସଭଵନରେ ଥିବା 2ଟି ଗାଡିକୁ ପୋଡ଼ି ଦେଇଥିଲେ ଦୁର୍ବୃତ୍ତ। ପରେ ପୈତୃକ ବାସଭବନରେ ନିଆଁ ଲଗାଇ ଦେଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପୁଣି ବିଧାୟକ ଙ୍କ ଗାଡି ପୋଡି । ପ୍ରଥମେ ଭୁବନେଶ୍ୱର ଓ ଏବେ ତାଳଚେର ରେ ତାଙ୍କ ଗାଡି ପଡିଛନ୍ତି ଦୁର୍ବୁକ୍ତ । Body:ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାଙ୍କ ଚଢୁଥିବା ଫରଚୂନର ଗାଡିକୁ ପୋଡିଲେ ଦୁର୍ବୃତ୍ତ । ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ଲଗାଇଲେ ନିଆଁ । ନନ୍ଦିରାସ୍ଥିତ କାର୍ଯ୍ୟାଳୟରେ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଦୁବୃତ୍ତ । ପୂର୍ବରୁ ଅଗଷ୍ଟ 19 ତାରିଖରେ ଭୁବନେଶ୍ୱରରେ ବିଧାୟକଙ୍କ ବାସଭଵନରେ ଦୁର୍ବୃତ୍ତ ପୋଡ଼ିଥିଲେ 2 ଟି ଗାଡି । ପରେ ପୈତୃକ ବାସଭବନରେ ନିଆଁ ଲଗାଇଥିଲେ ।ଏହା ବିଧାୟକଙ୍କ ସହ ବ୍ୟବସାୟୀକ ଶତ୍ରୁତା ବା ରାଜନୈତିକ ଶତ୍ରୁତା ନେଇ ଏପରି ଘଟଣା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବିକ୍ରମପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏ ଘଟଣାକୁ ନେଇ ତାଳଚେରରେ ବ୍ୟାପକ ଆଲୋଚନା ହେଉଛି। ବିଜେଡି କର୍ମୀ ଓ ବିଧାୟକଙ୍କ ପାଖ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ବିଧାୟକ କୌଣସି କାମରେ ଯାଇଥିବାରୁ ତାଙ୍କର ପ୍ରତିକ୍ରିୟା ନିଆ ଯାଇ ପାରି ନାହିଁ।Conclusion:ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.