ETV Bharat / state

ଭୁଜାଲି ଆକ୍ରମଣରେ ଯୁବକ ମୃତ, ମୃତକଙ୍କ ନାଁରେ ଥିଲା 20ରୁ ଊର୍ଦ୍ଧ୍ବ ମାମଲା - ଅନୁଗୋଳ ମର୍ଡର କେସ

ଅନୁଗୋଳରେ ଭୁଜାଲି ଆକ୍ରମଣରେ ଜଣେ ଯୁବକ ମୃତ । ମୃତ ଯୁବକ ଜଣକ ଜଣେ ଅପରାଧୀ ହୋଇଥିବାବେଳେ ତା ନାଁରେ ପୋଲିସ ଫାଇଲରେ 20ରୁ ଊର୍ଦ୍ଧ୍ବ ମାମଲା ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ

Angul Murder: ଭୁଜାଲି ଆକ୍ରମଣରେ ଯୁବକ ମୃତ, ମୃତକଙ୍କ ନାଁରେ ରହିଛି 20ରୁ ଉର୍ଦ୍ଧ୍ବ ମାମଲା

author img

By

Published : Jan 12, 2022, 3:07 PM IST

ଅନୁଗୋଳ: ଭୁଜାଲି ଆକ୍ରମଣରେ ଯୁବକ ମୃତ । ମୃତ ଯୁବକ ଜଣକ ଅନୁଗୋଳ ଜିଲ୍ଲା ବେନ୍ତପୁର ଗାଁର ଟିକନ ନଏକ । ସେ ଜଣେ ଅପରାଧୀ ହୋଇଥିବା ବେଳେ ତା ନାଁରେ ପୋଲିସ ଫାଇଲରେ 20ରୁ ଊର୍ଦ୍ଧ୍ବ ମାମଲା ଥିବା ଜଣାପଡିଛି ।

Angul Murder: ଭୁଜାଲି ଆକ୍ରମଣରେ ଯୁବକ ମୃତ, ମୃତକଙ୍କ ନାଁରେ ରହିଛି 20ରୁ ଉର୍ଦ୍ଧ୍ବ ମାମଲା

ସୂଚନାମୁତାବକ, ଗତକାଲି(ମଙ୍ଗଳବାର) ରାତିରେ ଟିକନକୁ କେହି କୌଣସି କାରଣରୁ ଭୁଜାଲିରେ ଆକ୍ରମଣ କରିଥିଲା । ଆକ୍ରମଣରେ ଟିକନର ଅନ୍ତବୁଜୁଳା ବାହାରି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ହିଁ ତାର ମୃତ୍ୟୁ ହୋଇଥିଲା ।

ଖବର ପାଇ ଅନୁଗୋଳ ସଦର ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ଟିକନ ନାମରେ ପୂର୍ବରୁ ୨୦ରୁ ଅଧିକ ଚୋରି ଓ ରାହାଜାନି ମାମଲା ରହିଛି । ସେପଟେ ପରିବାର ଲୋକଙ୍କ ଅଭିଯୋଗ ମୁତାବକ କିଛି ଲୋକ ରାସ୍ତା କଡରେ ଗୁଲି ଖଟି କରୁଥିବା ଦେଖି ଟିକନ ବିରୋଧ କରିଥିଲା । ଯାହାକୁ ନେଇ ସନ୍ଧ୍ୟାରେ ଟିକନକୁ ଏକୁଟିଆ ପାଇଁ ବିଜୁ ନାମକ ଏକ ଯୁବକ ଓ ତାର ସହଯୋଗୀମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଟିକନଙ୍କ ମା’ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.