ETV Bharat / state

ନିଆଁ ଲାଗି ଜଳିଗଲା 10 ବଖରା ଘର, 22 ମେଣ୍ଡା ଜୀବନ୍ତ ଦଗ୍ଧ - ପୋଡି ପାଉଁଶ ହୋଇଗଲା 10 ବଖରା ଘର

ଅନୁଗୋଳ ଜିଲ୍ଲା ଖାଲ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 10ରୁ ଅଧିକ ବଖରା ପୋଡି ପାଉଁଶ । ଅଧିକ ପଢନ୍ତୁ...

ଅନୁଗୋଳ ଜିଲ୍ଲା ଖାଲ ଗାଁରେ ଭୟାଭୟ ଅଗ୍ନିକାଣ୍ଡ

author img

By

Published : Feb 11, 2021, 10:31 AM IST

ଅନୁଗୋଳ: ଜିଲ୍ଲା ଖାଲ ଗାଁରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ରାତିରେ ଖାଲ ଗାଁରେ ଅଗ୍ନିକାଣ୍ଡ ଘଟି 10ରୁ ଅଧିକ ବଖରା ପୋଡି ପାଉଁଶ ହେବା ସହିତ ଜିଅନ୍ତା ଜଳିଗଲେ 22ଟି ମେଣ୍ଢା ଓ ଗୋଟିଏ ଗାଈ ।

ଅନୁଗୋଳ ଜିଲ୍ଲା ଖାଲ ଗାଁରେ ଭୟାଭୟ ଅଗ୍ନିକାଣ୍ଡ

ସୂଚନାନୁସାରେ, ବିଳମ୍ବିତ ରାତିରେ ଖାଲ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ 6ଟି ପରିବାରର 10ରୁ ଅଧିକ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏହା ସହିତ 22ଟି ମେଣ୍ଢା ଓ ଗୋଟିଏ ଗାଈ ଜିଅନ୍ତା ଜଳି ଯାଇଛନ୍ତି। ଏହା ସହିତ ଆଠଟି ଗୁହାଳ ଘର ପୋଡି ପାଉଁଶ ହୋଇଯାଇଛି।

ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ ବାହୀନିରେ ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ କରିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଭୟଙ୍କର ନିଆଁ ଲାଗିବାରୁ ପଞ୍ଚୁନାଥ ବିଶ୍ୱାଳ ଓ ଈଶ୍ୱର ବିଶ୍ୱାଳଙ୍କ ସମେତ ଅନେକ ପରିବାର ସର୍ବଶ୍ବାନ୍ତ ହୋଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.