ETV Bharat / state

ଆଠମଲ୍ଲିକରେ ବନ୍ୟା ସ୍ଥିତି ପରଖିଲେ ପ୍ରଶାସକ ଓ ବିଧାୟକ

ଆଠମଲ୍ଲିକରେ ବନ୍ୟା ସ୍ଥିତି ପରଖିଲେ ପ୍ରଶାସକ ଓ ବିଧାୟକ । କୁଦଗାଁରେ ଫସି ଯାଇଥିବା ୮୦ ପରିବାରକୁ କରାଗଲା ଉଦ୍ଧାର । ଅଧିକ ପଢନ୍ତୁ....

Administrators and legislators assessed the flood situation in Athamallik
ଆଠମଲ୍ଲିକରେ ବନ୍ୟା ସ୍ଥିତି ପାରଖିଲେ ପ୍ରଶାସକ ଓ ବିଧାୟକ
author img

By

Published : Aug 30, 2020, 11:42 AM IST

ଅନୁଗୋଳ: ହୀରାକୁଦ ଜଳ ଭଣ୍ଡାରର ୪୬ଟି ଗେଟ ଖୋଲା ଯିବା ପରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳରେ ବିଶେଷ ଭାବରେ କ୍ଷୟକ୍ଷତି ହୋଇଛି । କିଆକଟା, ମାଧପୁର, ବିନିକେଇ ଓ ଜାମୁଦୋଳି ପଞ୍ଚାୟତର ଲୋକେ ପାଣି ଘେରରେ ରହିଛନ୍ତି । ଶହ ଶହ ଏକର ଜମିରେ ବନ୍ୟାଜଳ ମାଡି ଯାଇଛି । ଜାମୁଦୋଳି ପଞ୍ଚାୟତର ୧୩ଟି ଗାଁ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଲୋକ ଜଳବନ୍ଦୀ ହୋଇ ରହିଥିବା ବେଳେ ବହୁ ମାଟିଘର ଭାଙ୍ଗି ଯାଇଛି । ସେହିପରି ଜିଲ୍ଲାପାଳ,ଆଠମଲ୍ଲିକ ବିଧାୟକ ଓ ଉପଜିଲ୍ଲପାଳ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।

ଆଠମଲ୍ଲିକରେ ବନ୍ୟା ସ୍ଥିତି ପାରଖିଲେ ପ୍ରଶାସକ ଓ ବିଧାୟକ

କୁଦଗାଁରେ ଫସି ଯାଇଥିବା ୮୦ ପରିବାରକୁ ଓଡ୍ରାଫ୍ଟ ଟିମ ସହାୟତାରେ ଉଦ୍ଧାର କରାଯାଇଛି । ସେମାନଙ୍କୁ ପଞ୍ଚାୟତ ଘରେ ରଖାଯିବା ସହ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଜଳବନ୍ଦୀ ଅବସ୍ଥାରେ ଥିବା ଗାଁ ଗୁଡିକୁ ଡଙ୍ଗା ସହାୟତାରେ ରିଲିଫ ସାମଗ୍ରୀ ପଠା ଯାଇଛି। ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.