ଅନୁଗୋଳ: ଛେଣ୍ଡିପଦା ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ନେଇଛି ବିରଳ ଶିଶୁ । ଶିଶୁଟିର ମୁହଁ ସମ୍ପୂର୍ଣ୍ଣ ଅସ୍ବାଭାବିକ ରହିଛି । ପାଟି ଖୋଲା ଥିବା ବେଳେ ଆଖି ଦୁଇଟି ଭିନ୍ନ ପ୍ରକାର ଦେଖାଯାଉଛି । ସମ୍ପୂର୍ଣ୍ଣ ଶରୀରରେ ଶିରାପ୍ରଶିରା ଭଳି ଦାଗ ରହିଛି । ଯାହା ସାଧାରଣ ଶିଶୁଟିଏ ଠାରୁ ଯଥେଷ୍ଠ ଭିନ୍ନ ପ୍ରକାର ରହିଛି ।
ଶିଶୁଟି ଜନ୍ମ ନେବାପରେ ପରିବାର ଓ ମେଡିକାଲ କର୍ମଚାରୀ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏଭିଳି ଶିଶୁର ଜନ୍ମକୁ ନେଇ ପରିବାର ଲୋକେ ଚିନ୍ତାରେ ଥିବାବେଳେ ଶିଶୁକୁ ଦେଖିବା ପାଇଁ ଛେଣ୍ତିପଦା ମେଡିକାଲରେ ଭିଡ ଜମିଛି ।
ଦେବଗଡ ଜିଲ୍ଲା ରିଆମାଳ ବ୍ଲକ୍ ଅନ୍ତ୍ରଗତ ବିଯାବେରିଣୀ ଗ୍ରାମର ମହିଳାଙ୍କ ଠାରୁ ଜନ୍ମ ନେଇଛି ଏହି ଅଦ୍ଭୁତ ଶିଶୁ । ମହିଳାଙ୍କ ପ୍ରସବ ବେଦନା ହେବାରୁ ଆଜି ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଏଭଳି ଏକ ଶିଶୁକୁ ଜନ୍ମ ଦେଇଛନ୍ତି ମହିଳା ଜଣଙ୍କ । ଶିଶୁର ଅବସ୍ଥା ବର୍ତମାନ ଗୁରୁତର ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ