ETV Bharat / state

ଭିଣୋଇ ଘରେ ଯୁବତୀଙ୍କ ଗଳା କାଟିଲା ଦୁର୍ବୃତ୍ତ

ଭିଣୋଇ ଘରେ ଶାଳୀକୁ ଦୁର୍ବୃତ୍ତଙ୍କ ଆକ୍ରମଣ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଭଦଳିଆ ସାହିରେ ବିଳମ୍ବିତ ରାତ୍ରିର ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 21, 2019, 1:06 PM IST

ଅନୁଗୋଳ: ଭିଣୋଇ ଘରେ ଶାଳିଙ୍କୁ ଆକ୍ରମଣ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଭଦଳିଆ ସାହିରେ ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି । ଯୁବତୀ ଜଣକ ମଧ୍ୟରାତ୍ରୀରେ ଶୌଚ ହେବାକୁ ଉଠିଥିବାବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଦୁର୍ବୃତ୍ତ ଜଣକ ଯୁବତୀଙ୍କ ତଣ୍ଟି କାଟିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ହସ୍ପିଟାଲ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଯୁବତୀ ଜଣକ ସୁନ୍ଦରଗଡର ପଙ୍କଜିନୀ ଗୁରୁ ବୋଲି ଜଣାପଡିଛି । ସେ ନିଜ ଭଉଣୀଙ୍କ ଘରକୁ ବୁଲିବାକୁ ଆସିଥିବା ସମୟରେ ଏହି ଘଟଣା ଘଟିଛି । କେହି ଜଣେ ଅଜଣା ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ ।

ପରିବାରଲୋକେ ତୁରନ୍ତ ତାଙ୍କୁ ମେଡିକାଲ ଆଣିବା ପରେ କାମାକ୍ଷାନଗର ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ କିଏ ଓ କାହିଁକି ଏହି କାଣ୍ଡ ଭିଆଇଲା ତାହା ଜଣାପଡିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଯୁବତୀ ଙ୍କ ଗଳା କାଟି ଦୁର୍ବୁତ୍ତ ଫେରାର ଗୁରୁତର ଯୁବତୀ କଟକ ସ୍ଥାନାନ୍ତରBody:-ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଭଦଳିଆ ସାହି ରେ ବିଳମ୍ବିତ ରାତ୍ରିରେ ଜଣେ ଯୁବତୀ ଙ୍କ ଗଳା ଓ ହାତକୁ ଚୁରି ରେ କାଟି ଦୁର୍ବୁତ୍ତ ଫେରାର ଯୁବତୀ ଗୁରୁତର ଅବସ୍ଥାରେ କାମାକ୍ଷାନଗର ପରେ କଟକ ମେଡିକାଲ କୁ ସ୍ଥାନାନ୍ତର ।ସୁନ୍ଦରଗଡ ର ପଙ୍କଜିନି ଗୁରୁ (୨୦ବର୍ଷ) ନିଜ ଭଉଣୀ ଘର କୁ ଆସିଥିଲେ ରାତିରେ ପରିଶ୍ରା ଯିବାକୁ ଉଠିଥିଲେ ସେହି ସମୟରେ କେହିଜଣେ ଅଜଣା ଦୁର୍ବୁତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଛୁରୀରେ ପରିବାର ଲୋକେ ମେଡିକାଲ ଆଣିଥିଲେ ।ମେଡିକାଲ କତ୍ତୃପକ୍ଷ କାମାକ୍ଷାନଗର ପୋଲିସ କୁ ଏନେଇ ସୂଚନା ଦେଇଛନ୍ତି ।Conclusion:ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଛି । କିଏ ଓ କାହିଁକି ଏହି କାଣ୍ଡ ଭିଆଇଲା ତାହା ଜଣାପଡିନାହିଁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.