ETV Bharat / state

ପାଇପରେ ଛପି ଥିଲା ମୃତ୍ୟୁ ! ଗାଧୋଇବା ବେଳେ ଚାଲିଗଲା ଯୁବକଙ୍କ ଜୀବନ - ପାଇପରେ ଛପି ଥିଲା ମୃତ୍ୟୁ

ଗାଧୋଇବା ହେଲା କାଳ । ନାଳରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ବୁଡ଼ିଗଲେ ଯୁବକ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ । ଅଧିକ ପଢ଼ନ୍ତୁ

ଗାଧୋଇବା ହେଲା କାଳ : ନାଳ ହୋମ ପାଇପରେ ଫଶି  ଯୁବକଙ୍କର ମୃତ୍ୟୁ

author img

By

Published : Sep 21, 2022, 1:46 PM IST

ଅନୁଗୋଳ: ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ନାଳର ହୋମ ପାଇପରେ ପଶି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଜରଡ଼ା ପଞ୍ଚାୟତ ପାରିପରା ଗାଁର 45 ବର୍ଷୀୟ ଦୁର୍ଯ୍ୟୋଧନ ବେହେରା । ସୂଚନାନୁସାରେ ବଡ଼ କେରଜଙ୍ଗଠାରୁ ପାରିପରା ଗାଁକୁ ଯାଇଥିବା RD ରୋଡ଼ରେ ଥିବା ନାଳକୁ ଦୁର୍ଯ୍ୟୋଧନ ଗାଧୋଇବାକୁ ଯାଇଥିଲେ ।

ଗାଧୋଇବା ହେଲା କାଳ : ନାଳ ହୋମ ପାଇପରେ ଫଶି ଯୁବକଙ୍କର ମୃତ୍ୟୁ

ଗାଧୋଉଥିବା ସମୟରେ ନାଳ ବ୍ରିଜ ଭିତରେ ହୋମ ପାଇପ ଭିତରେ ଅସାବଧାନତା ଯୋଗୁଁ ଫସି ଯାଇଥିଲେ ଦୁର୍ଯ୍ୟୋଧନ । ଏହାକୁ ଦେଖି ସେଠାରେ ଗାଧୋଉଥିବା ଅନ୍ୟବ୍ୟକ୍ତି ମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ନାଳ ଭିତରୁ ଦୁର୍ଯ୍ୟୋଧନଙ୍କୁ ଉଦ୍ଧାର କରିପାରିନଥିଲେ । ବିଫଳ ହେବାରୁ ଗାଁ ଲୋକଙ୍କୁ ଖବର ଦେଇଥିଲେ ।

ପରେ ସ୍ଥାନୀୟ ଶିଳ୍ପାଞ୍ଚଳ ଥାନା ଓ ଅନୁଗୋଳ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଯ୍ୟୋଧନଙ୍କୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାରୁ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଥିଲା । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.