ETV Bharat / state

୨୦ ବର୍ଷ ପରେ ଜଙ୍ଗଲ ଅଧ୍ୟୁଷିତ ଗାଁ ଲୋକେ ପାଇବେ ନିଜ ଅଧିକାର - anugul forest protection

ପ୍ରାୟ ୨୦ବର୍ଷ ପରେ ଅନୁଗୋଳ ବନଖଣ୍ଡ କଞ୍ଜା ଗାଁ ଲୋକ ପାଇବେ ଜଙ୍ଗଲ ବିଭାଗର ସୁବିଧା ସୁଯୋଗ । ନିଜ ହାତରେ ଜଙ୍ଗଲକୁ ଦେବେ ସୁରକ୍ଷା । ଅଧିକ ପଢନ୍ତୁ...

୨୦ ବର୍ଷ ପରେ ଜଙ୍ଗଲ ଅଧ୍ୟୁଷିତ ଗାଁ ଲୋକେ ପାଇବେ ନିଜ ଅଧିକାର

author img

By

Published : Aug 17, 2021, 10:54 PM IST

ଅନୁଗୋଳ: ଦୀର୍ଘ ୨୦ ବର୍ଷ ପରେ ଏକାଠି ହୋଇ ବନ ସୁରକ୍ଷା କମିଟି ଗଠନ କଲେ ଗ୍ରାମବାସୀ । ନିଜ ଜଙ୍ଗଲକୁ ନିଜେ ସୁରକ୍ଷା କରିବାକୁ ନେଲେ ଶପଥ । ଜଙ୍ଗଲ ସୁରକ୍ଷା ପାଇଁ ଆସୁଥିବା ଲକ୍ଷାଧିକ ଅନୁଦାନ ଟଙ୍କା ନିଜେ ଖର୍ଚ୍ଚ କରି କିଛି ଆୟ କରିବାକୁ ଅଣ୍ଟା ଭିଡ଼ିଲେ ଲୋକେ । ବନ ବିଭାଗର ଅପ୍ରାଣ ଉଦ୍ୟମ ଯୋଗୁଁ ଏହାକୁ ସମ୍ଭବ କରିବେ ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ କଞ୍ଜା ଗ୍ରାମବାସୀ ।

୨୦ ବର୍ଷ ପରେ ଜଙ୍ଗଲ ଅଧ୍ୟୁଷିତ ଗାଁ ଲୋକେ ପାଇବେ ନିଜ ଅଧିକାର

ପ୍ରାୟ ୨୦ବର୍ଷ ପରେ ଏହି ଜଙ୍ଗଲ ଅଧ୍ୟୁଷିତ ଗାଁ ଲୋକ ପାଇବେ ଜଙ୍ଗଲ ବିଭାଗର ସୁବିଧା ସୁଯୋଗ । ସେମାନେ ନିଜ ଜଙ୍ଗଲରେ କାମ କରି ଉପକୃତ ହେବେ । ଗାଁର ଅଭାବୀ ଲୋକଙ୍କୁ ଆଉ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡିବ ନାହିଁ । ଜଙ୍ଗଲ ସୁରକ୍ଷା ପାଇଁ ଆସୁଥିବା ଅନୁଦାନ ଟଙ୍କାରେ ଜଙ୍ଗଲକୁ ସୁରକ୍ଷା ଦେବା ସହ ସେଠାରେ କାମ କରି କରି ଦୁଇ ପଇସା ରୋଜଗାର କରିପାରିବେ ।

ଏନେଇ କଞ୍ଜା ଗ୍ରାମବାସୀ ୨୦ ବର୍ଷ ପରେ ଗାଁରେ ବନ ସୁରକ୍ଷା ସମିତି ଗଠନ କରିଛନ୍ତି । ଯେଉଁ ସମିତି ଗଠନ କରାଇବାରେ ସମର୍ଥ ହୋଇଛନ୍ତି ବନ୍ତଳା ବନାଞ୍ଚଳ ଅଧିକାରୀ । ଅଧିକାରୀମାନେ ନିଜେ ବନ କର୍ମଚାରୀମାନଙ୍କ ସହ ବାରମ୍ବାର ଗାଁକୁ ଯାଇ ଲୋକଙ୍କୁ ବୁଝାଇଛନ୍ତି ଏବଂ ଏକାଠି ହେଲେ କିଭଳି ସେମାନେ ଲାଭ ପାଇବେ ସେ ସମ୍ପର୍କରେ ଅବଗତ କରାଇଛନ୍ତି ।

ଦୀର୍ଘ ବର୍ଷ ହେବ ଗୋଷ୍ଠୀଗତ ବିବାଦ ଯୋଗୁଁ ଗାଁରେ ବନ ସୁରକ୍ଷା ସମିତି ହୋଇ ପାରୁନଥିବାରୁ ବନ ବିଭାଗର କୌଣସି ଅନୁଦାନ ସେମାନେ ପାଇ ପାରୁନଥିଲେ । ହେଲେ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ଗାଁର ବନ ସୁରକ୍ଷା ସମିତିକୁ ୧୮ଲକ୍ଷ ଟଙ୍କା ଅନୁଦାନ ଦେବାକୁ ବିଭାଗ ସ୍ଥିର କରିଛି । ସେହି ଟଙ୍କାରେ ଗ୍ରାମବାସୀ ନିଜେ କାମ କରି ଜଙ୍ଗଲ ଭିତରେ ଟ୍ରେଞ୍ଚ ଖୋଲିବା ଠାରୁ ଆରମ୍ଭ କରି ଛୋଟ ଛୋଟ ପୋଖରୀ ଖୋଲିବା, ରାସ୍ତା ମରାମତି, ଚାରା ରୋପଣ ଆଦି କରି ପାରିବେ । ଅଧିକାଂଶ କାମ ଗାଁର ବିଭିନ୍ନ ମହିଳା ଗୋଷ୍ଠୀକୁ ଦିଆଯିବ । ଫଳରେ ମହିଳାମାନେ ମଧ୍ୟ ରୋଜଗାର କରି ସଶକ୍ତ ହୋଇ ପାରିବେ । ଯୁବକମାନେ ଆଉ ବାହାରକୁ କାମ କରିବାକୁ ନଯାଇ ନିଜ ଗାଁରେ କାମ କରି ଅର୍ଥ ରୋଜଗାର କରିପାରିବେ । ଏହାଛଡା ହାତୀ, ବାରହା ଓ ହରିଣ ପରି ବନ୍ୟଜନ୍ତୁ ଫସଲ ନଷ୍ଟ କଲେ ପୂର୍ବରୁ ସଠିକ କ୍ଷତିପୂରଣ ମିଳୁନଥିବା ବେଳେ ଏବେ କମିଟି ଜରିଆରେ ମଧ୍ୟ କ୍ଷତିପୂରଣ ପାଇ ପାରିବେ ଗାଁ ଲୋକେ ।

କଥାରେ ଅଛି ଏକତା ହିଁ ବଳ । ବିଳମ୍ବରେ ହେଲେ ମଧ୍ୟ ଗ୍ରାମବାସୀ ଏ କଥାକୁ ବୁଝି ପାରିଛନ୍ତି ଏବଂ ଏଥିପାଇଁ ବନ ବିଭାଗ କରିଥିବା ଉଦ୍ୟମ ପ୍ରଶଂସନୀୟ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.