ETV Bharat / state

ଶିକାରୀ ବିଛାଇଥିବା ତାରରେ ଛନ୍ଦି ହୋଇ ଚାଷୀର ମୃତ୍ୟୁ - ଅନୁଗୋଳ ଚାଷୀ ମୃତ୍ୟୁ

ଅନୁଗୋଳରେ ଶିକାର ପାଇଁ ବିଛାଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀର ମୃତ୍ୟୁ । ପୂର୍ବରୁ ମଧ୍ୟ ଶିକାର ପାଇଁ ଉର୍ଦ୍ଦିଷ୍ଟ ତାର ସଂସ୍ପର୍ଶରେ ଆସି ଜଣେ ଶିକାରୀର ମୃତ୍ୟୁ ଘଟିଥିଲା । ଅଧିକ ପଢନ୍ତୁ...

ଶିକାରୀ ବିଛାଇଥିବା ତାରରେ ଚାଷୀର ମୃତ୍ୟୁ
ଶିକାରୀ ବିଛାଇଥିବା ତାରରେ ଚାଷୀର ମୃତ୍ୟୁ
author img

By

Published : Feb 16, 2021, 4:42 PM IST

ଅନୁଗୋଳ: ଜିଲ୍ଲାରେ ଶିକାରୀର ଶିକାର ସାଜୁଛି ମଣିଷ । ଶିକାର ପାଇଁ ବିଛା ଯାଉଥିବା ବିଦ୍ୟୁତ ତାର ନେଉଛି ଲୋକଙ୍କ ଜୀବନ । ଗତ ଦୁଇ ସପ୍ତାହ ତଳେ ନିଜେ ଶିକାର ପାଇଁ ବିଛାଇ ଥିବା ତାରରେ ଲାଗି ଜଣେ ଶିକାରୀର ମୃତ୍ୟୁ ହୋଇଥିବାବେଳେ ମଙ୍ଗଳବାର ପୁଣି ଏହି ବିଦ୍ୟୁତ ତାରରେ ଲାଗି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିଛି ଅନୁଗୋଳ ବ୍ଲକ ବନ୍ତଳା ରେଞ୍ଜ ଅଞ୍ଚଳରେ । ମୃତ ଚାଷୀ ଜଣକ ତଳଗଡ ପଞ୍ଚାୟତ କନ୍ତମେଘ ଗ୍ରାମର ମୋହନ ରାଜପୁତ ।

ଶିକାରୀ ବିଛାଇଥିବା ତାରରେ ଚାଷୀର ମୃତ୍ୟୁ

ସୂଚନାଯୋଗ୍ୟ, ମୋହନ ନିଜ କ୍ଷେତରେ ପାଣି ଦେବାକୁ ଘରୁ ବିଲକୁ ଯାଇଥିବାବେଳେ ସେଠାରେ କେହି ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳସୂରୁପ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ବନ୍ତଳା ପୋଲିସ ଓ ଜଙ୍ଗଲ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବିଦ୍ୟୁତ ତାରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଏ ଏହି ତାର ବିଛାଇ ଥିଲା ସେ ସମ୍ପର୍କରେ କିଛି ଜଣାପଡି ନାହିଁ ।

ମୃତ ଚାଷୀଙ୍କ ନିଜ ଘର ଉତ୍ତରପ୍ରଦେଶରେ ଝାନସି ଅଞ୍ଚଳରେ ହୋଇଥିବା ଜଣାପଡିଛି । ସେ ଦୀର୍ଘ ୭ ବର୍ଷ ହେବ ସେହି ଗ୍ରାମରେ ବିବାହ କରି ଶ୍ବଶୁର ଘରେ ରହି ଚାଷ ବାସ କରୁଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.