ଢେଙ୍କାନାଳ: ବ୍ରାହ୍ମଣୀ ଡଙ୍ଗା ବୁଡି ଘଟଣାର ତିନି ଦିନ ପରେ ଜଣଙ୍କ ମୃତଦେହ ଉଦ୍ଧାର । ନଦୀ ପଠାରେ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଘଟଣାସ୍ଥଳରୁ 4 କିମି ଦୂର ନଦୀର ଗେଙ୍ଗୁଟିଆ ନିକଟରୁ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତକ ଜଣକ କୁନ୍ଦନଦେଇପୁର ଗାଁର ବିଶ୍ବଜିତ ଆଚାର୍ଯ୍ୟ । ତେବେ ଏବେ ବି 3ଜଣଙ୍କ ନିଖୋଜଙ୍କ ପତ୍ତା ମିଳିପାରି ନାହିଁ ।
ଗତ 7 ତାରିଖ ରାତି ପ୍ରାୟ 9ଟାରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଖଡଗପ୍ରସାଦ ବ୍ରାହ୍ଣଣୀ ନଦୀରେ 9ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ହଠାତ ବୁଡି ଯାଇଥିଲା । ଖଡଗପ୍ରସାଦ ପଟୁ ପରଜଙ୍ଗ ବ୍ଲକ ରୋଡ ଆଡ଼କୁ ପାର ହେଉଥିବାବେଳେ ନଦୀକୂଳରେ ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଯେଉଁଥିରେ 5ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ 4ଜଣ ନିଖୋଜ ହୋଇଯାଇଥିଲେ ।
ଗତ ଦୁଇ ଧରି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ନିଖୋଜଙ୍କ ସନ୍ଧାନରେ ଲାଗିଥିବାବେଳେ ଆଜି ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଗତ 9ଜଣ ଯାତ୍ରୀଙ୍କ ମଧ୍ୟରେ 7ଜଣ ଶ୍ରମିକ ଓ 2ଜଣ ଡଙ୍ଗା ଚାଳକ ଥିଲେ । ନିଖୋଜଙ୍କ ମଧ୍ୟରେ ରୋଡ ଗାଁର ରାଜକିଶୋର ନାୟକଙ୍କ ପୁଅ ବିଜୟ ନାୟକ, ଦୁଷ୍ମନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ, ବିନୋଦ ସାହୁଙ୍କ ପୁଅ ରମେଶ ସାହୁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ