ETV Bharat / state

ଗହଣା ଲୁଟି ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ - talacher loot and dead

ଗହଣା ଲୁଟିବା ପାଇଁ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...

ଅନୁଗୋଳ ବୃଦ୍ଧାଙ୍କୁ ଲୁଟି ହତ୍ୟା ଅଭିଯୋଗ
ଅନୁଗୋଳ ବୃଦ୍ଧାଙ୍କୁ ଲୁଟି ହତ୍ୟା ଅଭିଯୋଗ
author img

By

Published : Jan 17, 2021, 6:34 AM IST

ଅନୁଗୋଳ: ଗହଣା ଲୁଟିବା ପାଇଁ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । କିଛି ଦୁର୍ବୁତ୍ତ ଜଣେ ବୃଦ୍ଧାଙ୍କ ଠାରୁ ସେ ପିନ୍ଧିଥିବା ସୁନା ଗହଣା ଲୁଟି ନେବା ସହ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ଅନୁଗୋଳ ବୃଦ୍ଧାଙ୍କୁ ଲୁଟି ହତ୍ୟା ଅଭିଯୋଗ

କୁକୁଡୁଲା ଗାଁର ୭୦ ବର୍ଷୀୟା ଜଣେ ବୃଦ୍ଧା ରଙ୍ଗବତୀ ପ୍ରଧାନ, ତାଙ୍କ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରୁ ନ ଫେରିବା ଦେଖି ପରିବାର ଲୋକମାନେ ଖୋଜିବାକୁ ଯାଇଥିଲେ । ତେବେ ପୋଖରୀ ପାଖରେ ପହଞ୍ଚି ଦେଖିବା ପରେ ଜାଣିବାକୁ ପାଇଲେ ଯେ, ରଙ୍ଗବତୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ସହିତ ତାଙ୍କର ସୁନାଚେନ ଓ କାନଫୁଲ ଲୁଟି ନେଇଛନ୍ତି । ତାଙ୍କ କାନରୁ ରକ୍ତ ବାହାରୁଥିବା ଅବସ୍ଥାରେ ପରିବାର ଲୋକେ ରଙ୍ଗବତୀଙ୍କୁ ଉଦ୍ଧାର କରିଥିଲେ । ଏ ଖବର ନେଇ ପରିବାର ଲୋକେ ତାଳଚେର ସଦର ଥାନାରେ ଅଭିଯୋଗ କଲାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭିନ୍ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.