ETV Bharat / state

ଅନୁଗୋଳ ମୁଖ୍ୟ ବଜାରରୁ ହଟିଲା ଜବରଦଖଲ

ଅନୁଗୋଳ ମୁଖ୍ୟ ବଜାରରୁ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଅଧିକ ପଢନ୍ତୁ...

ପ୍ରାଶାସନର ଜବରଦଖଲ ଉଚ୍ଛେଦ ଆରମ୍ଭ
ପ୍ରାଶାସନର ଜବରଦଖଲ ଉଚ୍ଛେଦ ଆରମ୍ଭ
author img

By

Published : Jul 10, 2021, 7:56 AM IST

ଅନୁଗୋଳ: ସହର ସାରା ଡ୍ରେନ ହୋଇଛି ଜବର ଦଖଲ । ଯାହାକୁ ହଟାଇବା ପାଇଁ ପୌର ପ୍ରାଶାସନ ଯନ୍ତ୍ର ଆଣିଥିବା ବେଳେ ଜବରଦଖଲ ଉଚ୍ଛେଦ ପୂର୍ବରୁ ଲୋକେ ସ୍ୱତଃ ଭାଙ୍ଗି ଦେଇଥିଲେ ନିଜ ନିଜର ଦୋକାନ । ଶୁକ୍ରବାର ଅନୁଗୋଳ ମୁଖ୍ୟ ବଜାରରୁ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା ।

ପ୍ରାଶାସନର ଜବରଦଖଲ ଉଚ୍ଛେଦ ଆରମ୍ଭ

ବସଷ୍ଟାଣ୍ଡ ଠାରୁ ବଜାର ଛକ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଥିଲା । ଦୋକାନୀ ମାନେ ନିଜ ଦୋକାନ ଆଗରେ ବହୁ ଜାଗା ମାଡିବସି ଘର କରିଛନ୍ତି । ଫଳରେ ଅନେକ ସମୟରେ ଟ୍ରାଫିକ ଜାମ ହେବା ସହ ସହରର ବର୍ଷା ପାଣି ନିଷ୍କାସନ ହୋଇପାରୁ ନାହିଁ । ଆଗକୁ ବର୍ଷା ଆସୁଥିବାରୁ ବଜାରର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରିବାକୁ ପ୍ରଶାସନ ବାଧ୍ୟ ହୋଇ ଜବରଦଖଲ ଉଚ୍ଛେଦ କରିଛି । ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.