ETV Bharat / state

ମହୁଲ ଗଛରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର - ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଖବର

ଝୁଲନ୍ତା ଅବସ୍ଥାରେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ

ଘରୋଇ ହଷ୍ଟେଲ ନିକଟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Apr 21, 2022, 9:55 PM IST

ଅନୁଗୋଳ: ଝୁଲନ୍ତା ଅବସ୍ଥାରେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇ ସାହିରେ ଘଟିଛି ଏହି ଅଘଟଣ । ଗାଁ ପାଖରେ ଥିବା ଏକ ମହୁଲ ଗଛରୁ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।

ମୃତ ଛାତ୍ରଜଣକ ହେଲେ ଛେଣ୍ଡିପଦା ବାପୁଜୀ କଲେଜ ଛାତ୍ର ବିବେକାନନ୍ଦ ସାହୁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଛେଣ୍ଡିପଦା ଥାନା ବରପଦା ଗ୍ରାମର ଡିଲେଶ୍ବର ସାହୁଙ୍କ ପୁଅ ବିବେକାନନ୍ଦ ବାପୁଜୀ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର । ଆଜି ହଷ୍ଟେଲ ପଛପାଖରୁ ୨୦୦ମିଟର ଦୂର ଏକ ମହୁଲ ଗଛରେ ବିବେକାନନ୍ଦଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ କିଛି ମହୁଲ ଗୋଟାଳି ଦେଖି ହଷ୍ଟେଲ ମାଲିକଙ୍କୁ ଖବର ଦେଇଥିଲେ ।

ଖବର ପାଇ ହଷ୍ଟେଲ ମାଲିକ ପରିବାର ଲୋକଙ୍କୁ ଓ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ପୁଅର ଝୁଲନ୍ତା ମୃତଦେହକୁ ଦେଖିବା ପରେ କେହି ବିବେକାନନ୍ଦଙ୍କୁ ମାରି ଝୁଲାଇ ଦେଇଥିବା ସନ୍ଦେହ କରିଛନ୍ତି । ଏନେଇ ଖବର ପାଇ ଛେଣ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.